ବଲିଡରର ସବୁଠୁ ଫେମସ ଲଭ୍ ବାର୍ଡସଙ୍କ ଭିତରୁ ଅର୍ଜୁନ କପୁର ଆଉ ମଲାଇକା ଆରୋରା ପ୍ରାୟତ ସେମାନଙ୍କ ଅଫେୟାରକୁ ନେଇକରି ଆଲୋଚନାରେ ରହିଥା’ନ୍ତି | ଏହି ଦମ୍ପତି ସେମାନଙ୍କର ଅନନ୍ୟ ସମ୍ପର୍କ ପାଇଁ ଜଣାଶୁଣା ଅଟନ୍ତି | ହେଲେ ଏହି ଦମ୍ପତିଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇ ସାରିଛି | ବର୍ତ୍ତମାନ ଭାଲେଣ୍ଟାଇନ୍ସ ଡେ ମଉକା ରେ ଅର୍ଜୁନ ମଲାଇକାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲିକରି କଥା ହେଇଛନ୍ତି |
ଯେଉଁଠି ଛାଡପତ୍ରନେଇଥିବା ମଲାଇକା ଗୋଟେ ସନ୍ତାନର ମା ହୋଇଥିବାବେଳେ ଅର୍ଜୁନ ତାଙ୍କ ଠାରୁ ବୟସରେ ବହୁତ ସାନ ଅଟନ୍ତି | ଏଭଳି ପରିସ୍ଥିତିରେ ଉଭୟଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇ-ସାରିଛି | କିନ୍ତୁ ଅର୍ଜୁନ- ମଲାଇକା ଏ ବିଷୟରେ ଚିନ୍ତା ନକରି ସେମାନଙ୍କ ସମ୍ପର୍କକୁ ମଜବୁତ କରିଲେ |
ଅର୍ଜୁନ କପୁର ଏହା କେବେ ବି ଭାବି ନଥିଲେ ଯେ ତାଙ୍କ ବୟସ ଠାରୁ 12 ବର୍ଷ ବଡ଼ ମଲାଇକା ଆରୋରାଙ୍କୁ ଡେଟ କରିବାରେ ଲୋକମାନେ ତାଙ୍କୁ ଇଆଡୁ-ସିଆଡୁ ଶୁଣେଇବେ ଆଉ ନକାରାତ୍ମକ କଥା କହିବେ |
ଅର୍ଜୁନଙ୍କ ଅନୁଯାୟୀ, ଟ୍ରୋଲସଙ୍କର କମେଣ୍ଟସ୍ ଶୁଣି ତାଙ୍କର ଆଉ ମଲାଇକାଙ୍କ ଜୀବନ ଅନେକ ଦିନ ଧରି ନର୍କ ଵନିଯାଇଥିଲା | ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଅର୍ଜୁନ କପୁର ମଲାଇକାଙ୍କ ସହ ତାଙ୍କ ସମ୍ପର୍କ ଆଉ ତାଙ୍କ ପାଇଁ ସଠିକ ନେଗେଟିବେଟି ବିଷୟରେ ମନ ଖୋଲିକି କଥା ହେଇଥିଲେ | ଅର୍ଜୁନ କହିଥିଲେ ଯେ ଉଭୟଙ୍କ ପାଇଁ କିଛି ଦିନ କିପରି ନର୍କ ଭଳି ବିତିଥିଲା
ଅର୍ଜୁନ କପୁର କହିଛନ୍ତି, ‘ମୁଁ ସବୁବେଳେ ମଲାଇକାଙ୍କ ପାଖରେ ଛିଡା ହୋଇଛି ଆଉ ସେ ମଧ୍ୟ ମୋ ପାଖରେ ଛିଡା ହୋଇଛନ୍ତି। ଆମେ ଏହି ସମ୍ପର୍କ ମାଧ୍ୟମରେ ପରସ୍ପର ପାଖରେ ଠିଆ ହେଲୁ | ସୋସିଆଲ ମିଡିଆ ଯୋଗୁଁ ସବୁକିଛି ବିଷାକ୍ତ ହୋଇଯାଇଥିଲା | କଳ୍ପନା ଜଳ୍ପନା ଓ ଅନୁମାନ ଠାରୁ ଆରମ୍ଭ କରି ଫାଲତୁ କଥା ଓ ସମସ୍ୟାର ସାମ୍ନା କରିଛନ୍ତି | କିନ୍ତୁ ଏସବୁ ସତ୍ତେ ମଧ୍ୟ ଆମେ ଦୁହେଁ ଏକାଠି ଠିଆ ହେଲୁ |
ସେ ଆହୁରି ମଧ୍ୟ କହିଛନ୍ତି, ‘ଅନେକ ଦିନ ଧରି ଆମ ଜୀବନ ସମ୍ପୂର୍ଣ୍ଣ ନର୍କ ହୋଇ-ଯାଇଥିଲା | ଆଉ ଏହା ପରେ ମଧ୍ୟ ଆମେ ଆମର ସମ୍ପର୍କରେ ଖୋଲାଖୋଲି ଭାବେ ବାହାରକୁ ଆସିଥିଲୁ, ମଲାଇକାଙ୍କୁ ବହୁତ କିଛିର ସାମ୍ନା କରିବାକୁ ପଡିଥିଲା | ମୁଁ ମଲାଇକାଙ୍କୁ ତାରିଫ କରୁଛି କି ସେ ଆମ ସମ୍ପର୍କକୁ ଏତେ ସମ୍ମାନ ଆଉ ଗୁରୁତ୍ୱ ଦେଲେ | ମଲାଇକାଙ୍କ ସହିତ ଠିଆ ହେବା କଦାପି ଅନୁଭବ କଲା ନାହିଁ ଯେ ଏହା କିଛି ଅସାଧାରଣ ଅଟେ | ମୁଁ କେବଳ ଅନୁଭବ କଲି ଯେ ମୁଁ ଠିକ ଜଣଙ୍କ ପାଖରେ ଛିଡା ହୋଇଛି ଆଉ ଏହା କରିବା ଏକ ସ୍ୱାଭାବିକ କାର୍ଯ୍ୟ ଅଟେ |
ଅର୍ଜୁନ କପୁର କହିଛନ୍ତି, “ଏହି କଥାର ଖୁସି ଅଛି ଯେ ଆମେ ଏପରି ଏକ ଦମ୍ପତି ବନିଲୁ ଯିଏ ଦେଖାଇଲା ଯେ ଯେବେ ଆପଣ କାହାକୁ ଭଲ ପାଆନ୍ତି ସେତେବେଳେ ବୟସର କିଛି ଫରକ ପଡ଼େ ନାହିଁ | ଆମେ ବର୍ତ୍ତମାନ ଅନେକ ଲୋକମାନଙ୍କୁ ଦେଖୁଛୁ ଯେଉଁମାନେ ସେମାନଙ୍କ ସମ୍ପର୍କକୁ ନେଇ ଖୋଲା-ଖୋଲି ଭାବେ ସାମ୍ନାକୁ ଆସୁଛନ୍ତି | ଆଉ ଏଇ କଥାରୁ ସେମାନେ ବେ-ଫିକର ଅଛନ୍ତି ଯେ ଲୋକ କ’ଣ କହିବେ
ସାକ୍ଷାତକାର ସମୟରେ ଯେତେବେଳେ ଅର୍ଜୁନ କପୁରଙ୍କୁ ପଚରାଯାଇଥିଲା ଯେ ସେ ସୋସିଆଲ ମିଡିଆ ମାଧ୍ୟମରେ ଆସୁଥିବା ଏତେ ନକାରାତ୍ମକତାକୁ କିପରି ହ୍ୟାଣ୍ଡେଲ କରନ୍ତି, ସେତେବେଳେ ଅଭିନେତା କହିଥିଲେ, ‘ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲି ଯେ ଟ୍ରୋଲରୁ ବହୁତ ଏକ୍ସଟ୍ରିମ ଵାଲା ରି-ଆକ୍ସନ ଆସିବାକୁ ଯାଉଛି |
ଏହି ଜିନିଷଗୁଡ଼ିକ ଦେଇ ଯିବା ବ୍ୟତୀତ ଆଉ କିଛି ଆପଣଙ୍କୁ ପ୍ରସ୍ତୁତ କରିପାରିବ ନାହିଁ | କିନ୍ତୁ ମୁଁ ମୋ ଜୀବନର ଏହାଠାରୁ ମଧ୍ୟ ଖରାପ ପରିସ୍ଥିତି ଦେଇ ଗତି କରିଛି | ମୁଁ ମୋର ପିତା-ମାତାଙ୍କୁ ଅଲଗା ହେବାର ଦେଖିଛି | ମାଆଙ୍କୁ ମଧ୍ୟ ହରେଇଛି | ବାପାଙ୍କ ଜୀବନରେ ମଧ୍ୟ ବହୁତ ଉଥାନ-ପତନ ଦେଖିଲି | ଅତି ନଜର ଜଣଙ୍କୁ ହରେଇବା, ଶ୍ରୀଦେବୀଙ୍କୁ ହରାଇବା |
ଅର୍ଜୁନ କହିଛନ୍ତି ଯେ ମଲାଇକା ଆସିବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି | ମଲାଇକା ତାଙ୍କୁ ଗୋଟେ ମଣିଷ ରୂପରେ ସଂପୂର୍ଣ୍ଣ ବଦଳେଇ-ଦେଇଛନ୍ତି | ଏବେ ଅର୍ଜୁନ ପୂର୍ବ ଅପେକ୍ଷା ନିଜ ଉପରେ ବିଶ୍ୱାସ କରିବାକୁ ଲାଗିଛନ୍ତି | ଅର୍ଜୁନ କହିଛନ୍ତି ଯେ ମଲାଇକା ତାଙ୍କର ଜଣେ ଏପରି ବନ୍ଧୁ ଯାହାଙ୍କ ସହ ସେ କ କୌଣସି ବିଷୟରେ କଥାବାର୍ତ୍ତା କରିପାରିବେ | ଅନେକ ଜିନିଷକୁ ନେଇ ପରସ୍ପର ପରସ୍ପରଙ୍କ ଉପରେ ବିଶ୍ୱାସ କରନ୍ତି |
ଆପଣମାନଙ୍କୁ କହିରଖୁଛୁ ଯେ ଅର୍ଜୁନ ଆଉ ମଲାଇକା କିଛି ସମୟ ପାଇଁ ପରସ୍ପରକୁ ଡେଟ୍ କରିବା ପରେ 2019 ରେ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍ କରିଥିଲେ | ସେବେଠାରୁ ଦୁହେଁ ସୋସିଆଲ ମିଡିଆରେ ନିଜର ପ୍ରେମ-ଭରା ଫୋଟୋ ସେୟାର କରନ୍ତି |