ଏପରି ଏକ ଜାଗା ଯେଉଁଠି ଝିଅକୁ କରିବାକୁ ପଡେ ନିଜ ବାପାଙ୍କ ସହ ବିବାହ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବାପା-ଝିଅଙ୍କ ସମ୍ପର୍କକୁ ବହୁତ ପବିତ୍ର ବୋଲି ମନା ଯାଇଥାଏ | ଜଣେ ବାପା ତାଙ୍କ ଝିଅକୁ ପାଳିବା ଆଉ ପଢେଇବାଠୁ ନେଇକରି ସବୁ ଜିନଷରେ ତାରା ସାଥ ଦେଇଥାନ୍ତି | ଭାରତରେ ତ ଝିଅମାନଙ୍କୁ ଘରର ଲଷ୍ମୀ ବୋଲି ମନା ଯାଇଥାଏ | କିନ୍ତୁ ଦୁନିଆରେ ଗୋଟେ ଏପରି ଯାଗା ଅଛି, ଯେଉଁଠାରେ ଝିଅମାନଙ୍କ ବିବାହ ତାଙ୍କ ବାପା ମାନଙ୍କ ସହ କରିଦିଅନ୍ତି | ଏହି କଥା ଶୁଣିବାକୁ ନିଶ୍ଚିତ ଭାବେ ଅଜବ ଲାଗୁଥିବ | କିନ୍ତୁ ଏହା ସମ୍ପୂର୍ଣ ସତ ଅଟେ | ଦୁନିଆରେ ଅନେକ ଅଜବ ପ୍ରଥା ଅଛି ଆଉ ଏହା ସେହି ପ୍ରଥାମାନଙ୍କ ମଧ୍ୟରୁ ଗୋଟେ | ଆସନ୍ତୁ ଜାଣିବା ଏହି କୁ-ପ୍ରଥା ବିଷୟରେ |

ବାଂଲାଦେଶର ମଣ୍ଡି ଜନ-ଜାତିରେ ଅଛି ଏହି କୁ-ପ୍ରଥା :-.

ଇଂରାଜୀ ୱେବସାଇଟ୍ ଦି ଗାର୍ଡିଆନ୍ ର ରିପୋର୍ଟ ଅନୁଯାୟୀ, ଏହି ଅଜବ ପରମ୍ପରା ବାଂଲାଦେଶର ମଣ୍ଡି ଜନଜାତିରେ ଅଛି | ବାଂଲାଦେଶରେ ରହୁଥିବା ମଣ୍ଡି ଜନଜାତିରେ ଝିଅମାନଙ୍କ ବିବାହ ତାଙ୍କ ବାପାଙ୍କ ସହ କରିଦିଆଯାଏ | ସେହି ଜନଜାତିରେ ରହିଥିବା ଜଣେ 30 ବର୍ଷ ବୟସ୍କା ମହିଳା ଓରୋଲା କହିଛନ୍ତି ଯେ ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା | ସେତେବେଳେ ତାଙ୍କ ମା ଙ୍କ ବିବାହ ନୋଟେନ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କରେଇ-ଦିଆଗଲା | ତାଙ୍କର ଦ୍ୱିତୀୟ ବାପାଙ୍କୁ ଦେଖି ସେ ସବୁବେଳେ ଭାବୁଥିଲେ ଯେ ସେ କେତେ ଭଲ | ଗୋଟେ ପ୍ରକାରର ଝିଅଟିକୁ ନିଜ ଦ୍ୱିତୀୟ ବାପା ପସନ୍ଦ ଥିଲେ |

ଆଜି ବି ଚାଲିଛି ଏହି ପରମ୍ପରା

ଓରୋଲା ଙ୍କ କହିବା ଆନୁଯାୟୀ ଯେତେବେଳେ ସେ ଯୌବନ ର ପ୍ରଥମ ପାହାଚକୁ ପାଦ ବଢ଼େଇଥିଲେ, ସେତେବେଳେ ସେ ଜାଣବାକୁ ପାଇଲେ ଯେ ତାଙ୍କର ଦ୍ୱିତୀୟ ପିତା ନୋଟେନ୍ ତାଙ୍କ ସ୍ୱାମୀ ଅଟନ୍ତି | ଏହି ଖବର ଶୁଣିଲା ପରେ ଓରୋଲାଙ୍କୁ ଲାଗିଲା ଯେପରି ସେ ସ୍ୱପ୍ନ ଦେଖୁଛନ୍ତି | କିନ୍ତୁ ଏକଥା ସତ ଥିଲା | ବାସ୍ତବରେ,ଓରୋଲାଙ୍କ ବିବାହ ତାଙ୍କ ପିତା ଙ୍କ ସହ ସେତେବେଳେ କରିଦିଆ ଯାଇଥିଲା ଯେତେବେଳେ ତାଙ୍କୁ ମାତ୍ର 3 ବର୍ଷ ବୟସ ହୋଇଥିଲା | ଏହିପରି, ଓରୋଲାଙ୍କ ପିତା ହିଁ ତାଙ୍କ ସ୍ୱାମୀ ଥିଲେ | ଯଦିଓ ଏହି ରିପୋର୍ଟ ଟିକେ ପୁରୁଣା, କିନ୍ତୁ ଆଜି ବି ଏହି କୁପ୍ରଥା ପ୍ରଚଳିତ ହେଉଛି |

ଏହିପରି ପାଳନ କରାଯାଏ କୁପ୍ରଥା

ଏହା ଏକ ଏମିତି ପ୍ରଥା ଯେଉଁଠି ଅଳ୍ପ ବୟସରେ ବିଧବା ହୋଇଯାଉଥିବା ଝିଅମାନଙ୍କ ବିବାହ ଅନ୍ୟ ଜଣଙ୍କ ସହ କରିଦିଆ ଯାଏ ଏବଂ ଯେତେବେଳେ ସେହି ମହିଳା ଏକ ଝିଅକୁ ଜନ୍ମ ଦିଅନ୍ତି,ସେତେବେଳେ ସେ ଝିଅକୁ ମଧ୍ୟ ସେହି ବ୍ୟକ୍ତିଙ୍କ ସହ ବିବାହ କରିଦିଆ ଯାଏ | ବିଶ୍ୱାସ କରାଯାଏ ଯେ ଜଣେ କମ ବୟସର ନୂଆ ସ୍ତ୍ରୀ ଆଉ ତାଙ୍କ ଝିଅ ର ବି ପତି ହୋଇ ଦୁହିଁଙ୍କର ସୁରକ୍ଷା ବହୁତ ସମୟ ପର୍ଯ୍ୟନ୍ତ କରିପାରିବ | ଏହା ଏକ ଅଦ୍ଭୁତ ପ୍ରଥା ଅଟେ | ଆଶ୍ଚର୍ଯ୍ୟଜନକ କଥା ହେଉଛି କି ଆଜି ବି ଏହି କୁପ୍ରଥା କୁ ବିଶ୍ୱାସ କରାଯାଏ |

Leave a Reply

Your email address will not be published. Required fields are marked *