ତୁମେ ଯଦି ମୋ ସହ ଫିଜିକାଲ ରିଲେସନ ରଖିବ,ତା’ହେଲେ… ଚାକିରି ଲୋଭ ଦେଖାଇ ପୁଳା ପୁଳା ଟଙ୍କା ହଡପ କରିବା ପରେ ଯୁବତୀଙ୍କ ସହିତ ଯାହାକଲେ,ଦେଖନ୍ତୁ ଭିଡିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।

ଆଜିକାଲି ଚାକିରି ଲୋଭ ଦେଖାଇ ଯୁବପିଢିଙ୍କୁ ଠକିବା ବହୁତ ସହଜ ହୋଇଗଲାଣି । ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଠକିବା ଖବର ଆମେ ପ୍ରାୟତଃ ଶୁଣିବାକୁ ପାଇଥାଉ । ଏହିପରି ଏକ ଘଟଣା ଭୁବନେଶ୍ବରରେ ଦେଖାବାକୁ ମିଳିଛି । ଠକେଇର ଶିକାର ହୋଇଥିବା ଦୁଇ ସାଙ୍ଗ ଏହି ମାମଲାରେ ମିଡିଆ ଆଗରେ ମୁହଁ ଖୋଲିଛନ୍ତି । ସରକାରୀ ଚାକିରି ନାଁରେ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ବରର ଏହି ଯୁବକ ଏବଂ ଯୁବତୀ ।

ଯୁବତୀଙ୍କ କହିବା ମୁତାବକ ଆରୋପୀ ପ୍ରଥମେ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ଏଜେନ୍ସି ଅଫିସକୁ ଡକାଇ ତାଙ୍କର ଫେକ୍ ଇଣ୍ଟରଭ୍ୟୁ ନେଇଥିଲେ ଓ ଫେକ୍ ଜଏନିଙ୍ଗ ଲେଟର ମଧ୍ୟ ଦେଇଥିଲେ । ଏହା ଜାଣିବା ପରେ ସେମାନେ ନିଜ ଟଙ୍କା ମାଗିଥିଲେ । କିନ୍ତୁ ସେମାନେ ଟଙ୍କା ଫେରାଇବା ବଦଳରେ ଆଉ କିଛି ଟଙ୍କା ଦେଲେ ଏଥର ନିଶ୍ଚୟ ନାଲକୋରେ ଚାକିରି କରାଇ ଦେବେ ବୋଲି କହିଥିଲେ । ସେମାନଙ୍କ କଥାକୁ ବିଶ୍ବାସ କରି ଆହୁରି କିଛି ଟଙ୍କା ଦେଇଥିଲେ ଉଭୟ ସାଙ୍ଗ ।

ଏହିଭଳି ସମୁଦାୟ ୭ ଲକ୍ଷ ଟଙ୍କା ହଡପ କରିବା ପରେ ସେମାନଙ୍କୁ ଫେକ୍ ଜବ୍ ଲେଟର ମିଳିଥିଲା । ନାଲକୋରୁ ମିଳିଥିବା ଜବ୍ ଲେଟର ମଧ୍ୟ ଫେକ୍ ବୋଲି ଜାଣିବା ପରେ ସେମାନେ ଆରୋପୀଙ୍କ ନିକଟକୁ ଯାଇ ନିଜ ଟଙ୍କା ମାଗିଥିଲେ । କିନ୍ତୁ ସେମାନେ ଟଙ୍କା ଫେରାଇବା ବଦଳରେ ଯୁବତୀଙ୍କୁ ତାଙ୍କ ସହ ଫିଜିକାଲ ହେଲେ ଯାଇ ଟଙ୍କା ଫେରାଇବେ ବୋଲି ସର୍ତ୍ତ ରଖିଥିଲେ । କିନ୍ତୁ ଯୁବତୀ ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ

ଦୁହେଁ ଇନ୍ଫୋସିସରେ କାମ କରୁଥିଲେ । କିନ୍ତୁ ସେମାନଙ୍କର ଜଣେ କମନ୍ ଫ୍ରେଣ୍ଡ ଚାକିରି କରାଇ ଦେବେ କହି ସେମାନଙ୍କୁ ଟଙ୍କା ମାଗିଥିଲେ । ଚାକିରି ଲୋଭ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡପ କରିବା ସହ ଯୁବତୀଙ୍କୁ ଖରାପ ବ୍ୟବହାର ମଧ୍ୟ କରାଯାଇଛି ବୋଲି ଯୁବତୀ ଅଭିଯୋଗ ଆଣିଛନ୍ତି । ଏନେଇ ଉଭୟ ଯୁବତୀ ଏବଂ ଯୁବକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାଏଁ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।ଏପରିକି ଉଭୟ ଯୁବକ ଏବଂ ଯୁବତୀଙ୍କର ଅସଲି ସାର୍ଟିଫିକେଟ ମଧ୍ୟ ସେମାନଙ୍କ ପାଖରେ ଅଛି । ଏନେଇ ପୋଲିସରେ ଅଭିଯୋଗ କଲେ ସେମାନଙ୍କୁ ଜୀବନରେ ମାରି ଦେବାକୁ ମଧ୍ୟ ସେମାନେ ଧମକ ଦେଇଛନ୍ତି । ତେବେ ଦେଖାଯାଉ ଏହି ମାମଲାରେ ଆଗକୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Leave a Reply

Your email address will not be published. Required fields are marked *