ପୁଣି ଚର୍ଚ୍ଚାରେ ଜାଗୃତି ଶୁକ୍ଲା ! ନାଁ ନନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ କଲେ ଟାର୍ଗେଟ !

ଏବେ ପୁଣି ଥରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର କାରଣ ହେଇଛନ୍ତି ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ଜାଗୃତୀ ଶୁକ୍ଳା। ଏବେ ସେ ଜଣେ ସାଂସଦଙ୍କ ସ୍ତ୍ରୀଙ୍କ ଜାଲିଆତି କୁ ନେଇ ଉଠାଇଛନ୍ତି ବୋଲି କୁହାଯାଉଛି । ଏହା ପରେ ସୋସିଆଲ ମିଡ଼ିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ ରେ ଆରମ୍ଭ ହୋଇଛି ବିତର୍କ। ଅନେକ ଫଲୋଅରସ୍ ତାଙ୍କୁ ସମାଲୋଚନା କରିବା ସହିତ ସତର୍କ ରହିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସୋମବାର ଓଡିଶା ହାଇକୋର୍ଟ ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୁ ନେଇ ସେ ଗଣ ମଧ୍ୟ ମାରେ ଅନେକ କିଛି କହିଥିଲେ।

ସ୍ପାଉସ୍‌ କାର୍ଡଜାଗୃତି କୁ ଶୁଣିବାକୁ ମିଳିଛି। ପ୍ରତ୍ୟାହାର ଉପରେ କହିଥିଲେ । ଏଥିସହ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତି ଙ୍କୁ ନୋଟିସ୍ ଜାରି ମଧ୍ୟ କରିଥିଲେ ଆଉ ଏହାର ଠିକ୍ ପର ଦିନ ଜାଗୃତୀ ଶୁକ୍ଳା ଫେସ୍‌ବୁକ୍‌ ରେ ଏକ ପୋଷ୍ଟ ଅପଲୋଡ଼ କରିଥିଲେ । ଯେଉଁଥିରେ ସେ କାହାରି ନାଁ ନଦେଇ ଲେଖିଥିଲେ କି ଜଣେ ସାଂସଦଙ୍କ ସ୍ତ୍ରୀ ମ୍ୟାରେଜ୍‌ ସାର୍ଟିଫିକେଟ୍‌, ମ୍ୟାଟ୍ରିକ୍‌ ସାର୍ଟିଫିକେଟ, ପାସ୍‌ପୋର୍ଟ, ପାନ୍‌କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଆଇଟିଆର୍‌ ରେ ଅଲଗା ଅଲଗା ନାଁ ଦର୍ଶାଇଥିବା ର କଥା ସାମ୍ନା କୁ ଆସିଛି

ଆଉ ଏହା କହିଛନ୍ତି କି ସେ ତାଙ୍କର ବାପାମାଆଙ୍କ ସିଗ୍ନେଚର୍ ମଧ୍ୟ ଅଲଗା ଅଲଗା ଦେଇଛନ୍ତି । ଏହାକୁ କଣ ଫ୍ରଡ୍‌ ବୋଲି ଧରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର କଣ ତଦନ୍ତ ହେବା କଥା ନୁହେଁ? ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସାଂସଦ ଙ୍କ ସ୍ତ୍ରୀ ବୋଲି ତାଙ୍କ ବିରୋଧ ରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବନି।

ଜାଗୃତୀଙ୍କ ଏହି ପୋଷ୍ଟ କାହା ଉଦ୍ଦେଶ୍ୟରେ ଥିଲା ତାହା ସଠିକ ରୂପେ ଜଣାପଡ଼ି ନାହିଁ। ତେବେ ନିକଟ ରେ ସ୍ପାଉସ୍‌ ମାମଲା ରେ ଅନୁଭବ ଙ୍କୁ ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଜାଗ୍ରୁତି ଏପରି ପୋଷ୍ଟ କରିଥିବା ସୋଶାଲ ମିଡ଼ିଆରେ ଚର୍ଚ୍ଚା ହେଉଛି ହେଇଚି ।ଜାଗୃତୀ କରିଥିବା ପୋଷ୍ଟ ରେ ଜଣେ ଯୁବକ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ମିସ୍‌ ଶୁକ୍ଳାଜୀ ଆପଣ ଜାଣିରଖିବା ଉଚିତ୍‌ ଅନୁଭବଙ୍କ ବ୍ୟକ୍ତିତ୍ୱ ଓ ବ୍ୟକ୍ତିଗତ ଜୀବନ ବହୁତ ଖରାପ। ଏହା ଓଡ଼ିଶାବାସୀ ଭଲ ଭାବେ ଅବଗତ। ଓଡ଼ିଶା ପରି ପବିତ୍ର ରାଜ୍ୟ ର ଲୋକମାନେ ଅତି ନିରୀହ। ଆପଣ ଅନୁଭବଙ୍କ ସ୍ତ୍ରୀ ହେବାକୁ ଚେଷ୍ଟା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *