କଅଁଳା ବାଛୁରୀକୁ କାରରେ ବସାଇ ବୁଲାଇଲେ ଯୁବତୀ

ଆଜିକାଲି ପ୍ରାୟ ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି । ଯାହାକି ଆପଣମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଓ ଦେଖିଥିବେ ନିଶ୍ଚୟ । ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦରି ନେଇଛନ୍ତି । କାରରେ ବସାଇ ବୁଲାଉଛନ୍ତି ସହର ସହର । ଗାଡିରେ ଅର୍ଥାତ୍ କାରରେ କୁକୁର ବୁଲିବା ଆପଣ ଆଗରୁ ଦେଖିଥିବେ । ହେଲେ ବାଛୁରୀ ବୁଲିବା କେବେ ହେଲେ ଦେଖି ନଥିବେ ।

ତେବେ ବର୍ତମାନ ସମୟରେ ଏଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କାର ଭିତରେ ଆରାମରେ ବସିଛି ଏହି କ- ଅଁ- ଳ ବାଛୁରୀଟି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ବିଭିନ୍ନ ସମୟରେ ବାଇକ ହେଉ କି କାରରେ କୁକୁରକୁ ଧରି ଅନେକ ବୁଲିଥାନ୍ତି । ଅନେକ ଲୋକଙ୍କର କୁକୁର ପାଳିବା, ତାଙ୍କ ଯତ୍ନ ନେବା ଆଉ ସାଙ୍ଗରେ ଧରି ବୁଲାଇବାର ସଉକ ଥିବାର ଦେଖା ଯାଇଛି ।

ବେଳେ ବେଳେ ବିଲେଇ ଗାଡିରେ ବୁଲୁଥିବା ମଧ୍ୟ ଆପଣ ଦେଖିଥିବେ । କେତେକ ଏହାକୁ ସଉକ ବୋଲି ମାନି ନେଇଥାନ୍ତି । କିନ୍ତୁ ଏମିତି ଆଉ ଏକ ସଉକ ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ଗୋଟିଏ କଅଁଳା ବାଛୁରୀ ପ୍ରେମରେ ପଡି ଯାଇଛନ୍ତି ଯୁବତୀ । ଏହି ଭାଇରାଲ୍ ଭିଡିଓରେ ଯୁବତୀ ଜଣକ କାର ଚଲାଉଥିବା ବେଳେ ତାଙ୍କ ପାଖ ସିଟରେ ବାଛୁରୀକୁ ବସାଇଛନ୍ତି ।

ଆଉ ବାଛୁରୀଟି ଖୁବ ଆରାମରେ ସିଟ‌ରେ ବସି ବୁଲିବାର ଆନନ୍ଦ ଉଠାଉଛି । କେବଳ ଏତିକି ନୁହେଁ, ସିଟରେ ବସିଥିବା ବେଳେ ସଭିଙ୍କ ପରି ଟ୍ରାଫିକ ନିୟମ ମାନି ବାଛୁରୀଟି ବି ସିଟ ବେଲଟ ବାନ୍ଧି ଆରାମରେ ବସିଛି । ଭିଡ଼ିଓ ରେ ଦେଖା ଯାଇଥିବା ବାଛୁରୀ ଟି ଦେଖିବାକୁ ମଧ୍ୟ ଖୁବ୍ ଡଉଲ ଡାଉଲ । ତେବେ କେବଳ ସେତିକି ନୁହେଁ ଧଳା ଫର ଫର ଗୁଲୁଗୁଲିଆ ସେଇ କ- ଅଁ- ଳ ବାଛୁରୀଟି ନିଜ ମାଲିକାଣୀ ସହିତ କାରରେ ବୁଲିବା ସମୟରେ ସେଲଫି ନେବାର ମଧ୍ୟ ଦେଖା ଯାଇଛି ।

ଏପରି ଦୃଶ୍ୟ ବହୁତ ଭିନ୍ନ ଓ ଅନୋଖା ହେବା ସହିତ ଆଶ୍ଚର୍ଯ୍ୟକର ମଧ୍ୟ ଯାହାକି ଦେଖଣାହାରୀ ମାନଙ୍କୁ ବହୁତ ପସନ୍ଦ ଆସିଛି । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏହି ଭିଡିଓଟିକୁ ଏବେ ପର୍ଯ୍ୟନ୍ତ ୪୦ ହଜାରରୁ ମଧ୍ୟ ଅଧିକ ଲୋକ ଦେଖି ସାରିଛନ୍ତି । ଏଥି ସହିତ ଶହ ଶହ ଲୋକ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି । ଅନେକ ପଶୁପ୍ରେମୀ ବାଛୁରୀ ଗାଡ଼ିରେ ବୁଲୁଥିବାର ଭିଡିଓଟିକୁ ଭାଇରାଲ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *