କାହିଁକି ବିବାହ କରିନଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ? ଜାଣନ୍ତୁ ଅବିବାହିତ ରହିବାର କାରଣ ?

ବର୍ତମାନ ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ରବିବାର ସକାଳ ୮ଟାରେ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତେବେ ଆପଣ କେବେ ଭାବିଛନ୍ତି କାହିଁକି ସ୍ୱର ସାମ୍ରାଜ୍ଞୀ ବିବାହ କରିନାହାଁନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବିବାହ ନକରିବାର ଦୁଇଟି କାରଣ ସାମ୍ନାକୁ ଆସିଛି । ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲତା ମଙ୍ଗେସକର କାହାକୁ ବିବାହ ନକରିବା ନିଷ୍ପତ୍ତି ପଛରେ ଦୁଇଟି ମୁଖ୍ୟ କାରଣ ରହିଛି ।

ପ୍ରଥମଟି ଯାହା ସମସ୍ତେ ଜାଣନ୍ତି, ସେ ପିଲାଦିନରୁ ନିଜ ପିତାଙ୍କ ଦେହାନ୍ତ ପରେ ଭାଇଭଉଣୀଙ୍କ ଦାୟିତ୍ୱ ତାଙ୍କ ଉପରେ ଆସିଯାଇଥିଲା କାରଣ ସେ ଥିଲେ ଘରର ବଡ଼ ଝିଅ । ତେବେ ନିଜ ଭାଇଭଉଣୀଙ୍କ ଯତ୍ନ ନେବେ ବୋଲି ସେ ବିବାହ କରିବାକୁ ମନା କରି ଦେଇଥିଲେ । ବର୍ଷ ପରେ ବର୍ଷ, ଦଶନ୍ଧି ଦଶନ୍ଧି ବିତିଗଲା, ଏବଂ ଯେତେବେଳେ ଲତା ମଙ୍ଗେସକର ବିବାହ କରିବାକୁ ଚିନ୍ତା କଲେ, ଭାଗ୍ୟ ତାଙ୍କୁ ସମର୍ଥନ କଲା ନାହିଁ ।

ରିପୋର୍ଟ ଅନୁଯାୟୀ, କ୍ରିକେଟର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ରାଜ ସିଂ ଡୁଙ୍ଗରପୁର ଲତାଙ୍କ ଭାଇ ହୃଦୟନାଥ ମଙ୍ଗେଶକରଙ୍କ ଘନିଷ୍ଠ ବନ୍ଧୁ ଥିଲେ । ରାଜ ସିଂ ରାଜସ୍ଥାନର ରାଜ ପରିବାରର ଥିଲେ ଏବଂ ଡୁଙ୍ଗରପୁରର ତତ୍କାଳୀନ ରାଜା ମହାରାୱାଲ ଲକ୍ଷ୍ମଣ ସିଂହଜୀଙ୍କ ସାନପୁଅ ଥିଲେ । ହୃଦୟନାଥ ମଙ୍ଗେସକର ଏବଂ ରାଜ ସିଂ ଡୁଙ୍ଗରପୁର ବହୁତ ଭଲ ବନ୍ଧୁ ଥିଲେ ।

https://www.youtube.com/watch?v=q8njalBZu6w

ସେମାନଙ୍କର ଅଧିକାଂଶ ସମୟ ହୃଦୟନାଥଙ୍କ ଘରେ କଟୁଥିଲା ଏବଂ ଏହି ସମୟରେ ରାଜ ସିଂ ତାଙ୍କ ବନ୍ଧୁଙ୍କ ବଡ ଭଉଣୀ ତଥା ଲତା ମଙ୍ଗେସକରଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ରାଜ ସିଂ ଏବଂ ଲତା ମଙ୍ଗେସକର ଧିରେ ଧିରେ ପ୍ରେମ ସମ୍ପର୍କରେ ଆସିଯାଇଥିଲେ ।  ଆଉ ରାଜ ସିଂ ଲତା ମଙ୍ଗେଶକରଙ୍କୁ ସ୍ନେହରେ ମିଠୁ ବୋଲି ଡ଼ାକୁଥିଲେ । ରିପୋର୍ଟ ଅନୁସାରେ,  ଉଭୟ ଲତା ମଙ୍ଗେଶକର ଏବଂ ରାଜ ସିଂ ଡୁଙ୍ଗରପୁର ବିବାହ କରିବାକୁ ଯୋଜନା କରୁଥିଲେ, କିନ୍ତୁ ଯେତେବେଳେ ରାଜ ସିଂ ତାଙ୍କ ପିତାମାତାଙ୍କୁ ଏହା କହିଥିଲେ ସେତେବେଳେ ତାଙ୍କ ପିତା ମହାରାୱାଲ ଲକ୍ଷ୍ମଣ ସିଂହଜୀ ବିବାହ କରିବାକୁ ମନା କରି ଦେଇଥିଲେ ।

ଏହା ପଛର କାରଣ ଥିଲା ଲତା ରାଜ ପରିବାରର ନଥିଲେ । ମହାରାୱଲ ଲକ୍ଷ୍ମଣ ସିଂହଜୀଙ୍କ ନିଷ୍ପତ୍ତି ରାଜ ସିଂ ଡୁଙ୍ଗରପୁର ଏବଂ ଲତା ମଙ୍ଗେଶକରଙ୍କ ସ୍ୱପ୍ନକୁ ଗୋଟିଏ ଝଟକା ରେ ଭାଙ୍ଗି ଦେଇଥିଲା । ରାଜ ସିଂ ତାଙ୍କ ପିତାଙ୍କ ସମ୍ମାନାର୍ଥେ ତାଙ୍କ ନିଷ୍ପତ୍ତି ଗ୍ରହଣ କରିଥିଲେ କିନ୍ତୁ ସେ ଆଜୀବନ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ । ରାଜ ସିଂଙ୍କ ନିଷ୍ପତ୍ତି ପରି ଜୀବନବ୍ୟାପୀ ବିବାହ ନକରିବାକୁ ଲତା ମଙ୍ଗେସକର ବି ନିଷ୍ପତ୍ତି ନେଇଥିଲେ । ଯଦିଓ ଦୁହେଁ ଆଜୀବନ ପାଇଁ ଭଲ ବନ୍ଧୁ ରହିଥିଲେ।

Leave a Reply

Your email address will not be published. Required fields are marked *