ଦେଶର ଏହି ଜାଗାରେ ବର୍ଷକ ପାଇଁ ଭଡାରେ ମିଳନ୍ତି ସ୍ତ୍ରୀ ? କେମିତି ହୁଏ ସେମାନଙ୍କ ସୌଦା, ଜାଣନ୍ତୁ ଏହି ପ୍ରଥା ବିଷୟରେ…

ଭଡାରେ କାର ଓ ଘର ମିଳିବା ବିଷୟରେ ଆପଣମାନେ ନିଶ୍ଚିତ ଶୁଣିଥିବେ। କିନ୍ତୁ ଭଡାରେ ପତ୍ନୀ ମଧ୍ୟ ମିଳିଲେଣି। ଏହି କଥା କେବେ ଆପଣ ଶୁଣିଛନ୍ତି କି? କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ଦେଶରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ପତ୍ନୀମାନେ ଭଡାରେ ମିଳନ୍ତି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଏହି ବିଷୟରେ ଉଲେଖ୍ୟ କରିଛୁ।

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ପତ୍ନୀ ଭଡ଼ାରେ ମିଳନ୍ତି। ଶିବପୁରୀରେ ଏକ ପ୍ରଥା ପ୍ରଚଳିତ, ଯାହାର ନାମ ‘ଧଦିଚା’ ଅଟେ। ଏଠାରେ ଜଣେ ମହିଳା ଜଣେ ପୁରୁଷଙ୍କ ନିକଟକୁ ଏକ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଭଡାରେ ଯାଇଥାନ୍ତି।

ଯୁବତୀ ଏବଂ ମହିଳାମାନଙ୍କୁ ଭଡାରେ ପତ୍ନୀ ଭାବରେ ନେବା ପାଇଁ ପ୍ରତିବର୍ଷ ଏଠାରେ ବଜାର ବସେ। ଦୂରଦୂରାନ୍ତରୁ କ୍ରେତାମାନେ ନିଜ ପାଇଁ ପତ୍ନୀଙ୍କୁ ଭଡାରେ ନେବାକୁ ଏହି ବଜାରକୁ ଆସିଥାନ୍ତି।

ଡିଲ ଚୂଡାନ୍ତ ହେବା ପରେ ପୁରୁଷ କ୍ରେତାମାନେ ୧୦ ରୁ ୧୦୦ ଟଙ୍କାର ଷ୍ଟାମ୍ପ ପେପରରେ ଏକ ଚୁକ୍ତି କରି ମହିଳା କିମ୍ବା ଝିଅମାନଙ୍କୁ କିଣିଥାନ୍ତି। ଯେଉଁ ବ୍ୟକ୍ତି ଯେତେଦିନ ପର୍ଯ୍ୟନ୍ତ ମହିଳାମାନଙ୍କୁ ଭଡାରେ ନେଇଥାନ୍ତି, ଦିନ ପୁରିଗଲେ ସେମାନେ ପୁଣି ବଜାରରେ ଆସି ଛାଡି ଚାଲିଯାଆନ୍ତି

ସୂଚନା ଅନୁସାରେ, ଏହି ବଜାରରେ ମହିଳା ଓ ଝିଅଙ୍କର ମୂଲ୍ୟ ୧୫ ହଜାରରୁ ଆରମ୍ଭ ହୋଇ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ। ପୁରୁଷକ୍ରେତାମାନେ ଝିଅ ଏବଂ ମହିଳାଙ୍କର ସୌନ୍ଦର୍ଯ୍ୟ ଦେଖିବା ପରେ ସେମାନଙ୍କୁ ଉଚିତ ମୁଲ୍ୟରେ କିଣନ୍ତି।

Leave a Reply

Your email address will not be published. Required fields are marked *