୫୦ ହଜାର ଲଗାଇ ବର୍ଷକୁ ଆୟ କରନ୍ତୁ ୨୪ ଲକ୍ଷ, ଆପଣ ମଧ୍ୟ କରିପାରିବେ ଏହି କାମ

ସେୟାର ବଜାର ମାର୍କେଟ ବଢିବା-କମିବା ଭିତରେ ଅନେକ ସେୟାର ନିବେଶକଙ୍କୁ ବମ୍ପର ରିଟର୍ନ ଦେଉଅଛି। ୨୦୨୧ ମସିହାରେ ଅନେକ ପେନି ଷ୍ଟକ ଓ ଅନେକ ସେୟାର ନିବେଶକଙ୍କୁ ମାଲାମାଲ କରିଦେଇଛି। କିଛି ସେୟାରରେ ଲୋକ ୧ ଲକ୍ଷ ଟଙ୍କା ଲଗାଇ କିଛି ସମୟ ମଧ୍ୟରେ ୫୦ ଲକ୍ଷ କିମ୍ବା ଏଥିରୁ ଅଧିକ ଆୟ କରୁଛନ୍ତି। ଆଜି ଆମେ ଏମିତି ଏକ ସେୟାର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୫୦ ହଜାର ଟଙ୍କାକୁ ଏକ ବର୍ଷ ମଧ୍ୟରେ ୨୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚାଇଦେଲେ।

ଏକ ବର୍ଷରେ ଜବରଦସ୍ତ ରିଟର୍ନ:-

ଯେଉଁ ସେୟାର ବିଷୟରେ ଆମେ କଥା ହେଉଛୁ ତାର ନାମ ଫ୍ଲୋମିକ ଗ୍ଲୋବାଲ ଲୋଜିଷ୍ଟିକ। ଏକ ବର୍ଷରେ ଏହି ସେୟାରର ନିବେଶକଙ୍କୁ ଜବରଦସ୍ତ ରିଟର୍ନ ଦେଇ ଆଶ୍ଚର୍ଯ୍ୟ କରିଦେଇଛି। ଏହି ସେୟାରର ମାର୍କେଟ ଦେଖି ଏହା ପରିଷ୍କାର ଭାବରେ ଜଣାପଡୁଛିକି ଏହି କମ୍ପାନୀ ରିଟର୍ନ ମାମଲାରେ ବଡ ବଡ କଂପାନୀକୁ ଫେଲ କରିଦେଇଛି।

ଏକ ବର୍ଷର ଯାତ୍ରା:-

୮ ଫେବୃୟାରୀ ୨୦୨୧ କୁ ଫ୍ଲୋମିକ ଗ୍ଲୋବାଲ ଲୋଜିଷ୍ଟିକର ସେୟାରର ମୂଲ୍ୟ ଥିଲା ୨.୯୩ ପଇସା। ୧୧ ଫେବୃୟାରୀରେ ବନ୍ଦ ହୋଇଥିବା କାରୋବାରରେ ଏହି ସେୟାର ବଢ଼ି ୧୪୨ ଟଙ୍କାରେ ପହଞ୍ଚିଥିଲା। ଏହି ହିସାବରେ ଏହି ସେୟାର ଏହି ସମୟର ୪୮୦୦ ପ୍ରତିଶତରୁ ଅଧିକ ତୀବ୍ରରେ ରିଟର୍ନ ଦେଲା। ଏହି ସମୟରେ ସେନ୍ସେକ୍ସରେ ୧୩.୪୧ ପ୍ରତିଶତ ତୀବ୍ର ହେବାର ଦେଖାଗଲା।

୫୦ ହଜାର ହୋଇଗଲା ୨୪ ଲକ୍ଷରୁ ଅଧିକ:-

ଯଦି କୌଣସି ଇନ୍ଭେଷ୍ଟର ଏହି ସେୟାରରେ ଏକ ବର୍ଷ ପୂର୍ବେ ୫୦ ହଜାର ଟଙ୍କାର ନିବେଶ କରିଥିବ ତେବେ ଆଜି ଏହା ବଢ଼ି ୨୪ ଲକ୍ଷରୁ ଅଧିକ ହୋଇଯାଇଛି। ଶୁକ୍ରବାର ବଜାରରେ ହୋଇଥିବା ହ୍ରାସ ପରେ ଏହା ସେୟାର ସବୁଜ ସଂକେତ ସହ ବନ୍ଦ ହୋଇଛି। ଏହି ସେୟାରର ୫୨ ସପ୍ତାହର ରେକର୍ଡ ଉପରେ ନଜର ପକାଇଲେ ଏହା ୨୧୬ ଟଙ୍କା ଉପରକୁ ଯାଇଛି।

କମ୍ପାନୀ ବିଷୟରେ ଜାଣନ୍ତୁ:-

ଫ୍ଲୋମିକ ଗ୍ଲୋବାଲ ଲୋଜିଷ୍ଟିକର ରେଜିଷ୍ଟର୍ଡ ଅଫିସ ମୁମ୍ବାଇରେ ଅଛି। ଏହା ଗ୍ରାହକଙ୍କର ଲୋଜିଷ୍ଟିକ ସମାଧାନ କରୁଥିବା କମ୍ପାନୀ ଅଟେ। ଏହି କମ୍ପାନୀର ମାର୍କେଟ କ୍ୟାପ ପାଖାପାଖି ୧୦୦ କୋଟି ଟଙ୍କା। କମ୍ପାନୀର ଦୁଇ ପ୍ରମୋଟର୍ସଙ୍କ ନିକଟରେ ୨୭.୪୯ ପ୍ରତିଶତ ଭାଗ ଅଛି। ବାକି ୭୨.୫୧ ପ୍ରତିଶତ ଭାଗ ପବ୍ଲିକ ସେୟାର ହୋଲ୍ଡର୍ସଙ୍କ ନିକଟରେ ଅଛି।

Leave a Reply

Your email address will not be published. Required fields are marked *