ଜଣେ ଯୁବତୀ ପଡ଼ୋଶୀରେ ରହୁଥିବା ଏଲ ପୁଅକୁ ଭଲ ପାଉଥିଲେ। ପିଲାଟି ଅନ୍ୟ ଜାତିର ଅଟେ ତେଣୁ ପରିବାର ସଦସ୍ୟ ବିବାହ ବିରୁଦ୍ଧରେ ଯାଇଥିଲେ। ଏପରି ପରିସ୍ଥିତିରେ ଝିଅଟି ଘରୁ ପଳାଇ ଯାଇ ବିବାହ କରିଥିଲା। ବିବାହ ପରେ ସେମାନଙ୍କର ଦୁଇଟି ଝିଅ ଥିଲେ। ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଦିନେ ତାଙ୍କ ଜୀବନରେ ଝଡ ଆସିଲା। ଝିଅଟିର ସ୍ୱାମୀ ହଠାତ୍ ମୃତ୍ୟୁ ବରଣ କଲେ। ଆସନ୍ତୁ ଜାଣିବା ତାପରେ କଣ ହେଲା
ବାସ୍ତବରେ ଏହି କାହାଣୀ Humans Of Bombayର ଇନଷ୍ଟାଗ୍ରାମ ପୃଷ୍ଠାରେ ଜଣେ ମହିଳାଙ୍କ ଉଦ୍ଧେଶ୍ୟରେ ସେୟାର କରାଯାଇଛି। ମହିଳାଙ୍କ କହିବାନୁସାରେ ଯେତେବେଳେ ତାଙ୍କୁ 15 ବର୍ଷ ହୋଇଥିଲା ସେତେବେଳେ ସେ ମୟୂର ନାମକ ଏକ ପୁଅକୁ ଭେଟିଥିଲେ ଯିଏ କି ପଡ଼ୋଶୀରେ ରହୁଥିଲେ।ଏକ ସମୟରେ ଉଭୟ ଭଲ ବନ୍ଧୁ ହେଲେ। ଦିନେ ମୟୂର ତାଙ୍କୁ ପ୍ରପୋଜ କଲେ। ସେ ମଧ୍ୟ ରାଜି ହୋଇଥିଲେ କିନ୍ତୁ ଏହାକୁ ଘରେ ଗୁପ୍ତ ରଖିଥିଲେ କାରଣ ମୟୂର ଅନ୍ୟ ଜାତିର ଥିଲା।
କିନ୍ତୁ ଦିନେ ମହିଳାଙ୍କ ପିତାମାତା ଏ ବିଷୟରେ ଜାଣିବାକୁ ପାଇଲେ। ସେମାନେ ଝିଅକୁ ସାକ୍ଷାତ ଏବଂ ମୟୂର ସହିତ କଥାବାର୍ତ୍ତା କରିବାକୁ ବାରଣ କଲେ। କିନ୍ତୁ ମୟୁର ମହିଳାଙ୍କ ସମ୍ପର୍କୀୟ ଭାଇ ସାହାଯ୍ୟରେ ତାଙ୍କ ନିକଟରେ ପହଞ୍ଚିଥିଲେ। ଉଭୟ ରେଳ ଷ୍ଟେସନକୁ ଯାଇ ସହର ଛାଡିଥିଲେ। ପରେ ସେମାନେ ବିବାହ କରିଥିଲେ। ଏହାପରେ ମହିଳା 2ଟି ଝିଅ ଜନ୍ମ ଦେଲେ।
ଏହାପରେ ଜୀବନରେ ଆସିଲା ଝଡ।
ଦମ୍ପତିଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା। ସମୟ ସହିତ ପରିବାର ମଧ୍ୟରେ ଦୂରତା ମଧ୍ୟ କମିଗଲା। କିନ୍ତୁ ଦିନେ ମୟୂର ଶୋଇବାକୁ ଗଲା କିନ୍ତୁ ଆଉ ଉଠିଲା ନାହିଁ। ସେ ହଠାତ୍ ଦୁନିଆକୁ ବିଦାୟ ଦେଲେ। ମୟୂର ଚାଲିଯିବା ମାତ୍ରେ ପତ୍ନୀ ଅନୁଭବ କଲେ ଯେପରି ତାଙ୍କ ଜୀବନ ସମାପ୍ତ ହୋଇଗଲା। 32 ବର୍ଷ ବୟସରେ ଏକାକୀ 2 ଝିଅକୁ କିପରି ବଂଚାଇବେ? ସେ ଏ ବିଷୟରେ ଭାବି ପୁରା ଦାରିଯାଇଥିଲେ। କିନ୍ତୁ ଝିଅମାନେ ମାଆଙ୍କୁ ବୁଝାଇଥିଲେ- ‘ପିତା ସର୍ବଦା ଆମ ହୃଦୟରେ ରହିବେ କିନ୍ତୁ ଆମକୁ ଜୀବନରେ ଆଗକୁ ବଢିବାକୁ ପଡିବ।’
ଝିଅମାନଙ୍କର ଉତ୍ସାହରୁ ଅନୁପ୍ରାଣିତ ହୋଇ ଏକାକୀ ମାଆ ସେମାନଙ୍କର ପାଳନର ଦାୟିତ୍ୱ ଗ୍ରହଣ କଲେ ଏବଂ 7 ବର୍ଷ କିପରି ଅତିବାହିତ ହେଲା ତାହା ଜଣା ପଡିଲା ନାହିଁ। କିନ୍ତୁ ତାପରେ ଜଣେ ବ୍ୟକ୍ତି ତାଙ୍କ ଜୀବନକୁ ଆସିଲା, ଯିଏ ପୁଣି ମହିଳାଙ୍କ ଘରକୁ ଖୁସିରେ ଭରିଦେଲା।
ବାସ୍ତବରେ ତାଙ୍କ ସ୍ୱାମୀ ମୟୂରଙ୍କ ଦେହାନ୍ତ ପରେ, ଏକାକୀ ରହୁଥିବା ମହିଳାଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିଥିଲା ଯେତେବେଳେ ସେ ଏକ ପରିବାର ବିବାହରେ ପିଲାଦିନର ବନ୍ଧୁ ମୁକେଶଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ମୁକେଶ ମହିଳାଙ୍କ ପ୍ରତି ଆଗ୍ରହ ଦେଖାଇଥିଲେ କିନ୍ତୁ ମହିଳା ଜଣକ ତାଙ୍କ ଅତୀତକୁ ନେଇ ଭୟଭୀତ ଥିଲେ। ତେବେ ମୁକେଶଙ୍କୁ ଅନେକ ମାସ ପରୀକ୍ଷା କରିବା ପରେ ମହିଳା ଜଣକ ତାଙ୍କୁ ବିବାହ କରିଥିଲେ। ମହିଳାଙ୍କ ଅତୀତ ଜୀବନକୁ ନେଇ ମୁକେଶଙ୍କର କୌଣସି ଆପତ୍ତି ନଥିଲା।
ମହିଳା ଜଣକ କହିଛନ୍ତି ଯେ ସବୁକିଛି ଜାଣିବା ସତ୍ତ୍ୱେ ମୁକେଶ ମୋତେ ଏବଂ ମୋ ଝିଅମାନଙ୍କୁ ଗ୍ରହଣ କରିଥିଲେ। ଝିଅମାନେ ମଧ୍ୟ ତାଙ୍କ ସହିତ ଖୁସିରେ ଅଛନ୍ତି। ମହିଳାଙ୍କ କହିବାନୁସାରେ ଆମେ ଏକ ବର୍ଷ ପୂର୍ବେ ବିବାହ କରିଥିଲୁ ସେବେଠାରୁ ଆମେ 4ଜଣ ଭଲ ବନ୍ଧୁଙ୍କ ପରି ବାସ କରୁଛୁ। ସେ କୁହିଛନ୍ତି ଯେ ‘ଯଦି ଆପଣ ପ୍ରେମରେ ଦ୍ୱିତୀୟ ସୁଯୋଗ ପାଇବାକୁ ଭାଗ୍ୟବାନ୍ ତେବେ ଏହାକୁ ହାତ ଛଡା କର ନାହିଁ!’