ଚମତ୍କାର : ୧୬ ଘଣ୍ଟା ପରେ ଅଳିଆ ଗଦାରୁ ମୃତ୍ୟୁକୁ ପରାସ୍ତ କରି ବାହାରକୁ ଆସିଲେ ବ୍ୟକ୍ତି ଜଣକ,ଅବସ୍ଥା ଦେଖି କାନ୍ଦି ପକେଇଲେ ଲୋକମାନେ ।

ଗତକାଲି ଗୁରୁଗ୍ରାମରେ ହୋଇଥିବା ଆପାର୍ଟମେଣ୍ଟ ଦୁର୍ଘଟଣାରେ ଆଜି ଗୋଟେ ଭଲ ଖବର ସାମ୍ନାକୁ ସେବେ ଆସିଲା ଯେତେବେଳେ ଉଦ୍ଧାରକାରୀ ଦଳ ୧୬ଘଣ୍ଟାରୁ ଅଧିକ ସମୟ ଚେଷ୍ଟା କରିବା ପରେ ବ୍ୟୁରୋକ୍ରେଟ ଏ.କେ ଶ୍ରୀବାସ୍ତବଙ୍କୁ ଅଳିଆ ଗଦାରୁ ଜୀବନ୍ତ ଉଦ୍ଧାର କରିଥିଲେ ।

ଲୋକମାନେ ଆଶା ଛାଡ଼ି ଦେଇଥିଲେ

ସନ୍ଧ୍ୟା ରୁ ସକାଳ ଆଉ ତାପରେ ଅପରାହ୍ନ ଏମିତି ହୋଇ ଚାଲିଥାଏ । ୧୬ଘଣ୍ଟାରୁ ଅଧିକ ସମୟ ଅତିବାହିତ ହେଉଥିଲା, ଲୋକଙ୍କ ହୃଦସ୍ପନ୍ଦନ ବଢ଼ିଯାଉଥିଲା,ପରିଜନଙ୍କ ସହିତ ଦେଶ ର ସବୁ ଲୋକ ପ୍ରାଥନା କରୁଥିଲେ କି ଗୁରୁଗ୍ରାମରେ ଥିବା ସେହି ବିଲ୍ଡିଂ ର ଅଳିଆ ଗଦାରେ ଫସି ରହିଥିବା ଲୋକଙ୍କ ଜୀବନ ରକ୍ଷା ହୋଇଯାଉ ।

ଆଜି ଅପରାହ୍ନରେ ଗୋଟେ ଜୀବନ ରକ୍ଷା କରିବାରେ ସଫଳ ହେଲା ପରେ, ଦେବଦୂତ ହୋଇ ମିଶନରେ ଜଡିତ ଥିବା ଏନଡ଼ିଆରଏଫ ସମେତ ଉଦ୍ଧାରକାରୀ ଦଳର ଲୋକମାନେ ଭାବପ୍ରବଣ ହୋଇଗଲେ, ସେମାନଙ୍କ ଆଖିରେ ଲୁହ ଆସିଗଲା | ଚିଣ୍ଟଲ ପୈରାଡିସୋ ସୋସାଇଟିର ପ୍ରଥମ ମହଲାରେ,ସାତ ମହଲା ଛାତର ଭୁଶୁଡ଼ି ପଡ଼ିବାରୁ ଅଳିଆ ଗଦାରେ ଫସି ରହିଥିବା ଜୀବନର ଉଦ୍ଧାର କାର୍ଯ୍ୟ ନିରନ୍ତର ଭାବରେ ଚାଲିଛି।

ଅଳିଆ ଗଦାରେ ଫସିରହିଥିଲେ ଏ.କେ ଶ୍ରୀବାସ୍ତବ

ଗୁରୁଗ୍ରାମ ସେକ୍ଟର ୧୦୯, ରେ ହୋଇଥିବା ଏଇ ଦୁର୍ଘଟଣାରେ ପ୍ରଥମ ମହଲାରେ ଫସି ରହିଥିବା ଏ.କେ ଶ୍ରୀବାସ୍ତବଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିନିଆଗଲା । ଏ.କେ ଶ୍ରୀବାସ୍ତବ ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରେଟ।ଏହା ପୂର୍ବରୁ ଅନେକ ଫୋଟୋ ଆସିଥିଲା ଯେଉଁଥିରେ ଆବର୍ଜନାରେ ଫସିଯିବା ପରେ ମଧ୍ୟ ଚିକିତ୍ସା ହେଉଥିବାର ଦେଖିବାକୁ ମିଳିଥିଲା ​​| ତାଙ୍କୁ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲକୁ ପଠାଯାଇଛି ।

ତେବେ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଡି.ସି. ନିଶାନ୍ତ କୁମାର ଯାଦବଙ୍କ ନେତୃତ୍ୱରେ ଏନଡିଆରଏଫ, ଏସଡିଆରଏଫ ଏବଂ ସିଭିଲ ଡିଫେନ୍ସ ଦଳ ସବୁ ଲଗାତାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଦୁଇଟି ଶବ୍ଦ ଉଦ୍ଧାର କରାଯାଇଛି

ଅପରାହ୍ନ ପରେ ଆଉ ଏକ ଶବକୁ ଅଳିଆ ଗଦାରୁ ବାହାର କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଅଧିକାରୀମାନେ କହିଛନ୍ତି ଯେ ଗତରାତିରେ ଏକତା ଭରଦ୍ୱାଜ (୩୧) ଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ସୁନୀତା ଶ୍ରୀବାସ୍ତବଙ୍କ ମୃତଦେହ ଶୁକ୍ରବାରରେ ଉଦ୍ଧାର କରାଯାଇଛି । ପ୍ରଥମ ମହଲାର ଅଳିଆ ଗଦାରେ ଫସି ରହିଥିବା ସୁନୀତାଙ୍କୁ ଦଳ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ତାଙ୍କୁ ବଞ୍ଚେଇ ପାରିନଥିଲା । ଏହି ଦୁର୍ଘଟଣାର ତଦନ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଷ୍ଣୁ କୁମାର ମୀନାଙ୍କୁ ଦିଆଯାଇଛି।

ଗୁରୁଗ୍ରାମର ସେକ୍ଟର ୧୦୩ ରେ ଥିବା ଏକ ଆବାସିକ ସୋସାଇଟି ରେ ବିଲ୍ଡିଂ ର କିଛି ଅଂଶ ଭୁଶୁଡି ପଡିଥିଲା । ବିଲ୍ଡିଂରେ ଫସି ରହିଥିବା ଦମ୍ପତିଙ୍କୁ ଉଦ୍ଧାର କରିବା ପାଇଁ ବିଳମ୍ବିତ ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଲ୍ଡିଂର ପ୍ରଥମ ମହଲାରେ ଫସି ରହିଥିବା ଏହି ଦମ୍ପତିଙ୍କୁ ଅବସରପ୍ରାପ୍ତ ଅଧିକାରୀ ଅରୁଣ ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବୋଲି ଜଣା ପଡିଛି ।ଉଦ୍ଧାରକାରୀମାନେ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲେ। ଅରୁଣ ଶ୍ରୀବାସ୍ତବଙ୍କୁ ଉଦ୍ଧାର କରି ନିଆଯାଇଛି ।

ମରାମତି ସମୟରେ ଦୁର୍ଘଟଣା ।

ଡି-ବ୍ଲକର ଟାୱାର -୪ ର ଷଷ୍ଠ ମହଲାରେ ମରାମତି କାମ ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଛାତ ଭୁଶୁଡି ପଡିଛି। ହଠାତ୍ ସପ୍ତମରୁ ପ୍ରଥମ ମହଲା ପର୍ଯ୍ୟନ୍ତ ଛାତ ଏବଂ ଚଟାଣ ତଳକୁ ଖସିଗଲା | ଅର୍ଥାତ୍ ସାତ ମହଲାର ଛାତ ଭାଙ୍ଗି ପ୍ରଥମ ମହଲାର ଫ୍ଲାଟରେ ଆସି ପଡିଲା | ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣାରେ ରାଜେଶ ଭରଦ୍ୱାଜଙ୍କ ପତ୍ନୀ ଏକତା ଭରଦ୍ୱାଜ (୩୧) ଙ୍କ ମୃତ୍ୟୁ ଘଟିଛି । ବାଜେରା ପୋଲିସ ଷ୍ଟେସନରେ ଚିଣ୍ଟେଲର ନିର୍ମାଣର ପରିଚାଳନା ନିର୍ଦ୍ଦେଶକ, ଠିକାଦାର ତଥା କଣ୍ଟ୍ରାକ୍ଟର ଅଶୋକ ସୋଲାମାନଙ୍କ ବିରୋଧରେ ସେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ଏଫଆଇଆର ଦାଖଲ କରିଛନ୍ତି।

ସୋସାଇଟିର ଲୋକମାନେ ବିଲ୍ଡିଂ ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ କହିଛନ୍ତି ଯେ କଲୋନୀର ୪ ଟି ଆବାସିକ ଟାୱାରର ସଂରଚନା ଅଡିଟ୍ କରାଯାଇଥିଲା କିନ୍ତୁ ଏହି ଟାୱାରକୁ ସେଥିରେ ସାମିଲ କରାଯାଇ ନାହିଁ ।

ଏହି ସୋସାଇଟି ରେ ସମୁଦାୟ ୫୩୦ ଫ୍ଲାଟ ଅଛି ଏବଂ ସେଠାରେ ୪୦୦ରୁ ଅଧିକ ପରିବାର ବାସ କରନ୍ତି । ସମଗ୍ର ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହି ଖବର ଲୋକମାନଙ୍କ ଓଠରେ ଅଛି କାରଣ ଅଧିକାଂଶ ଲୋକ ଉଚ୍ଚ ଅଟ୍ଟାଳିକାରେ ନିଜ ଘର ତିଆରି କରିଛନ୍ତି। ଲୋକମାନେ ନିଜ ନିଜ କୋଠାର ସୁରକ୍ଷାକୁ ନେଇ ଚିନ୍ତିତ ହେଉଛନ୍ତି । କିଛି ଲୋକ ଅଡିଟ୍ କରିବାର କଥା ମଧ୍ୟ କହୁଛନ୍ତି । ଗତ ୨୪ଘଣ୍ଟା ଠାରୁ #gurugram ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି |

Leave a Reply

Your email address will not be published. Required fields are marked *