ବାହାଘର ହେବା ପାଇଁ କଥା ଦେଇ ମହିଳାଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ : ଭିଡିଓ ଭାଇରାଲ କରି ଜୀବନରୁ ମାରିଦେବାକୁ ଧମକ

ଲୋକମାନେ କହିଥାନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଓ ଯେତେବେଳେ କାହା ସହିତ ପ୍ରେମ ହୋଇଯାଏ, ସେତେବେଳେ ଜାତି, ଟଙ୍କା, ବୟସ, ଓ ରୂପକୁ ଦେଖାଯାଇ ନଥାଏ । ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ପ୍ରେମ ସବୁବେଳେ ଅନ୍ଧ । ପ୍ରେମ ଚିରନ୍ତନ ଚିର ଶାଶ୍ଵତ । କଥାରେ ଅଛି ପ୍ରେମ ଅନ୍ଧ, ପାଣି ଅନ୍ଧ, ନିଆଁ ଅନ୍ଧ । ଏମାନଙ୍କର ବାଡ ବତା ନାହିଁ। ପାଣି ଯେମିତି ବନ୍ଧବାଡ ମାନେ ନାହିଁ ।

ତାର ଇଚ୍ଛା ଅନୁସାରେ ନୂଆ ନୂଆ ଦିଗ ବଦଳାଏ । ତେବେ କହିବାକୁ ଗଲେ ନାରୀ ପାଇଁ ହିଁ ଦୁନିଆ ରେ ସବୁ କିଛି ଘଟଣା ଘଟିଥାଏ । ନାରୀ ପାଇଁ ଦିନେ ମହାଭାରତ , ରାମାୟଣ ଭଳି ଇତିହାସ ଘଟି ଯାଇଛି । ଆଜି କାଲି ପ୍ରେମ ରେ ନିଶ୍ଚୟ ଭାବେ ନାରୀ ମାନଙ୍କ ପାଇଁ ହିଁ ସବୁ କିଛି ଘଟଣା ଘଟିଥାଏ । ତେବେ ଏହି ପ୍ରେମ ପାଇଁ ଆଜି ଜଣେ ଯୁବକ ଙ୍କ ଜୀବନ ଅଦିନ ରେ ଚାଲି ଯାଇଛି ।

ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଧୋକା ଦେବା ପରେ ଧମକାଇବା ବର୍ତମାନ ଏକ ପ୍ରହସନ ଚାଲିଛି । ଲଭ୍, ସେକ୍ସ, ଧୋକା , ପ୍ରଥମେ ପ୍ରେମ ତା’ପରେ ଶାରୀରିକ ସମ୍ପର୍କ ଆଉ ପରେ ଧୋକା । ଏମିତିକି ଅଶ୍ଲୀଳ ଭିଡିଓ ଭାଇରାଲ ସହ ଜୀବନରୁ ମାରିଦେବାକୁ ଯୁବତୀଙ୍କୁ ଧମକ ଦେଉଛନ୍ତି ପୁରୁଷ । ଏହି ଘଟଣା ଟି ଘଟିଛି ଭୁବନେଶ୍ଵର ରେ । ତେବେ ଘଟଣା ଟି ହେଉଛି ଜଣେ ଯୁବତୀ ପଡ଼ିଯାଇଥିଲେ ଯୁବକଙ୍କ ପ୍ରେମରେ ।

ଦୀର୍ଘ ଅଢ଼େଇ ବର୍ଷ ଧରି ସମ୍ପର୍କରେ ରହିଥିଲେ । ପ୍ରେମ କରି ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ଜଣକ । ତା ପରେ ପ୍ରତିଦିନ ମଦ ପି ଆସି ମହିଳା ଙ୍କୁ ମାର୍ ପିଟ କରୁଥିଲେ । ଯୁବକ ଜଣକ ଏକାଧିକ ଝିଅ ଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ଯେତେବେଳେ ଯୁବକଙ୍କ ପ୍ରକୃତ ଚେହେରା ଜାଣିବାକୁ ପାଇଥିଲେ ସେତେବେଳେକୁ ହୋଇଯାଇଥିଲା ଡେରି । ତେବେ ଯୁବକ ଜଣକ ପୂର୍ବ ରୁ ବିବାହିତ ମଧ୍ୟ ଥିଲେ ।

କିନ୍ତୁ ଏହି କଥା ସେ ଯୁବତୀ ଙ୍କ ଠାରୁ ଲୁଚାଇଥିଲେ । ଯେତେବେଳେ ଯୁବତୀ ଜଣକ ଏହି ବିଷୟ ରେ ଜାଣିବାକୁ ପାଇଲେ ସେତେବେଳେ ସେ ଏହି ବିଷୟ ରେ ତାଙ୍କୁ ପଚାରିଥିଲେ । ତେବେ ଯୁବକ ଜଣକ ବିବାହିତ ବୋଲି ଜାଣିବାକୁ ପାଇଥିଲେ ସେତେବେଳେ ତାଙ୍କ ଠାରୁ ବ୍ରେକ ଅପ୍ କରିଥିଲେ, କିନ୍ତୁ ଅନ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇ ତାଙ୍କ ସହ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୁବକ ।

ତେବେ ମହିଳା ଜଣକ ଅଭିଯୋଗ କରି କହିଛନ୍ତି ଯେ ଯୁବକ ଜଣକ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ଥିଲେ । ତେବେ ସବୁ ସତ କଥା ଜାଣିବା ପରେ ୬ ମାସ ଧରି ସେ ଅଲଗା ରହିଥିଲେ ଏବଂ ଯେତେବେଳେ ଅଲଗା ହେବାକୁ ଚାହିଥିଲେ ସେତେବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିଲେ ଏବଂ ୧୩୨ ଜିବିର ଭିଡିଓ ଥିବାନେଇ କହିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ପୋଲିସ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *