ଏବେ ହେଲିକପ୍ଟରରେ କନ୍ୟାକୁ ଆଣିବା ହେଲା ଆହୁରି ସହଜ, ଶସ୍ତାରେ ଆଣିପାରିବେ ଏହି ନାନୋ ହେଲିକପ୍ଟର |

ଭାରତୀୟ ସମାଜରେ ବିବାହ କରିବାର ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ମନା-ଯାଏ | ପ୍ରତିଦିନ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ କିଛି ନା କିଛି ଖବର ଭାଇରାଲ ହେଉଥାଏ | ଏଥିରେ ବର ଆଉ ବଧୂର ପ୍ରବେଶ ଠାରୁ ଆରମ୍ଭ କରି ପୁଷ୍ପମାଲ୍ୟ ପର୍ଯ୍ୟନ୍ତ ଡ୍ୟାନ୍ସ ଭିଡିଓ ମଧ୍ୟ ଅନ୍ତର୍ଭୁକ୍ତ | ପ୍ରତ୍ୟେକ ବ୍ୟକ୍ତି ଙ୍କର ସ୍ୱପ୍ନ ଥାଏ ଯେ ସେ ତାଙ୍କ ବିବାହରେ ଏମିତି କିଛି ବିଶେଷ କରନ୍ତି ଯାହା ଦ୍ୱାରା ତାଙ୍କ ବିବାହ ସ୍ମରଣୀୟ ହୋଇଯାଏ |

ନିଜର ଏହି ବିବାହକୁ ସ୍ମରଣୀୟ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରନ୍ତି | ଅବଶ୍ୟ, ସମୟ ବଦଳିବା ସହିତ ବର ରାଜାଙ୍କ ପରି ଏଣ୍ଟ୍ରି କରିବା ମଧ୍ୟ ବଦଳି ଯାଇଛି | ବର୍ତ୍ତମାନ ବର ଘୋଡା ରଥ କାର ସାଥିରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିବା ଆରମ୍ଭ କରି ଦେଲେଣି । ନିଜ ବଧୂ କୁ ଘରକୁ ଆଣିବା ପାଇଁ ଅବଶ୍ୟ ଏହି ତରିକା ଅଧିକ ମହଙ୍ଗା ମଧ୍ୟ ହୋଇଥାଏ ଏବଂ ସମସ୍ତଙ୍କ ବଜେଟରେ ଫିଟ୍ ହୁଏ ନାହିଁ | କିନ୍ତୁ ପଶ୍ଚିମ ବିହାରର ଚମ୍ପରନ୍ ଜିଲ୍ଲାର ବଗହା ସହରର ଜଣେ ମେକାନିକ୍ ଏହି ସମସ୍ୟାର ସମାଧାନ ଖୋଜି ନେଇଛନ୍ତି |

ବାସ୍ତବରେ, ବଗହା ନିବାସୀ ଗାଡି ମିସ୍ତ୍ରୀ ଯାହାଙ୍କ ନାମ ହେଉଛି ଗୁଦୁ ଶର୍ମା ସେ ଗୋଟେ ନାନୋ କାରକୁ ହେଲିକପ୍ଟରରେ ପରିଣତ କରିଦେଇଛନ୍ତି | ବର୍ତ୍ତମାନ ଏହି ନାନୋ କାରକୁ ବରମାନେ ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ବ୍ୟବହାର କରିପାରିବେ କିନ୍ତୁ ଏଥିରେ ଏଇ କଥାରେ ମଧ୍ୟ ଗୋଟେ ମୋଡ଼ ଅଛି | ଯେ ଏହି ହେଲିକପ୍ଟରଟି ଆକାଶରେ ଉଡ଼ିବ ନାହିଁ କିନ୍ତୁ ରାସ୍ତାରେ ଦୌଡିଥିବାର ଦେଖାଯିବ | ଏହି ହେଲିକପ୍ଟରଟି ଡିଜିଟାଲ୍ ଦୁନିଆର ଦୌଡ଼ରେ ଆତ୍ମନିର୍ଭରଶୀଳ ଭାରତର ଏକ ଜୀବନ୍ତ ଉଦାହରଣ |

ଏହାକୁ ପ୍ରସ୍ତୁତ କରିଥିବା ମେକାନିକ୍ ଗୁଦ୍ଦୁ ଶର୍ମା କହିଛନ୍ତି ଯେ ଏହି ହେଲିକପ୍ଟର ନିର୍ମାଣ କରିବା ପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଏହି ହେଲିକପ୍ଟରକୁ ହାଇ-ଟେକ୍ ର ଆକୃତି ଦିଆଯାଏ, ତେବେ ଏଥିରେ ଆହୁରି 1.5 ଲକ୍ଷ ଖର୍ଚ୍ଚ ହେବ | କିନ୍ତୁ ଏହି ହେଲିକପ୍ଟରଟି ସମସ୍ତଙ୍କ ବଜେଟରେ ଅତି ସହଜରେ ଫିଟ୍ ହୋଇଯିବ ଏବଂ ବର ତାଙ୍କ କନ୍ୟା କୁ ହେଲିକପ୍ଟରରେ ଘରକୁ ଆଣିବାର ସ୍ୱପ୍ନ ସାକାର ହେବ |

ସୂଚନା ପାଇଁ, ଆମେ ଆପଣଙ୍କ କହିରଖୁଛୁ ଯେ ନାନୋ କାରରେ ନିର୍ମିତ ଏହି ହେଲିକପ୍ଟର ପ୍ରସ୍ତୁତି ପରେ ଲୋକମାନେ କହିଛନ୍ତି ଯେ ବଜାରରେ ଏହାର ଚାହିଦା ଅଧିକ ରହିବ | ଏବେ ଯାହାର ବି ଇଚ୍ଛା ହେବ ସେ ନିଜର ନୂଆ କନିଆକୁ ହେଲିକପ୍ଟରରେ ବସେଇକି ନିଜ ଘରକୁ ଆଣିପାରିବ | କିନ୍ତୁ ମାହାଙ୍ଗାର ଏହି ଯୁଗରେ ଏହି ହେଲିକପ୍ଟରଟି ତାଙ୍କ କନିଆଙ୍କୁ ଆକାଶୀଙ୍କ ଉଚ୍ଚତାରୁ ନୁହେଁ ବରଂ ରାସ୍ତାରେ ହିଁ ଘରକୁ ଆଣିକରି ଆସିବ | କିନ୍ତୁ ଏବେ ଗୋଟେ କଥା କୁହାଯାଇପାରେ ଯେ ବର ସହଜରେ ଆଉ ଶସ୍ତା ପ୍ରଶଂସାରେ ବରଯାତ୍ରୀଙ୍କୁ ନେଇ ନିଜ କନିଆର ଘରେ ପହଞ୍ଚି-ଯାଇପାରେ |

ଏମିତିରେ ସମସ୍ତଙ୍କର ସ୍ବପ୍ନ ଥାଏ କି ତାଙ୍କ ବାହାଘର ଅନୋଖା ତରିକାରେ ହଉ ଆଉ ବହୁତ ବେଶି ସ୍ମରଣୀୟ ହେଉ କାହିଁକି ନା ସମସ୍ତଙ୍କର ବାହାଘର ତାଙ୍କ ଜୀବନରେ ଥରେ ହିଁ ହୋଇଥାଏ | ଗୁଡୁ ଶର୍ମାଙ୍କ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର ବର୍ତ୍ତମାନ ଅନେକ ଲୋକଙ୍କ ସ୍ୱପ୍ନକୁ ପୁରା କରିବ |

କାରଣ ଅନେକ ଲୋକଙ୍କର ସ୍ୱପ୍ନ ଥାଏ କି ସେ ହେଲିକପ୍ଟରରେ ବସେଇକରି ନିଜ କନିଆକୁ ଘରକୁ ନେଇକରି ଆସିବେ, କିନ୍ତୁ ବଜେଟ୍ ପାଇଁ ସେମାନେ ନିଜର ଏହି ସ୍ୱପ୍ନକୁ ପୂରଣ କରିପାରନ୍ତି ନାହିଁ | କିନ୍ତୁ ବର୍ତ୍ତମାନ ରାସ୍ତାରେ ଦୌଡୁଥିବା ଏହି ହେଲିକପ୍ଟରଟି ବହୁତ ଶସ୍ତା ହେବ | ଯେଉଁ କାରଣରୁ ସମସ୍ତେ ହେଲିକପ୍ଟରରେ ନିଜର ବରଯାତ୍ରୀ ନେଇଯିବାର ନିଜର ସ୍ୱପ୍ନକୁ ପୂରଣ କରିବାକୁ ସମର୍ଥ ହେବେ |

Leave a Reply

Your email address will not be published. Required fields are marked *