କିଏ କହୁଛି ସତ ? ନିଜ ପୁଅକୁ ହରାଇଥିବା ସୌମ୍ୟଙ୍କ ମା ନା ସୋନାଲିଙ୍କ ମା ?

ଓଲିଉଡ଼ ର ଜଣେ ସିଙ୍ଗର ସୋନାଲି ନନ୍ଦ ଙ୍କ ପ୍ରେମ ରେ ପଡିଗଲେ ଏବଂ ତାଙ୍କୁ ଜୀବନସାଥି କରିବା ପାଇଁ ସ୍ବପ୍ନ ଦେଖିଥିଲେ । ପରିବାର ଲୋକ ମଧ୍ୟ ନିଜ ବୋହୂ କୁ ଝିଅ ଭଳି ଦେଖିବାକୁ ପ୍ରସ୍ତୁତ ଥିଲେ । ହେଲେ ଏତେ ସବୁ ପରେ ବି ସୋନାଲି ଙ୍କ ମନରେ ନଥିଲା ପ୍ରକୃତ ଭଲ ପାଇବା । ଜଣଙ୍କ ପରେ ଅନ୍ୟ ଜଣଙ୍କୁ ଭଲ ପାଇଁ ପ୍ରେମ ଭଲି ପବିତ୍ର ଶବ୍ଦ କୁ ଅପବିତ୍ର କରିଦେଇଥିଲେ ଏବଂ ସୌମ୍ୟ ନିଜ ପ୍ରେମିକା ର ଏହି ପ୍ରତାରଣା ଚେହେରା କୁ ସହ୍ୟ କରିପାରିଲେ ନାହିଁ । ଏବଂ ଯେଉଁ ବେକରେ ଦିନେ ଫୁଲହାର ପିନ୍ଧି ବର୍ ବେଶ ରେ ବାହା ହେବାକୁ ଯାଇଥାନ୍ତେ ସେହି ବେକ୍ ରେ ରଶି ଲଗେଇ ସବୁଦିନ ପାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିଦେଲେ ।

ସୌମ୍ୟ ଙ୍କ ମାଆ କହିଛନ୍ତି ଯେ, ସୌମ୍ୟ ସୋନାଲି ଓ ତାଙ୍କ ମାଆ ଙ୍କ ସହ ପୁରୀ ଯାଇଥିଲେ, ସୋନାଲି ଙ୍କ ମାଆ ମଧ୍ୟ କହିଥିଲେ ଯେ ପୁଅ ଭଳି ପୁଅଟିଏ ପାଇଚ। ମୁଁ ବହୁତ ଖୁସି ଏଭଳି ଜ୍ବାଇଁଟିଏ ପାଇ।ଯେଉଁ ଶାଶୁ କହୁଥିଲେ ଏମିତି ଜ୍ବାଇଁ ପାଇବିନି ସେ କହିଲେ କି ତୁମେ ସୋନାଲି କୁ ଭୁଲିଯାଅ।ନିଜ ପୁଅକୁ ହରାଇ ସୌମ୍ୟଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସେ କହିଛନ୍ତି ଯେ ଯଦି ମୁଁ ଏ ବିଷୟରେ ଜାଣିଥାନ୍ତି ଆଜି ମୋ ପୁଅ ମରି ନଥାନ୍ତା। ପୁଅ ମରିଲା ପରେ ତା ସୁଇସାଇଡ ନୋଟ୍ , ଚାର୍ଟ ଓ ରେକର୍ଡିଁ ଦେଖିଲା ପରେ ଜାଣିଲି ଯେ ସେ ଝିଅ ର ମାଆ କୁ ଏହି ସବୁକଥା କହିଛି ବୋଲି। ସେ କହିଛନ୍ତି ଯେ ତାଙ୍କର ତୋ ପୁଅ ନାହିଁ ସେ ଜାଣିବେ କେମିତି ପୁଅକୁ ହରେଇବା ଦୁଃଖ, ଯଦି ସେ କହିଥାନ୍ତେ ମୋତେ ତାହେଲେ ମୋ ପୁଅ ଆଜି ବଞ୍ଚି ଯାଇଥାନ୍ତା।

https://youtu.be/imTn_xuVuK0

ଏହା ମଧ୍ୟରେ ସୋନାଲି ଙ୍କ ମାଆ କହିଚନ୍ତି ଯେ କିଛି ଫରକ୍ ପଡିବନି ତୁମେ ସୁଇସାଈଟ କଲେ।ସେ କହୁଛନ୍ତି ଯେ ସୋନାଲି ବିଷୟରେ ସବୁ ଜାଣିବା ପରେ କଣ ପାଇଁ ତା ପଛରେ ପଡ଼ିଚ। ଜଣଙ୍କର ଇଛା ନାହିଁ ତୋ କଣ ପାଇଁ ତାକୁ ବାଧ୍ୟ କରୁଛ। ସୋନାଲି ଙ୍କ ମାଆ କହୁଛନ୍ତି ଯେ ସେ ତୋ କହୁଚି ମୁଁ ଏକୁଟିଆ ରହିବାକୁ ଚାହୁଁଛି।ତା ବ୍ୟକ୍ତିଗତ ଜୀବନରେ ପସନି, ଛାଡ଼ିଦିଅ ତାକୁ। ସୋନାଲି ସୌମ୍ୟ କୁ ଅନେକ କଥା କହି ଗାଳି ଦେଇଛନ୍ତି, ସୋନାଲି ମାଆ କହିଛନ୍ତି ଯେ ତାଙ୍କୁ ବି ଏସବୁ ଭଲ ଲାଗୁନି।

ତେବେ ସୌମ୍ୟ ସୋନାଲି ଙ୍କ ମାଆ ଆଗରେ କାନ୍ଦି କାନ୍ଦି ସବୁ କଥା କହୁଛନ୍ତି। ଏତେ ସବୁ ପରେ ସୋନାଲି ଙ୍କ ମାଆ କହିଛନ୍ତି ଯେ ତୁମେ କାହିଁକି ପଡିଚ,ତୁମେ ତୁମ ମାଇଣ୍ଡ ବଦଳାଇ ଭୁଲିଯାଅ।ତେବେ ସୌମ୍ୟଙ୍କ ବାପା ମା ସୋନାଲିଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ବିଷୟରେ ଚିନ୍ତା ମଧ୍ୟ କରୁଥିଲେ। ଏହି କାରଣରୁ ସୋନାଲି ସୌମ୍ୟଙ୍କୁ ବହୁ ଥର କ୍ଷମା ମଧ୍ୟ କରି ଦେଉଥିଲେ । ତେବେ ବର୍ତ୍ତମାନ ଏହି ଦୁଇ ମାଆ ଙ୍କ ଭିତରେ ଯୁଦ୍ଧ ତ ଚାଲିଛି କିନ୍ତୁ ଆଉ ନାହାଁନ୍ତି ସୌମ୍ୟ ତେବେ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ବାକି ରହିଲା।

Leave a Reply

Your email address will not be published. Required fields are marked *