ଦେଶର ବଦନାମ ଗଳି ହେଉଛି ସୋନାଗାଛି, ଜାଣନ୍ତୁ କଣ ରହିଛି ଏହି ନାଁ ପଛରେ ରହସ୍ୟ !

କୋଲକାତାର ସୋନାଗାଛି ଏହି ନାଁ ଟି ସମସ୍ତେ ଙ୍କ କଣ ରେ ପ୍ରାୟ ପଢିଥିବୋ । ଏହାର ନାମ ରୁ ହିଁ ଏହି ସ୍ଥାନର ପରିଚୟ ଜଣା ପଡି ଯାଇଥାଏ। ଯେଉଁ ଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର ଏଠାରେ ୧୫ ହଜାର ରୁ ଅଧିକ ଦେହଜୀବୀ ବସ କରନ୍ତି। ଏହାକୁ ଏସିଆ ର ସବୁଠାରୁ ବଡ ରେଡ୍ ଲାଇଟ୍ ଏରିଆ ମଧ୍ୟ କୁହାଯାଏ। କୋଲକତା ର ଏହି ଜାଗାଟି ହାଓଡ଼ା ଷ୍ଟେସନ୍ ରୁ ଅଳ୍ପ କିଛି ବାଟ । ଏହାର ନାମରୁ ହିଁ ଏହି ସ୍ଥାନର ପରିଚୟ ଜଣା ପଡି ଥାଏ।

କୋଲକତାର ଏହି ଜାଗା ଟି ହାଓଡ଼ା ଷ୍ଟେସନ୍‌ରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ପ୍ରାୟ ୧୫ ବର୍ଷ ପୂର୍ବରୁ ସୁମିତ୍ରା ନାମକ ଜଣେ ମହିଳା ବେଶ୍ୟାଳୟ ଚଳାଉଥିଲେ। ତାଙ୍କରି ଅଧୀନରେ ଥିଲା ଏହି ସୋନାଗାଛି ଅଞ୍ଚଳ ଯାହା ଧୀରେ ଧୀରେ ଉନ୍ନତି ହାଇ ଘର ଉପରେ ଘର ତିଆରି ହେଲା। କୋଠରୀ ବଢ଼ିଲା ଆଉ ତା ସାଙ୍ଗକୁ ବଢ଼ି ଚାଲିଲା ଦେହଜୀବୀ ଓ ଗ୍ରାହକଙ୍କ ସଂଖ୍ୟା। ସୋନାଗାଛି ର ଅର୍ଥ ହେଉଛି ସୁନାର ଗଛ ତେବେ ଏହି ନାମଟି କେମିତି ଆସିଲା କିଏ ଦେଲା ତା ପଛରେ ରହିଛି ଏକ ବଡ଼ ରହସ୍ୟ ।

ଐତିହାସିକ ପି.ଟି. ନାୟାର। ଯିଏକି ଖାଲି ପାଦରେ କୋଲକାତାର ଗଳିକନ୍ଦିରେ ବୁଲୁଥିଲେ। ସେ ହିଁ ଖୋଜିଛନ୍ତି କିଭଳି ଦିଆଗଲା ସୋନାଗାଛି ନାମ। ପୂର୍ବ କଥା ଅନୁସାରେ ଏହି ଅଞ୍ଚଳ ରେ ଜଣେ ମୁସଲମାନ ଡକାୟତ ସନାଉଲ୍ଲା ନିଜ ମା ସହିତ ରହୁଥିଲା। ସେ ମରିଗଲା ପରେ ମା ତାର ଏକା ହୋଇଗଲା। ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଦିନେ ତାର କୁଡ଼ିଆ ବାହାରୁ ଏକ ସ୍ୱର ଶୁଭିଲା ଯେମିତି ପୁଅ ସନାଉଲ୍ଲା କହୁଛି ମା ତୁ କାନ୍ଦନା ମୁଁ ଗାଜି ବା ମହାପୁରୁଷ ହୋଇଗଲିଣି।

ଏହା ପରେ ତାର ମା ସେଠାରେ ହୁକୁମ ଦେବା ଆରମ୍ଭ କଲା ଏବଂ ହଜାର ହଜାର ଲୋକ ଆସି ରୋଗ ଭଲ କରିବା ଏବଂ ସୁଖୀ ଜୀବନ ବିତାଇବା ପାଇଁ ସେଠାରୁ ହୁକୁମ ନେଲେ। ପରେ ସନାଉଲ୍ଲାର ମା ପୁଅର ସ୍ମୃତିରେ ସେଠାରେ ଏକ ଅତି ସୁନ୍ଦର ମସଜିଦ ନିର୍ମାଣ କଲେ। ଯାହାର ନାଁ ଦିଆଗଲା ସୋନାଗାଜି। ହେଲେ ମା ମରିଯିବା ପରେ ଧୀରେ ଧୀରେ ସବୁକିଛି ନିଶ୍ଚିହ୍ନ ହୋଇଗଲା । ସୋନାଗାଛିର ମଝିରେ କେବଳ ରହିଛି ଏହି ଦରଘାଟି। ତେବେ ସମୟ କ୍ରମେ ସୋନାଗାଜି ଅଞ୍ଚଳ ପରିବର୍ତ୍ତନ ହୋଇ ଯାଇଥିଲା ‘ସୋନାଗାଛି’।

ତେବେ ସୋନାଗାଛି କିଭଳି ଏକ ରେଡ୍‌ଲାଇଟ୍ ଏରିଆ ପାଲଟିଗଲା ତାର ଇତିହାସ କାହାପାଖରେ ବି ନାହିଁ। ଏଠାରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଓ ମହିଳାମାନେ ଦେଶର ବିଭିନ୍ନ ଭାଗରୁ ଚାଲି ଆସିଛନ୍ତି। ପ୍ରତି ଜୀବନ ପଛରେ ରହିଛି ଏକ ବାସ୍ତବ କାହାଣୀ। କେହି ଖୁସିରେ ନୁହେଁ, କେବଳ ପରିସ୍ଥିତିରେ ପଡ଼ି ଏଭଳି ଜୀବନ ଆପଣାଇ ନେଇଛନ୍ତି। ଯେଉଁଠାରୁ ଫେରିବା ଆଉ ସମ୍ଭବ ନୁହେଁ ବୋଲି ସେମାନେ ଜାଣନ୍ତି।

Leave a Reply

Your email address will not be published. Required fields are marked *