ବାଇକ୍ ଚଳାଉ ଥିବା ଲୋକମାନଙ୍କ ପାଇଁ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା,ଜାଣନ୍ତୁ ପୁରା ଖବର

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସୂଚନାଯୋଗ୍ୟ ୬୪ ବର୍ଷୀୟ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୦୨ ମସିହାରେ ପିତାଙ୍କ ମୃତ୍ୟୁ ପରେ ସେ ରିଲାଏନ୍ସ୍ର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ତିନି ସନ୍ତାନ, ଆକାଶ, ଇଶା ଏବଂ ଅନନ୍ତ ମଧ୍ୟ ରିଲାଏନ୍ସର ଟେଲିକମ ସହ ଜଡିତ ଅଛନ୍ତି । କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀ କହିଥିଲେ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଆଗାମୀ ବର୍ଷରେ ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ତଥା ଶକ୍ତିଶାଳୀ କମ୍ପାନୀ ହେବ । ଏଥିରେ, ସ୍ବଚ୍ଛ ଏବଂ ସବୁଜ ଶକ୍ତି କ୍ଷେତ୍ର ବ୍ୟତୀତ ଖୁଚୁରା ଏବଂ ଟେଲିକମ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି କମ୍ପାନୀର ଭବିଷ୍ୟତ ପୂର୍ବ ଅପେକ୍ଷା ଆହୁରି ଅଧିକ ଉଜ୍ଜ୍ୱଳ ହେବ । ଅମ୍ବାନୀ ଆତ୍ମବିଶ୍ୱାସ ସହିତ ଦୁଇଟି ଭବିଷ୍ୟବାଣୀ କରି ଥିଲେ ଯେ ପ୍ରଥମତଃ ଆଗାମୀ ଭବିଷ୍ୟତ ରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ । ଦ୍ୱିତୀୟରେ, ରିଲାଏନ୍ସ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରତିଷ୍ଠିତ ଭାରତୀୟ ବହୁରାଷ୍ଟ୍ରୀୟ ଦେଶ ହେବ । ତେବେ ଧୀରେ ଧୀରେ ତାଙ୍କ କଥା ସତ ହେବାର ଦେଖା ଯାଉଛି । ତେଲରୁ ନେଇ ଟେଲିକମ ପର୍ଯ୍ୟନ୍ତ ପରିବ୍ୟାପ୍ତ ରିଲାଏନ୍ସ କମ୍ପାନିର କାରବାର ।ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କର ପାଖାପାଖି ୧୫.୪୮ ଲକ୍ଷ କୋଟି ଟଙ୍କାର କାରବାର ଅଟେ ।

ଯେଉଁଥିପାଇଁ ଆମ୍ବାନୀଙ୍କ ପୁଞ୍ଜି ନିବେଶ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ଭାରତକୁ ଡିଜିଟାଲ ଇଣ୍ଡିଆ ବନାଇବାରେ । ତେବେ ନିକଟରେ ମୁକେଶ ଅମ୍ବାନୀ ଆଜିକାଲି ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣା କି ନଜରରେ ରଖି ବାଇକ୍ ଚାଳକ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଧରଣର ଏକ ସୁରକ୍ଷା କିଟ୍ ର ବ୍ୟବସ୍ଥା କରୁଛନ୍ତି । ଯେଉଁଥିରେ ମୁଣ୍ଡ ରକ୍ଷା ପାଇଁ ହେଲମେଟ, ହାତରେ ଗ୍ଲୋବସ୍, ଏବଂ ଲହୁଣୀ ଓ କାନ୍ଧ ଆଦିକୁ ସୁରକ୍ଷା ଦେବା ପାଇଁ ଏକ ଜ୍ୟାକେଟ ।

ଯାହାଦ୍ଵାରା ଆପଣ ଗାଡ଼ି ଚଳାଉଥିବା ବେଳେ ନିଜକୁ ସୁରକ୍ଷା ମନେ କରିବେ । ଏବଂ ଧୀରେ ଧୀରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମି କମି ଯିବ । ଏହି କିଟ୍ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିକ୍ରି ମଧ୍ୟ ଆରମ୍ଭ ମଧ୍ୟ ହୋଇଗଲାଣି । ତେବେ ଏହି ସୁରକ୍ଷା କିଟ୍ ପ୍ରସ୍ତୁତ କରିବା ବାବଦକୁ ମୋଟ ୫୦୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଜାରରେ ଏହା ମାତ୍ର ୧୨୦୦୦ ଟଙ୍କାରେ ବିକ୍ରୟ କରାଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏହି ନୂଆ ଲଞ୍ଚ ସାଧାରଣ ଜନତା ମାନଙ୍କ ପାଇଁ ବେଶ୍ ଲାଭଦାୟକ ହେଉଥିବା ଏହି କିଟ୍ ଏକକାଳୀନ ପେମେନ୍ଟ ବଦଳରେ କିସ୍ତିରେ ମଧ୍ୟ ପେମେନ୍ଟ କରିବାର ସୁବିଧା ଅଛି ।

Leave a Reply

Your email address will not be published. Required fields are marked *