ମାଆ ଆଉ କାହା ହାତ ଧରି ପଳାଇଲା,ବାପା ଝୁରି ଝୁରି ଆରପାରିକୁ ଚାଲିଗଲେ,ଆଉ ଏବେ ବେସାହାର ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ

ବାପା ମରିଗଲା ପରେ ମାଆ ପର ପୁରୁଷର ହାତଧରି ଚାଲିଗଲା । ଏବେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଦୁଇ ଭାଇ ଭଉଣୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗାଁ ନୁହାମାଳିଆ ଠାରେ ।  ମା ଛାଡିଲା ନିଜ ପିଲା ମାନଙ୍କ ହାତ । ଧରିଲା ପର ପୁରୁଷର ହାତ ।

କଅଁଳ ବୟସର ପୁଅଝିଅ କଥା ମଧ୍ୟ ଥରେ ବିଚାର କରିଲା ନାହିଁ । ଆଉ ମା ପଳେଇବା ପରେ ସ୍ତ୍ରୀ କୁ ଝୁରି ଝୁରି ଚାଲିଗଲା ମଧ୍ୟ ବାପାର ଜୀବନ । ଆଉ ଏବେ ନିଜ ବାପା ମା ଉଭୟଙ୍କୁ ହରାଇ ଦୁଇ ପୁଅ ଝିଅ ହୋଇଯାଇଛନ୍ତି ଅନାଥ । ଖାଇବାକୁ କିଛି ନାହିଁ । ପଖାଳ କଂସାଏ ହିଁ ସେମାନଙ୍କ ଜୀବନ । ଆଉ ତାସହିତ ମଧ୍ୟ ତାଟିଆ ରେ ନାହିଁ କିଛି ଭଜା କିମ୍ବା ତରକାରୀ । କେବଳ ଲୁଣ ଆଉ ଲଙ୍କା ଦେଇ ଗୋଟିଏ ପଖାଳ କଂସାରେ ଖାଉଛନ୍ତି ଭାଇ ଭଉଣୀ ଦୁହେଁ ।

ଏବେ ଦୁଃଖର କଳା ବାଦଲ ଭାଙ୍ଗି ପଡ଼ିଛି ଦୁଇ ଭାଇ ଭଉଣୀଙ୍କ ମୁଣ୍ଡରେ । ଏକା କରି ଚାଲିଗଲେ ବାପା ମା ଦୁହେଁ । ଏଭଳି ବେସାହାରା ଭାବରେ କିଭଳି ଏତେ ଲମ୍ବା ଜୀବନ କାଟିବେ ଏଇ ଛୋଟ ବୟସର ଭାଇ ଭଉଣୀ ଦୁଇଜଣ । ଭଗବାନ କଣ ସତରେ ଏତେ ନିର୍ଦ୍ଦୟ ହୋଇଗଲେ ଯେ ଏଇ ଛୋଟ ପିଲାଙ୍କୁ ଏଇ ବୟସରେ ଏତେ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡୁଛି ।

ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ସମ୍ପର୍କରେ । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗାଁ ନୁହାମାଳିଆ ର ଏକ ଗରିବ ପରିବାର ର ସାଗର ମୁଣ୍ଡା ନାମକ ଜଣେ ଯୁବକ ସେହି ଗାଆଁର ରାଧାକୁ ନିଜର ପରମ୍ପରା ଅନୁସାରେ ବୈଦିକ ରୀତିନୀତି ଅନୁସାରେ ଭଗବାନଙ୍କୁ ସାକ୍ଷୀ ମାନି ବିବାହ କରିଥିଲେ । ସ୍ତ୍ରୀ ରାଧାର ହାତ ଧରି ନିଜର ଏକ ଛୋଟ ସଂସାର ଗଢିବାର ସ୍ବପ୍ନ ମଧ୍ୟ ଦେଖିଥିଲେ ସାଗର ।

ବାକି ଜୀବନ ରାଧା ସହ କଟାଇବାର ଇଚ୍ଛା ମଧ୍ୟ ରଖିଥିଲେ । ଏହାରି ଭିତରେ ଗୋଟେ ପୁଅ ଆଉ ତାପରେ ଗୋଟିଏ ଝିଅ ମଧ୍ୟ ହେଲା । ସବୁ ଠିକ ଠାକ୍ ଚାଲିଥିଲା । ହେଲେ ହଠାତ୍ ଉଜୁଡ଼ି ଗଲା ସାଗର ମୁଣ୍ଡାର ସୁନାର ସଂସାର । ସ୍ଵାମୀ ଆଉ ନିଜର ପିଲା ମାନଙ୍କୁ ଛାଡ଼ି ପର ପୁରୁଷର ହାତ ଧରି ରାଧା କୁଆଡେ ପଳାଇଲା ।

ନିଜର ସକ୍ଷମ କ୍ରମେ ବହୁତ ଖୋଜିବା ସହିତ ସ୍ତ୍ରୀକୁ ନପାଇ ତାକୁ ଝୁରି ଝୁରି ରୋଗରେ ପଡି ଶେଷରେ ନିଃଶ୍ୱାସ ତ୍ୟାଗ କରିଦେଲା ସାଗର । ଆଉ ଏବେ ବାପା ମା ଦୁହିଁଙ୍କୁ ହରାଇ ପୁଅ ଝିଅ ଦୁଇ ଜଣ ଅନାଥ ଆଉ ବେସାହାରା ହୋଇ ପଡ଼ି ରହିଛନ୍ତି ସେହି ଭଙ୍ଗା ଚାଳ ଛପର ଘରେ ।

Leave a Reply

Your email address will not be published. Required fields are marked *