ଜଣାଶୁଣା ହାସ୍ୟ ଅଭିନେତା ତଥା ଅଭିନେତା ସୁନୀଲ ଗ୍ରୋଭର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏହି ଖବର ବାହାରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରିବାକୁ ଲାଗିଲେ । କୁହାଯାଉଛି ଯେ ୪୪ ବର୍ଷିୟ ସୁନୀଲ ଗ୍ରୋଭଙ୍କର ହାର୍ଟ ସର୍ଜରୀ ହୋଇଛି ଏବଂ ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି । ବର୍ତ୍ତମାନ ଅଭିନେତା ତଥା ହାସ୍ୟ ଅଭିନେତା ଡାକ୍ତରଖାନାରେ ହିଁ ଅଛନ୍ତି।
ସୁନୀଲ ଗ୍ରୋଭରଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ବହୁତ ପ୍ରାର୍ଥନା କରୁଛନ୍ତି। ଯଦିଓ ଚିନ୍ତା କରିବାର କୌଣସି କଥା ନାହିଁ ସୁନୀଲ ବର୍ତ୍ତମାନ ସୁସ୍ଥ ଅଛନ୍ତି ।ସୁନୀଲଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ତାଙ୍କ ହାର୍ଟ ସର୍ଜରୀ ସମ୍ବନ୍ଧୀୟ ସୂଚନା ଜଣାଶୁଣା ଅଭିନେତ୍ରୀ ସିମି ଗ୍ରେୱାଲ ଟ୍ୱିଟ ମାଧ୍ୟମରେ ଦେଇଥିଲେ ।ଏହି ସମୟ ଭିତରେ,ଆଜି ଆମେ ଆପଣଙ୍କୁ ସୁନୀଲ ଗ୍ରୋଭରଙ୍କ ପରିବାର,ସବୁ ସମ୍ପତ୍ତି ଇତ୍ୟାଦି ବିଷୟରେ କହିବାକୁ ଯାଉଛୁ ।
ସୁନୀଲ ୩ ଅଗଷ୍ଟ ୧୯୭୭ ରେ ମଣ୍ଡି ଡବୱାଲିରେ ଜନ୍ମଗ୍ରହଣ ହୋଇଥିଲା । ସୁନୀଲ ଙ୍କୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ ‘ଦ କପିଲ ଶର୍ମା ସୋ’ରୁ ଏକ ବଡ଼ ଏବଂ ସ୍ୱତନ୍ତ୍ର ସ୍ୱୀକୃତି ମିଳୁଥିଲା । ଏହି ଶୋ’ରେ ସେ କେବେ ଡକ୍ଟର ମଶୂର ଗୁଲାଟି ବନୁଥିଲେ ତ କେବେ ସେ ଗୁଥୀ ଭୂମିକାରେ ଅଭିନୟ କରୁଥିଲେ । ଏହି ଭୂମିକାରେ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ ।
ସୁନୀଲ ଗ୍ରୋଭର ଟିଭିରେ କାମ କରିବା ସହ ଫିଲ୍ମ ଏବଂ ୱେବ୍ ସିରିଜରେ ମଧ୍ୟ କାମ କରି ସାରିଛନ୍ତି। ସେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ୨୦୧୮ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଭାରତ’ରେ ନଜର ଆସି ସାରିଛନ୍ତି । ଏହି ସମୟରେ ତାଙ୍କୁ ‘ବାଗୀ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ୱେବ୍ ସିରିଜ୍ ‘ତାଣ୍ଡବ’ରେ ମଧ୍ୟ କାମ କରିଛନ୍ତି ।
କିଛି କରିବାର ଇଛା ରଖି ସୁନୀଲ ମୁମ୍ବାଇ ଆସିଥିଲେ। ଏହି ଅଭିନେତା ମୁମ୍ବାଇରେ ନିଜ ପେଟ ପୋଷିବା ପାଇଁ ଟଙ୍କା ରୋଜଗାର କରିଥିଲେ। ସେ ତାଙ୍କ ସାକ୍ଷାତକାରରେ କହି ସାରିଛନ୍ତି ଯେ ତାଙ୍କର ପ୍ରଥମ ରୋଜଗାର ମାତ୍ର ୫୦୦ଟଙ୍କା ଥିଲା। କିନ୍ତୁ ସେ ଜାଣିଥିଲେ ଯେ ମୁଁ ଆଗକୁ ଯାଇ ସଫଳ ହେବି ଆଉ ବହୁତ ଟଙ୍କା ରୋଜଗାର କରିବି ।
ସୁନୀଲ ପ୍ରଥମେ କମେଡି ଧାରାବାହିକ ହସି କେ ଫୱରେ ରେ ଅଭିନୟ କରିଥିଲେ । ଏଠାରେ ସେ ‘ସୁଡ଼’ର ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହେଲେ । ସେ ଆଗକୁ ଯାଇ ‘ପ୍ୟାର୍ ତୋ ହୋନା ହି ଥା’ ସହିତ ଚଳଚ୍ଚିତ୍ରରେ ପାଦ ଦେଇଥିଲେ । କିନ୍ତୁ ‘କମେଡି ନାଇଟ୍ସ ୱଥ କପିଲ’ ଏବଂ ‘ଦ କପିଲ ଶର୍ମା ସୋ’ ତାଙ୍କ ପାଇଁ ଏକ ମୋଡ଼ ପାଲଟି ଗଲା ।
ସୁନୀଲଙ୍କ ପ୍ରଥମ ରୋଜଗାର ୫୦୦ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ସେ ଏକ ଏପିସୋଡରୁ ୧୦ ରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯେତେବେଳେ କି ସେ ଏକ ଚଳଚ୍ଚିତ୍ର ପାଇଁ ୫୦ ଲକ୍ଷ ଟଙ୍କା ନିଅନ୍ତି । ଏଥିସହ ତାଙ୍କର ମୋଟ ସମ୍ପତ୍ତି ୧୮ କୋଟି ଟଙ୍କା ବୋଲି କୁହାଯାଏ।
ସୁନୀଲଙ୍କ କାର ସଂଗ୍ରହ ଉପରେ ନଜର ପକେଇଲେ,ତାଙ୍କ ପାଖରେ ବିଏମଡବ୍ଲୁ ର ଏକ ରୟାଲ କାର, ବିଏମଡବ୍ଲୁ ୫ସିରିଜେସ ଅଛି
ମୁମ୍ବାଇରେ ସୁନୀଲଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି ଯେଉଁଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି ।
ସୁନୀଲ ଙ୍କ ବିବାହ ଆରତୀ ଗ୍ରୋଭର ଙ୍କ ସହ ହୋଇଥିଲା । ଦମ୍ପତି ଙ୍କର ଗୋଟିଏ ପୁଅ ଅଛି,ଯାହାର ନାମ ମୋହନ ଗ୍ରୋଭର ଅଟେ ।