ଏହି ବ୍ୟବସାୟ କରନ୍ତୁ ଆରମ୍ଭ, ହୋଇଯିବେ ମାଲାମାଲ,,,,,,,,

କୃତ୍ରିମ ଉପାୟରେ ମୁକ୍ତା ଚାଷ କରି ସମ୍ବଲପୁରର ଯୁବ ଚାଷୀ ଦିବ୍ୟରାଜ ବର୍ତ୍ତମାନ ଚର୍ଚ୍ଚାରେ। ପୂର୍ବରୁ କଳା ଧାନ ଓ କଳା ହଳଦୀ ଚାଷ କରି ସେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଥିବା ସମୟରେ ଫାର୍ମ ହାଉସରେ ମୁକ୍ତା ଚାଷ ଆରମ୍ଭ କରି ସେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟବସାୟ ବିଷୟରେ ଧାରଣା ଦେଉଛୁ, ଯାହାକି ଏକ ଭଲ ରୋଜଗାର ବୋଲି ପ୍ରମାଣିତ ହୋଇପାରିଛି।

ବର୍ତ୍ତମାନ ଚର୍ଚ୍ଚାରେ ସମ୍ବଲପୁରର ଉଚ୍ଚଶିକ୍ଷିତ ଯୁବଚାଷୀ ଦିବ୍ୟରାଜ ବେରିହା। ବର୍ତ୍ତମାନ ସେ ନିଜର ଫାର୍ମହାଉସରେ ମୁକ୍ତା ଚାଷ ଆରମ୍ଭ କରିଛନ୍ତି। ସମୁଦ୍ର ନୁହେଁ ପୋଖରୀରେ ଦିବ୍ୟରାଜ ମୁକ୍ତା ଚାଷ କରି ଚର୍ଚ୍ଚାରେ ଅଛନ୍ତି। ସମୁଦ୍ର ନହେଁ ପୋଖରୀ ଓ କୁଣ୍ଡରେ ମୁକ୍ତା ଚାଷ କରି ବର୍ତ୍ତମାନ ଚର୍ଚ୍ଚାରେ ଦିବ୍ୟରାଜ।

ସମୁଦ୍ର ଲୁଣି ପାଣିରେ ମୁଖ୍ୟତଃ ପ୍ରାକୃତିକ ଉପାୟରେ ମୁକ୍ତା ତିଆରି ହେଉଥିବା ସମୟରେ ଦିବ୍ୟରାଜ ନିଜର ଫାର୍ମହାଉସରେ ସିମେଣ୍ଟ କୁଣ୍ଡ ଓ ପୋଖରୀରେ ମଧୁର ଜଳରେ ଶାମୁକା ରଖି କୃତ୍ରିମ ଉପାୟରେ ମୁକ୍ତା ଚାଷ ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ସିଫା ଠାରୁ ତାଲିମ ନେଇ ସେ ଏହି କୃତ୍ରିମ ମୁକ୍ତା ଚାଷକୁ ଆରମ୍ଭ କରିଛନ୍ତି।

ଏହି ଚାଷ ପାଇଁ ସେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରୀ ଗବେଷଣା କରି ଚାଲିଛନ୍ତି। ଗତ ୨ ମାସ ତଳେ ସେ ୧୦ ଡେସିମିଲ ଜାଗାରେ ଏହି ଚାଷ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ପଡିଥିଲା। ପାଖାପାଖି ଏକ ବର୍ଷ ପରେ ଶାମୁକାରୁ ମୋତି ଉତ୍ପାଦନ କରି ଦିବ୍ୟରାଜ ଲାଭବାନ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଦିବ୍ୟରାଜଙ୍କ କହିବା ଅନୁସାରେ, ଯେକୌଣସି ବ୍ୟକ୍ତି ଉଚିତ ତାଲିମ ଗ୍ରହଣ କଲେ ଏହି ଚାଷ କରି ଭଲ ରୋଜଗାର କରିପାରିବ। ଏକ ଏକର ଜମିର ପୋଖରୀରେ ୨୦ ରୁ ୨୫ ହଜାର ଶାମୁକା ଚାଷ ହୋଇପାରିବ। ଭଲ ଭାବରେ ଏହି ଚାଷ କରିଲେ ଜଣେ ବ୍ୟକ୍ତି ଗୋଟିଏ ବର୍ଷ ମଧ୍ୟରେ ୨୦ ରୁ ୨୫ ଲକ୍ଷ ଟଙ୍କାର ମୁକ୍ତା ଉତ୍ପାଦନ କରି ପାରିବ ବୋଲି ଦିବ୍ୟରାଜ କହିଛନ୍ତି।

ଅନ୍ୟପଟେ ଦିବ୍ୟରାଜଙ୍କର ଏହି ନିଆରା ମୁକ୍ତା ଚାଷକୁ ନେଇ ବର୍ତ୍ତମାନ ସ୍ଥାନୀୟ ଲୋକ ବେଶ ଉତ୍ସାହିତ ଅଛନ୍ତି। ଏଥିପାଇଁ ଦିବ୍ୟରାଜଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଦାବି ହେଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ପ୍ରୋତ୍ସାହନ ଦେଇ ଜିଲ୍ଲା ପ୍ରଶାସନ ମଧ୍ଯ ଏହି ଚାଷ କରାଇପାରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଅଛି।

ପ୍ରକାଶ ଅନୁସାରେ, ଦିବ୍ୟରାଜଙ୍କର ଏହି ନିଆରା ଉଦ୍ୟମ ଅନେକ ଯୁବକ ଯୁବତୀମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକ ଏହିଭଳି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଅଛି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବହୁ ଯୁବକ, ଯୁବତୀ ଏହିଭଳି ଚାଷ କରି ସେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଅଛି।

Leave a Reply

Your email address will not be published. Required fields are marked *