ମିଳିଗଲା ଉତ୍ତର,କାହିଁକି ଚତୁର୍ଥୀ ଦିନ ଗୋଲାପରେ ହିଁ ସଜା ଯାଇଥାଏ ରୁମ !

ଆପଣମାନେ ପ୍ରାୟତଃ ନିଶ୍ଚୟ ଦେଖିଥିବେ ଯେ ବିବାହର ଚତୃ ପାର୍ଶ୍ୱରେ ଗୋଲାପ ହିଁ ଗୋଲାପ ଦେଖାଯାଏ | ଏତିକି ନୁହେଁ, ଚତୁର୍ଥୀଦିନ ମଧ୍ୟ ଦମ୍ପତିଙ୍କ ରୁମ୍ କୁ ଗୋଲାପରେ ହିଁ ସଜାଯାଇଥାଏ | ଏହା ପଛରେ ଅନେକ କାରଣ ଅଛି | ମିଡିଆ ରିପୋର୍ଟ ଅନୁଯାୟୀ, ବାସ୍ନାର ମୁଡ଼ ସହିତ ଅନେକ କାନେକ୍ସନ ରହିଥାଏ | ପ୍ରକୃତରେ, ଗୋଲାପକୁ ପୁରା ଦୁନିଆରେ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯିବା ସହିତ ଏହା ପ୍ରାକୃତିକ ରୂପରେ ଏହା କାମେଚ୍ଛା ବଢେଇବା ଵାଲା ହୋଇଥାଏ | ଏହା ବ୍ୟତୀତ ମଧ୍ୟ ଅନେକ କାରଣ ଅଛି | ଆସନ୍ତୁ ଆମେ ଆଜି ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭରେ ଏହା ବିଷୟରେ ଜାଣିବାକୁ ପ୍ରୟାସ କରିବା |

ମତିଷ୍କରେ ପଡେ ବାସ୍ନାର ପ୍ରଭାବ :-

ଆୟୁର୍ବେଦ ଅନୁଯାୟୀ ଗୋଲାପ ଏକ ପ୍ରାକୃତିକ ଆପ୍ରୋଡିସିଆକ୍ ଅଟେ | ଏହାର ପାଖୁଡା ଶରୀରର ଦୋଷ ଦୂର କରିଥାଏ | ଏହି କାରଣରୁ,ଜଣେ ବ୍ୟକ୍ତି ସେକ୍ସୱାଲ ଆକ୍ଟିଭ ମଧ୍ୟ ଅନୁଭବ କରିଥାଏ | ଆୟୁର୍ବେଦରେ ସେକ୍ସ ଲାଇଫ୍ ଭଲ ବନେଇବା ପାଇଁ ଗୋଲାପର କିଛି ପାଖୁଡା ଧୋଇ ଖାଇବାର ପରାମର୍ଶ ଦିଆଯାଇଛି | ହେଲେ, ବାସ୍ନାର ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡିଥାଏ, ଯାହା ଦ୍ୱାରା ଆପଣଙ୍କ ମୁଡ଼ ଭଲ ହୋଇଥାଏ |

ଗୋଲାପ ଚିନ୍ତାକୁ କମେଇଦିଏ :-

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଗୋଲାପ ଜଳକୁ ଏନ୍ଟି-ଡିପ୍ରେସନ୍ ବୋଲି ମନା ଯାଇଥାଏ | 2011 ମସିହାରେ ହୋଇଥିବା ଗୋଟେ ଷ୍ଟଡିରେ ଏହା ପ୍ରକାଶ ପାଇଥିଲା ଯେ ଗୋଲାପ ପାଖୁଡା ଦ୍ୱାରା ମୂଷାମାନଙ୍କର କେନ୍ଦ୍ରୀୟ ସ୍ନାୟୁ ସିଷ୍ଟମ ରିଲାକ୍ସ ହୋଇଥାଏ | ଏହା ଚିନ୍ତାକୁ ମଧ୍ୟ କମାଇଦେଇ ଥାଏ | ଏହାର ମାନେ ହେଉଛି ଯଦି ଆପଣଙ୍କ ମୁଡ ଠିକ ରୁହେନି, ଷ୍ଟ୍ରେସ ରହୁଥାଏ ତେବେ ଆପଣ ଆପଣଙ୍କ ପାଖରେ ଗୋଲାପର ଫୁଲ ରଖି ତାକୁ ଶୁଙ୍ଘି ପାରିବେ | ଏହା ଦ୍ୱାରା ଆପଣଙ୍କ ମୁଡ଼ ସାଙ୍ଗେ ସାଙ୍ଗେ ହିଁ ଭଲ ହୋଇଯିବ |

ଗୋଲାପ ଲରୁ ମିଳିବ ଏହି ଫାଇଦା :-

ଏହା ବ୍ୟତୀତ ଗୋଲାପର ବ୍ୟବହାର ମଧ୍ୟ ଅନେକ ଉପାୟରେ ହୋଇଥାଏ | ଗୋଲାପ ଜଳକୁ ଲମ୍ବା ସମୟରୁ ବିୟୁଟି ପ୍ରଡକ୍ଟ ଭାବରେ ବ୍ୟବହାର ହୋଇଆସୁଛି | ଚନ୍ଦନର ମାସ୍କରେ ଗୋଲାପ ଜଳ ମିଶାଇବା ଦ୍ୱାରା ଆପଣଙ୍କ ସ୍କିନର ସ୍କିନବର୍ନ ଠିକ ହେବାରେ ସାହାଯ୍ୟ ମିଳିଥାଏ |

Leave a Reply

Your email address will not be published. Required fields are marked *