ଆସିଲାନି ପୁଅ, ୬ ଝିଅ ମିଶି ଦେଲେ ମା କୋକେଇକୁ କାନ୍ଧ,ମିଶିକି ଦେଲେ ମୁଖାଗ୍ନି

ବର୍ତମାନ ସମୟର ଅତ୍ୟାଧୁନିକ ସମାଜ ଚଳଣୀରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥିବାବେଳେ ଏବେ ବି ଭାରତୀୟ ଦମ୍ପତି ପୁଅଟିଏ ପାଇଁ ବ୍ୟାକୁଳ । ବାପା ମାଆ ଏଇୟା ଭାବିଥାନ୍ତି ପୁଅ ଟିଏ ଜନ୍ମ ହେଲେ ସେ ବୃଦ୍ଧାବସ୍ଥାରେ ସାହାରା ହେବ । ସେ କ୍ରିୟାକର୍ମ କରିବ । ସେଥିପାଇଁ କେତେ ପୂଜା, ବ୍ରତ, ଉପବାସ କରିଥାନ୍ତି ମହିଳାମାନେ । କିନ୍ତୁ ବହୁ ସମୟରେ ପୁଅ ହିଁ ବାପା, ମା’ଙ୍କୁ ପଚାରେନି । ଅସମୟରେ ଛିଡ଼ା ହୁଏ ପରଘରକୁ ଯାଇଥିବା ଝିଅ । ସେଭଳି ଏକ ଘଟଣା ଘଟିଛି ସମ୍ବଲପୁର ସହରରେ ।

ଗୋଟେ ପୁଅ ପରେ ତଳକୁ ତଳ ୬ଟି ଝିଅ । ସ୍ବାମୀଙ୍କ ମୃତ୍ୟୁ ପରେ କିନ୍ତୁ ପଚାରିଲାନି ଗୋଟେ ବୋଲି ପୁଅ । ଦୀର୍ଘ ୧୭ ବର୍ଷ ଝିଅମାନଙ୍କ ସହ ରହି ଶେଷନିଃଶ୍ବାସ ତ୍ୟାଗ କରିବା ପରେ ୬ ଝିଅ ତାଙ୍କୁ କାନ୍ଧଦେବା ସହ ରାଜଘାଟକୁ ନେଇ ସେଠାରେ ରୀତିନୀତିରେ ଦାହସଂସ୍କାର ମଧ୍ୟ କରିଥିଲେ ।

ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ସୋର ରେ ଭାଇରାଲ ହେବା ସହିତ ସ୍ଥାନୀୟ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମାଆ ମୁହଁରେ ନିଆଁ ଦେଇ ପାରିଲାନି ଏକମାତ୍ର ଜନ୍ମକଲା ପୁଅ । ଶେଷ ସମୟରେ ମାଆର ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ ।

https://www.youtube.com/watch?v=pmJWbo2uNAM

ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗୁଜୁରାଟୀ କଲୋନୀରେ । ମାଆ ମୁହଁରେ ନିଆଁ ଦେଇ ପାରିଲାନି ଏକମାତ୍ର ଜନ୍ମକଲା ପୁଅ । ଶେଷ ସମୟରେ ମାଆର ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗୁଜୁରାଟୀ କଲୋନୀରେ । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ସାହୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ବୟସ ୮୦ ବର୍ଷ । ମୂଳଘର ପାଲଲହଡ଼ା ଶ୍ରୀଗଡ଼ । ହେଲେ ତାଙ୍କ ମୃତ୍ୟୁ ପରେ ମୁଖାଗ୍ନି ପାଇଁ ଆସିଲାନି ପୁଅ, ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ ।

ସୂଚନାଯୋଗ୍ୟ ସମ୍ବଲପୁରର ସ୍ବର୍ଗତ ଭୁବନ ସାହୁଙ୍କ ସ୍ତ୍ରୀ ଶ୍ରୀମତି ସାହୁ ସ୍ବାମୀଙ୍କ ମୃତ୍ଯୁ ପରେ ପୁଅ ନ ପଚାରିବାରୁ ୧୫ ବର୍ଷ ହେବ ଗୁଜୁରାଟୀ କଲୋନୀରେ ରହୁଥିଲେ । ତେବେ ଆଜି ଅର୍ଥାତ୍ ଗୁରୁବାର ଦିନ ତାଙ୍କର ମୃତ୍ଯୁ ପରେ ପୁଅ ଶେଷ ଦର୍ଶନ କି ମୁଖାଗ୍ନି ଦେବା ପାଇଁ ମଧ୍ୟ ଆସି ନ ଥିଲା ।

ଫଳରେ ମାଆର ମୃତ୍ୟୁ ପରେ ଛଳ ଛଳ ଆଖିରେ କୋକୋଇକୁ କାନ୍ଧ ଦେଇଥିଲେ ସେଇ ବିବାହିତା ୬ ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା । ଶେଷରେ ଛାତିରେ କୋହ ଧରି ମନରେ ମାଆ ଚାଲି ଯିବାର ଦୁଃଖକୁ ଜାବୁଡି ଧରି ୬ ଝିଅ ମୁଖାଗ୍ନି ଦେଇଛନ୍ତି । ଏହି ଘଟଣା ଏବେ ପୁରୁଷ ପ୍ରଧାନ ସମାଜରେ ପୁଅ ଝିଅ ମଧ୍ୟରେ ଭେଦଭାବ କରୁଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଇଛି ।

Leave a Reply

Your email address will not be published. Required fields are marked *