ଭ୍ୟାକସିନ ବଦଳରେ ଦିଆ ଯାଉଛି ଗ୍ଲୁକୋଜ ପାଣି । ଲୋକଙ୍କ ଜୀବନ ସହ ଖେଳ |

ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମହାମାରୀ ପରିସ୍ଥିତି ଦେଖାଯାଇଛି।ସେହି ମହାମାରୀ ର ନାମ ହେଉଛି କରୋନା।ଯାହାକି ସାରା ବିଶ୍ୱରେ ଭୟର ଆତଙ୍କ ମେଲାଇ ରଖିଛି।ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା।ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି।ଦଇବ ଦାଉ ସାଧିଲା ଭଳି ମଣିଷ ଜୀବନ ପରିସ୍ଥିତି ଅସମ୍ଭାଳ ହୋଇଯାଇଛି।

ଏହି ମହାମାରୀ ମଣିଷ ଜୀବନକୁ ହା ହା କାର ମୟ କରିଦେଇଛି।ବହୁ ଜନ ଜୀବନକୁ ନଷ୍ଟ କରିସାରିଲାଣି।ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାନେ ବହୁ ସଚେତନତା ଅବଲମ୍ବନ କରୁଛନ୍ତି।ତେବେ ବର୍ତ୍ତମାନ ଦେଶର ପରିସ୍ଥିତି ଯାହା ମଣିଷ ନିଜେ ନିଜକୁ ସଚେତନ କରିବା ଉଚିତ।ସାରା ବିଶ୍ବ ରେ ମହାମାରୀ କରୋନା ର ଦ୍ୱିତୀୟ ପର୍ଯ୍ୟାୟ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।

ଦ୍ଵିତୀୟ ପର୍ଯ୍ୟାୟ ଯାଇ ତୃତୀୟ ଲହରୀ ର ପ୍ରଭାବ ଅଧିକ ରହିଛି। ମୃତ୍ୟୁ ର ସଂଖ୍ୟା ବଢ଼ି ଚାଲିଛି। ତେବେ ସରକାର ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରିଛନ୍ତି। ମାତ୍ର ଏହା ସାଧାରଣ ମଣିଷ ଙ୍କ ପାଇଁ କଷ୍ଟ କର ହୋଇ ପଡୁଛି। ଗତ ବର୍ଷ କୋରୋନା ପରେ ଅନେକ କ୍ଷୟକ୍ଷତି ହେବାରୁ ବୈଜ୍ଞାନିକ ମାନେ ଭେକସିନ ପ୍ରସ୍ତୁତ କରି ଥିଲେ । ମାତ୍ର ଲୋକ ଙ୍କ ଜୀବନ ସହ ଖେଳ ଚାଲିଛି । କରନା ଭେକସିନ ଭିତରେ ଦେଉଛନ୍ତି ଗ୍ଲୁକୋଜ ପାଣି । ଭେକସିନ ନାମ ରେ ତିଆରି ହେଉଛି ଗ୍ଲୁକୋଜ ଓ ପାଣି ର ମିଶ୍ରଣ ।

ଏହା ରାଜ୍ୟ କୁ ରପ୍ତାନି ମଧ୍ୟ ହେଉଛି । ଲୋକ ଙ୍କୁ ଟୀକା କହି ଫୋଡା ହେଉଛି ଏହି ଗ୍ଲୁକୋଜ ପାଣି । କରନା ଭଳି ମହାମାରୀ ରେ ଲୋକ ମାନେ ଟୀକା କୁ ସଂଜୀବନୀ ଭାବୁଥିବା ବେଳେ ଏବେ ଏହିପରି ଚମକାଇଲା ପରି ଖବର ଆସି ପହଞ୍ଚିଛି । ରାଜ୍ୟ ବେ କେଉଁ ଅଞ୍ଚଳ ଙ୍କୁ ଟୀକା ଦିଆ ଯାଇଛି ଓ କେତେ ଜଣଙ୍କୁ ଦିଆ ହୋଇଛି ତାର କୌଣସି ହିସାବ ନାହି । ବାରଣାସୀ ରୁ ଏକ ବେଆଇନ ଫେକ୍ଟ୍ରୀ ରୁ ୪ କୋଟି ଗ୍ଲୁକୋଜ ପାଣି ଜବତ କରାଯାଇଛି ।

ଏହି ଟୀକା ୟୁପି ରୁ ଦିଲ୍ଲୀ ଓ କେରଳ ଭଳି ରାଜ୍ୟ କୁ ରପ୍ତାନି ହୋଇ ଥିବା ସୂଚନା ମିଳିଛି । ଏଥିରେ ସଂପୃକ୍ତ ସମସ୍ତ କର୍ମଚାରୀ ଙ୍କୁ ଗିରଫ କରିଛି ୟୁପି ପୋଲିସ୍ । ସେମାନଙ୍କ ପାଖରୁ ଅଧିକ ତଥ୍ୟ ବାହାର କରିବ ପୋଲିସ । ଏହି ଘଟଣା ତଦନ୍ତ ପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜଣା ପଡିବ ।

Leave a Reply

Your email address will not be published. Required fields are marked *