ସରପଞ୍ଚ ପ୍ରାର୍ଥୀମାନଙ୍କର ଗ୍ରାମବାସୀ କରାଇଲେ ଯୋଗ୍ୟତା ପରୀକ୍ଷା, ପରୀକ୍ଷାରେ ମାତ୍ର ୩ ଜଣ ହେଲେ ପାସ

ଆଉ କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ଆଉ ଏଥିପାଇଁ ରାଜ୍ୟର ସବୁ ପଞ୍ଚାୟତରେ ବର୍ତ୍ତମାନ ଜୋରସୋରରେ ପ୍ରଚାର ଚାଲିଛି। ବିଶେଷ ଭାବରେ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି।

ଏଭଳି ସ୍ଥିତିରେ ସହରିଆ ଲୋକମାନଙ୍କ ପାଇଁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ମାଲୁପଡା ଗ୍ରାମବାସୀ ଉଦାହରଣ ସାଜିଛନ୍ତି। ଏହି ଗାଁରେ ସରପଞ୍ଚ ପ୍ରାର୍ଥୀମାନଙ୍କ ପ୍ରଚାର କାମ ଦେଇନି ବରଂ ଲୋକ ନିଜେ ପରଖିଛନ୍ତି ତାଙ୍କ ପାଇଁ ଯୋଗ୍ୟ ପ୍ରାର୍ଥୀ କିଏ।

ସୂଚନା ଅନୂଯାୟୀ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପଞ୍ଚାୟତର ମାଲୁପଡା ଗ୍ରାମବାସୀ ନିଜ ଗାଁରୁ ଛିଡା ହୋଇଥିବା ସମସ୍ତ ସରପଞ୍ଚ ପ୍ରାର୍ଥୀଙ୍କ ଯୋଗ୍ୟତା ପରୀକ୍ଷା କରାଇଛନ୍ତି।

ଏହି ପଞ୍ଚାୟତରେ ମୋଟ ୯ ଜଣ ପ୍ରାର୍ଥୀ ଛିଡା ହୋଇଥିବା ସମୟର ୮ ଜଣ ପ୍ରାର୍ଥୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହେଇଥିବା ଯୋଗ୍ୟତା ପରୀକ୍ଷା ଦେବାକୁ ରାଜି ହୋଇଛନ୍ତି ଓ ଏହି ପରୀକ୍ଷାରେ ୩ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କୁ ହିଁ ଗ୍ରାମବାସୀ ଭୋଟ ଦେବା ପାଇଁ ସ୍ଥିର କରିଛନ୍ତି।

ମାତ୍ର କିଛି ଟଙ୍କା ନେଇ ପ୍ରାର୍ଥୀମାନଙ୍କ କଥାରେ ଭାସି ଯାଇ ଲୋକଙ୍କୁ ଭୋଟ ଦେଉଛନ୍ତି। ଏହି ଗ୍ରାମବାସୀ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସାଜିଛନ୍ତି।

Leave a Reply

Your email address will not be published. Required fields are marked *