ଦେଶର ସବୁଠାରୁ ଦାମି କାରର ମାଲିକ ହେଲେ ମୁକେଶ ଅମ୍ବାନୀ, ଏହି ମୂଲ୍ୟରେ ଆସିଯିବ ଅଲଗା କମ୍ପାନୀର 100ଟା କାର।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ଧନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ମୁକେଶ ଅମ୍ବାନୀ ଭାରତ ଏବଂ ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ହୋଇଥିବାବେଳେ ସେ ନିଜ ସହ ଜଡିତ ସମସ୍ତ ବିଷୟ ପାଇଁ ଆଲୋଚନାରେ ରହିଛନ୍ତି।

ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିୟା’ ହେଉ କିମ୍ବା ତାଙ୍କ କମ୍ପାନୀ ହେଉ କିମ୍ବା ତାଙ୍କ କାର୍ଯ୍ୟ ହେଉ କିମ୍ବା ତାଙ୍କ ପରିବାର ସମସ୍ତ ହେଡଲାଇନର ଏକ ପାର୍ଟ ହୋଇ ରହିଥାଆନ୍ତି। ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ ଦୁନିଆର ସବୁଠୁ ମୂଲ୍ୟବାନ ଘର ଅଟେ। ଅମ୍ବାନୀଙ୍କ କାର କଲେକ୍ସନରେ ଏକରୁ ଅଧିକ ମହଙ୍ଗା ଗାଡି ମଧ୍ୟ ଅନ୍ତର୍ଭୁକ୍ତ।

କାର୍ କ୍ଷେତ୍ରରେ ମୁକେଶ ଅମ୍ବାନୀଙ୍କ ନାମରେ ଆଉ ଏକ ବିଶେଷ ସଫଳତା ପଞ୍ଜିକୃତ ହୋଇଛି। ଅମ୍ବାନୀ ଏବଂ ତାଙ୍କ ପରିବାରର ଅନେକ ବିଳାସପୂର୍ଣ୍ଣ ଏବଂ ମୂଲ୍ୟବାନ ଗାଡି ଅଛି ଏବଂ ବର୍ତ୍ତମାନ ଅମ୍ବାନୀ କିଣିଥିବା କାର ତାଙ୍କ ନାମରେ ଆଉ ଏକ ବଡ଼ ସଫଳତା ପଞ୍ଜିକରଣ କରିଛି

ବର୍ତମାନ ଅମ୍ବାନୀ ଏକ ନୂତନ କାର କିଣିଛନ୍ତି ଯାହାର ମୂଲ୍ୟ ପ୍ରାୟ 13 କୋଟି ଟଙ୍କା ଏବଂ ସେ ମଧ୍ୟ ଭାରତର ସବୁଠାରୁ ଦାମୀ କାର ଥିବା ବ୍ୟକ୍ତି ହୋଇପାରିଛନ୍ତି। ଅମ୍ବାନୀଙ୍କ ଗ୍ୟାରେଜରେ ଏକ ନୂଆ ରୋଲ୍ସ ରୋଏସ୍ ଏସୟୁଭି ପହଞ୍ଚିଛି। ଏହି କାର ଆଜି ପର୍ଯ୍ୟନ୍ତ ତାଙ୍କ କାର କଲେକ୍ସନ ମଧ୍ୟରେ ସବୁଠାରୁ ମହଙ୍ଗା କାର।

ଏହି ବିଳାସପୂର୍ଣ୍ଣ ରୋଲ୍ସ ରୋଏସ୍ ବର୍ତ୍ତମାନ ଅମ୍ବାନୀଙ୍କ କାର କଲେକ୍ସନରେ ଅନ୍ତର୍ଭୁକ୍ତ ହୋଇଛି। ସର୍ବପ୍ରଥମେ କାରକୁ ସ୍ୱତନ୍ତ୍ର କରୁଥିବା ଗୁଣ ହେଉଛି ଏହାର ମୂଲ୍ୟ ଯାହା 13.14 କୋଟି ଟଙ୍କା। ଏହାର ଫିଚର୍ସ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏହା ବର୍ତ୍ତମାନ ଦେଶର ସବୁଠାରୁ ମହଙ୍ଗା କାରରେ ପରିଣତ ହୋଇଛି।

ଭିଆଇପି ନମ୍ବର ପାଇଁ ଖର୍ଚ୍ଚ ହୋଇଛି 12 ଲକ୍ଷ ଟଙ୍କା।

ବର୍ତ୍ତମାନ ଅମ୍ବାନୀ 13 କୋଟି ଟଙ୍କା ମୂଲ୍ୟର ଏକ କାର କିଣିଛନ୍ତି ତେବେ ଏହାର ନମ୍ବର ମଧ୍ୟ ବିଶେଷ ହେବା ଉଚିତ। ସୂଚନାନୁସାରେ ଅମ୍ବାନୀ ନିଜେ ଭିଆଇପି ନମ୍ବର ପାଇଁ 12 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କାରର ନମ୍ବର “0001” କୁହାଯାଉଛି।

20 ଲକ୍ଷ ଟଙ୍କା ଦିଆଯାଇଛି ଟ୍ୟାକ୍ସ।

ସଡକ ସୁରକ୍ଷା ଟ୍ୟାକ୍ସ ପାଇଁ ଅମ୍ବାନୀ 40,000 ଟଙ୍କା ଏବଂ ଏହି ବିଳାସପୂର୍ଣ୍ଣ ତଥା ମୂଲ୍ୟବାନ କାର ପାଇଁ 20 ଲକ୍ଷ ଟଙ୍କା ଟ୍ୟାକ୍ସ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଏହାର ପଞ୍ଜୀକରଣ ଜାନୁୟାରୀ 30 ରେ କରାଯାଇଥିଲା ଏବଂ ଏହାର ପଞ୍ଜୀକରଣ 15 ବର୍ଷ ଅର୍ଥାତ୍ 30 ଜାନୁୟାରୀ 2037 ପର୍ଯ୍ୟନ୍ତ ବୈଧ ଅଟେ। ଏହି କମ୍ପାନୀର କାର ଅଜୟ ଦେବଗନ୍ ଏବଂ ଭୁଶକ କୁମାରଙ୍କ ପାଖରେ ମଧ୍ୟ ଅଛି କିନ୍ତୁ ସେହି କାର ଗୁଡିକର ମୂଲ୍ୟ ଏହି କାର ମୂଲ୍ୟ ଠାରୁ କମ୍ ଅଟେ।

Leave a Reply

Your email address will not be published. Required fields are marked *