ଗତ ଫେବୃୟାରୀ ୫ ତାରିଖ ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ରିଲାଇନ୍ସ ଜିଓର ସର୍ଭିସ ସମ୍ପୂର୍ଣ ଭାବରେ ଡାଉନ ହୋଇ ଯାଇଥିଲା। ଯାହାଫଳରେ ଅନେକ ୟୁଜର୍ସଙ୍କର ଜିଓରେ କଲ ଲାଗୁ ନାହିଁ ବୋଲି ଅଭିଯୋଗ ମଧ୍ୟ ଆଣିଥିଲେ। ସର୍ଭିସ ଡାଉନ ପାଇଁ ମୁମ୍ବାଇ, ଥାନେ ଓ ନବି ମୁମ୍ବାଇରେ ଜିୟର ମୋବାଇଲ ଏବଂ ଇଣ୍ଟରନେଟ ସେବା ଏକଦମ ଠପ ହୋଇ ଯାଇଥିଲା। କେବଳ ଏତିକି ନୁହେଁ ବରଂ ସାରା ଦେଶରେ ଜିଓ ଫାଇବରର ସର୍ଭିସରେ ମଧ୍ୟ ସମସ୍ଯା ଦେଖାଯାଇଥିଲା।
କାରଣ ରାତି ଠିକ ୮ଟା ସମୟରେ ଟେଲିକମ ସେବାରେ ମଧ୍ୟ ସମସ୍ଯା ଦେଖାଦେଇଥିଲା। ତେବେ ଗ୍ରାହକଙ୍କୁ ହୋଇଥିବା ଅସୁବିଧା ଯୋଗୁଁ କମ୍ପାନୀ କ୍ଷମା ପ୍ରାର୍ଥନା କରିବା ସହିତ ଦୁଇଦିନ ନିମନ୍ତେ ଗ୍ରାହକଙ୍କୁ ଅତିରିକ୍ତ ଅନଲିମିଟେଡ ପ୍ଳାନ ଦେବା ପାଇଁ ମଧ୍ୟ ଘୋଷଣା କରିଛି। ଅର୍ଥାତ ଯେମିତି ଆପଣଙ୍କର ଡାଟା ପ୍ଳାନ ଶେଷ ହେବ କମ୍ପାନୀ ଏହାକୁ ଦୁଇଦିନ ପାଇଁ ବୃଦ୍ଧି କରିଦେବ। ୫ ଫେବୃୟାରୀ ଦିନ ଗ୍ରାହକଙ୍କୁ ହୋଇଥିବା ଅସୁବିଧା ବିଷୟରେ କମ୍ପାନୀ ସ୍ଵୀକାର କରିଛି।
ଏହି ସମସ୍ଯାକୁ ସମାଧାନ କରିବା ସହିତ କମ୍ପାନୀ ଗ୍ରାହକମାନଙ୍କୁ ଦୁଇଦିନ ପାଇଁ ଅତିରିକ୍ତ ସେବା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛି। କମ୍ପାନୀ ଜାରି କରିଥିବା ଏକ ମେସେଜରେ କୁହାଯାଇଛିକି, “ଏଭଳି ସମସ୍ଯା ଦେଖାଦେବାର କିଛି ଘଣ୍ଟା ମଧ୍ୟରେ ହିଁ କମ୍ପାନୀ ଏହାକୁ ସମାଧାନ କରି ଦେଇଥିଲା। କିନ୍ତୁ ଆମେ ବୁଝିପାରୁଛିକି ଏହି ଅନୁଭୂତି ଆପଣଙ୍କ ପାଇଁ ଆଦୌ ଭଲନଥିଲା। ଆମେ ସେଥିପାଇଁ କ୍ଷମା ମାଗୁଛୁ।”
ଏହା ସହିତ ସମସ୍ଯା ସମାଧାନ କରିଦିଆ ଯାଇଥିବାରୁ ଗ୍ରାହକଙ୍କୁ ସେମାନଙ୍କ ଫୋନକୁ ରିଷ୍ଟାର୍ଟ କରିବା ପାଇଁ ନିବେଦନ କରାଯାଇଛି। ଜିଓର ଏହିଭଳି ସମସ୍ଯା ଯୋଗୁଁ ଅନେକ ଜିଓ ୟୁଜର୍ଷଙ୍କୁ ଏହି ସମୟରେ କଥାବାର୍ତ୍ତା ହେବା ପାଇଁ ହ୍ବାଟ୍ସଆପ୍ କଲି॰ ସୁବିଧାର ସାହାରା ନେବାକୁ ପଡିଥିଲା। ଆପଣଙ୍କୁ ଜଣାଇ ଦେଉଛୁଯେ, ଟ୍ରାଇ ଅନୁସାରେ ଜୁଲାଇ ୨୦୨୧ ମସିହାରେ ଜିଓର ସମୁଦାୟ ଗ୍ରାହକଙ୍କର ସଂଖ୍ୟା ୪୪ କୋଟି ୩୨ ଲକ୍ଷ ଥିଲା।
ଏୟାରଟେଲର ମୋଟ ଗ୍ରାହକଙ୍କ ସଂଖ୍ୟା ୩୫ କୋଟି ୪୦ ଲକ୍ଷ ଓ ଭୋଡାଫୋନ ବା ଭିଆଇର ମୋଟ ଗ୍ରହକଙ୍କ ସଂଖ୍ୟା ୨୭ କୋଟି ୧୯ ଲକ୍ଷ ଥିଲା। ଅର୍ଥାତ ଦେଶରେ ଜିଓ ୟୁଜର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି ।