ବ୍ଲେଡ୍ ମଝିରେ କାହିଁକି ଏମିତି ଡିଜାଇନ ହୋଇଥାଏ,ଜାଣନ୍ତୁ ଏହା ପଛର କାରଣ !

ଦୈନଦିନ ବ୍ୟବହାରରେ ଏପରି ଅନେକ ଆଇଟମ୍ ଅଛି, ଯାହାକୁ ଆମେ ବ୍ୟବହାର କରୁ କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଅନେକ କଥା ଜାଣିନଥାଉ। ଏହିପରି ଗୋଟିଏ ଜିନିଷ ହେଉଛି ବ୍ଲେଡ୍। ପିଲାଦିନରୁ ଆମେ ଏହାକୁ ବ୍ୟବହାର କରି ଆସୁଛୁ। ଏହା ଆମର ଦୈନଦିନ କାର୍ଯ୍ୟରେ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପୁରୁଷମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଭିଙ୍ଗ କରିବାଠାରୁ ଆରମ୍ଭ କରି କେଶ କାଟିବା ପର୍ଯ୍ୟନ୍ତ ବ୍ଲେଡ୍ ବ୍ୟବହାର କରାଯାଏ।

କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ବ୍ଲେଡ୍ ମଝିରେ ଏକ ଖାସ ଡିଜାଇନ କାହିଁକି କରାଯାଇଥାଏ? ପ୍ରତ୍ୟେକ ବ୍ଲେଡର ଏକ ଖାସ ଡିଜାଇନ୍ କାହିଁକି? ହୁଏତ ଆପଣ ଏହାର କାରଣ ଜାଣିନଥିବେ। ତେବେ ଆସନ୍ତୁ ଆଜି ଆପଣଙ୍କୁ ଏହି ବିଶେଷ ଡିଜାଇନ୍ ର କାରଣ ଜଣାଇବା।

ଜିଲେଟ୍ ତିଆରି କରିଥିଲା ଏହି ଖାସ ଡିଜାଇନ୍।

ବ୍ଲେଡର ଉଦ୍ଭାବନ ଏବଂ ଏହାର ଉତ୍ପାଦନ ପଛରେ ଏକ ମଜାଦାର କାହାଣୀ ଅଛି। 1901 ମସିହାରେ ଜିଲେଟ୍ କମ୍ପାନୀର ପ୍ରତିଷ୍ଠାତା କିଙ୍ଗ କେମ୍ପ ଜିଲେଟ୍ ତାଙ୍କ ସହକର୍ମୀ ୱିଲିୟମ୍ ନିକରସନଙ୍କ ସହ ବ୍ଲେଡ୍ ଡିଜାଇନ୍ କରିଥିଲେ। ସେହି ବର୍ଷ ସେ ତାଙ୍କର ନୂତନ ବ୍ଲେଡର ଡିଜାଇନ କୁ ପେଣ୍ଟେଟ କରିଥିଲେ ଏବଂ 1904 ମସିହାରେ ସେ ବ୍ଲେଡ୍ ଉତ୍ପାଦନ କରିବା ଆରମ୍ଭ କଲେ।

1904 ମସିହାରେ ଜିଲେଟ୍ ପ୍ରଥମ 165 ବ୍ଲେଡ୍ ତିଆରି କରିଥିଲେ। ବାସ୍ତବରେ ଯେତେବେଳେ କେବଳ ସେଭ୍ କରିବା ପାଇଁ ବ୍ଲେଡ୍ ତିଆରି କରାଯାଉଥିଲା ସେଭିଙ୍ଗ୍ ଜିଲେଟରେ ଏକ ବୋଲ୍ଟ ସହିତ ଫିଟ୍ ହେବା ପାଇଁ ଡିଜାଇନ୍ କରାଯାଉଥିଲା।

ଜିଲେଟ୍ ପ୍ରଥମ ସେଭିଙ୍ଗ୍ ରେଜର୍ ମଧ୍ୟ ତିଆରି କରିଥିଲେ। ଯାହା ଆଜି ଅନେକ ବ୍ଲେଡ଼ କମ୍ପାନୀଗୁଡିକ ଦ୍ୱାରା କପି କରାଯାଇଛି। ଜିଲେଟ୍ ପ୍ରଥମେ ବ୍ଲୁ ଜିଲେଟ୍ ବ୍ଲେଡ୍ ନାମରେ ଜିଲେଟ୍ ବ୍ଲେଡ୍ ଉତ୍ପାଦନ କଲେ। ପୁରୁଷମାନଙ୍କ ପାଇଁ ଜିଲେଟ୍ ପ୍ରଥମେ ସେଭିଙ୍ଗ୍ ସମସ୍ୟାର ସ୍ଥାୟୀ ସମାଧାନ ଥିଲା।

ଅନ୍ୟ କମ୍ପାନୀଗୁଡିକ ଡିଜାଇନ୍ କଲେ କପି।

ଆରମ୍ଭରେ କେବଳ ଜିଲେଟ୍ ହିଁ ବ୍ଲେଡ୍ ତିଆରି କରୁଥିଲେ ଏବଂ ସେହି ସମୟରେ ଅଲଗା କମ୍ପାନୀ ଗୁଡିକ ବ୍ଲେଡ୍ ତିଆରି କ୍ଷେତ୍ରରେ ନଥିଲେ। କିନ୍ତୁ କିଛି ସମୟ ପରେ ଏହି ବୋଲ୍ଡ ବ୍ଲେଡ୍ ତିଆରି କରିବାର ଧାରା ବିଷୟରେ ଅଲଗା କମ୍ପାନୀ ଗୁଡିକ ଜାଣି ଜିଲେଟ୍ ପରି ବ୍ଲେଡ୍ ତିଆରି କରିବା ଆରମ୍ଭ କଲେ। କିନ୍ତୁ ଯେହେତୁ ସେଭ୍ ରେଜର୍ କେବଳ ସେହି ସମୟରେ ଜିଲେଟ୍ କମ୍ପାନୀରୁ ଆସୁଥିଲା ଏବଂ ରେଜର୍ ଭିତରେ ଏପରି ଏକ ପାର୍ଟ ଥିଲା ଯାହା କେବଳ ଜିଲେଟ ବ୍ଲେଡ଼ର ଡିଜାଇନ ଦ୍ୱାରା ଫିଟ ହୋଇପାରିବ ସେଥିପାଇଁ ସମସ୍ତ ବ୍ଲେଡ୍ କମ୍ପାନୀ ଜିଲେଟ ବ୍ଲେଡ଼ ଡିଜାଇନ୍ ର ବ୍ଲେଡ୍ ତିଆରି କଲେ।

ସେବେଠାରୁ ଆଜି ପର୍ଯ୍ୟନ୍ତ ବ୍ଲେଡର କେବଳ ଗୋଟିଏ ଡିଜାଇନ୍ ବଜାରକୁ ଆସିଛି ଏବଂ ପରବର୍ତ୍ତୀ ସମସ୍ତ କମ୍ପାନୀ ଯେପରିକି ଟୋପାଜ୍ କିମ୍ବା ମାରଫକ ହେଉ ଏହି ଡିଜାଇନ୍ ଅନୁସରଣ କରୁଛନ୍ତି। ଆଜି ଦୁନିଆରେ ପ୍ରତିଦିନ ପ୍ରାୟ 1 ମିଲିୟନ୍ ବ୍ଲେଡ୍ ତିଆରି କରାଯାଏ ଏବଂ ସେଗୁଡ଼ିକ ଏହି ଡିଜାଇନ୍ ର ହୋଇଥାଏ। ବ୍ଲେଡ ମଧ୍ୟରେ ନିର୍ମିତ ଡିଜାଇନର କେବଳ ପୁରୁଷମାନଙ୍କ କେଶ ତଥା ସେଭିଙ୍ଗ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published. Required fields are marked *