ବସିକି ସ୍ତ୍ରୀ ପଇସାରେ ଖାଉଥିଲା,ଆଉ ଏବେ ସ୍ତ୍ରୀକୁ ମଧ୍ୟ ଖାଇଗଲା…..ଦେଖନ୍ତୁ ଭିଡ଼ିଓ

ବେରୋଜଗାରିଆ ସ୍ଵାମୀ କୁ ସ୍ତ୍ରୀ ଦିନ ରାତି ପରିଶ୍ରମ କରି ପୋଷୁଥିଲା । ଗୋଟିଏ ସପିଂ ମଲ୍ କୁ ଆସୁଥିବା ମହିଳା ମାନଙ୍କ ହାତରେ ମେହେନ୍ଦି ଲଗାଇ ଟଙ୍କା ଟଙ୍କା ସଞ୍ଚୟ କରି ରଖିଥିଲା । ଆଉ ଭାବୁଥିଲା ସ୍ଵାମୀ କେବେ ନା କେବେ ତ ବଦଳି ଯିବ । କିନ୍ତୁ ବର୍ତମାନ ସମୟରେ ସ୍ଵାମୀ ତାର ସୈତାନ ରୂପ ଦେଖାଇ ଦେଇଛି । ଆଉ ଉକ୍ତ ମହିଳାଙ୍କୁ ହତ୍ୟା କରିଦେଇଛି ତାର ସ୍ଵାମୀ । ଯୌତୁକ ଯୁଇରେ ଜଳି ଯାଇଛି ଆଉ ଏକ ନୀରିହ ଜୀବନ । ଏଇ ମହିଳା ଜଣଙ୍କ ଆଉ ଏହି ଦୁନିଆରେ ନାହାନ୍ତି । ଆଉ ତାଙ୍କ ହତ୍ୟା ପଛରେ ଅଛି ତାଙ୍କର ନିଜ ସ୍ଵାମୀ ।

ଦୀର୍ଘ ଦିନ ହେବ ସ୍ଵାମୀ କୌଣସି କାମ କାର୍ଯ୍ୟ ନକରି ଘରେ ବସି ରହୁଥିଲା । କିନ୍ତୁ ସ୍ତ୍ରୀ ଭାବୁଥିଲା ଆଗକୁ ସ୍ଵାମୀ ବଦଳି ଯିବ । ସେଥିପାଇଁ ସ୍ଵାମୀ କୁ ଆର୍ଥିକ ରୂପେ ସହାୟତା ମଧ୍ୟ କରୁଥିଲା । କିନ୍ତୁ ସ୍ଵାମୀ ସ୍ତ୍ରୀର ଏପରି କାର୍ଯ୍ୟକୁ ସାଧୁବାଦ୍ ଜଣାଇବ କଣ ଆଉ ସେ ପାଇଁ ଭଲ ପାଇବ କଣ ସେ ସ୍ତ୍ରୀ ଟିକୁ ଜୀବନରୁ ହିଁ ହଟାଇ ଦେଲା । ତେବେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଅଞ୍ଚଳରେ ଦେଖିବାକୁ ମିଳିଛି । ମହିଳା ଜଣକ ହେଉଛନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ଆଲଡା ଗ୍ରାମର ଗଙ୍ଗାଧର ଦାସ ଙ୍କ ସାନ ଝିଅ ସରସ୍ଵତୀ ଦାସ ।

https://youtube.com/watch?v=-S6H2J47lUc

ତେବେ ସୂଚନା ମୁତାବକ ସରସ୍ଵତୀ ୪ ବର୍ଷ ତଳେ କୁଜଙ୍ଗା ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବାସୁଦେବ କାହାଳୀ ଙ୍କ ପୁଅ ବିଶ୍ୱଜିତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୨ ମାସ ନ ପୁରୁଣୁ ସରସ୍ୱତୀଙ୍କୁ ଶାଶୁ ଘର ଲୋକ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଉଭୟ ଶାରୀରିକ ଏବଂ ମାନସିକ ଭାବରେ ନିର୍ଯ୍ୟାତନା ଦେଉଥିଲେ । ତେବେ ଶଶୁର ଘର ଲୋକଙ୍କ ନିର୍ଯାତନା ସହି ନ ପାରି ସରସ୍ଵତୀ ସ୍ଵାମୀ ବିଶ୍ୱଜିତ ଙ୍କ ସହିତ ରାହାମା ମେଡିକାଲ ପଛପଟେ କେଳାସାହି ନିକଟରେ ଭଡ଼ା ଘରେ ରହୁଥିଲେ । ଆଉ ଏକ ସପିଂ ମଲ୍ ରେ କାମ କରୁଥିଲେ ସରସ୍ଵତୀ ।

ସ୍ଵାମୀ କୌଣସି ରୋଜଗାର କରୁ ନଥିଲେ । ଆଉ ସ୍ତ୍ରୀର ଯାହା ଯେତିକି ରୋଜଗାର ରେ ଚଳୁଥିଲା ଘର । ବାରମ୍ବାର ବାପ ଘରୁ ଟଙ୍କା ଆଣିବା ପାଇଁ ନିର୍ଯ୍ୟାତନା ଦେଉଥିଲା ସ୍ଵାମୀ । ସରସ୍ବତୀଙ୍କ ଅବସ୍ଥା ଦେଖି ବାପା ୫୦ ହଜାର ଟଙ୍କା ଦେଇଥିଲେ । ଗତ ୪ ଦିନ ହେବ ଅବଶିଷ୍ଟ ଟଙ୍କା ଆଣିବା ପାଇଁ ସରସ୍ବତୀ ଙ୍କୁ ସ୍ଵାମୀ ମାଡ଼ ମାରି ଆସୁଥିବା ବେଳେ ଗତ କାଲି ଠାରୁ ସରସ୍ଵତୀ ଆଉ ଫୋନ୍ ଉଠାଇ ନଥିଲେ ।

ତେବେ ଶୁକ୍ରବାର ଦିନ ୧୧ ଟା ବେଳେ ଘର ମାଲିକ ସରସ୍ଵତୀ ମଣିଜଙ୍ଗା ମେଡିକାଲ ରେ ଅଛନ୍ତି ବୋଲି ସରସ୍ୱତୀଙ୍କ ବାପା ଘରକୁ ଜଣାଇ ଥିଲେ । ଆଉ ବାପା ମା ମେଡିକାଲ ଆସି ଦେଖନ୍ତି ତୋ ଝିଅ ଆଉ ଦୁନିଆରେ ନାହିଁ । ଘଟଣାକୁ ନେଇ ପୋଲିସ୍ ରାହାମା ଭଡ଼ା ଘରେ ତଦନ୍ତ ଆରମ୍ଭ କରିଛି । ଆଉ ଶବ ଜବତ କରିବା ସହିତ ସ୍ଵାମୀ ବିଶ୍ୱଜିତ ସାମଲଙ୍କୁ ତିର୍ତ୍ତୋଲ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *