ଯଦି ଫେସବୁକରେ କରୁଛନ୍ତି ଏପରି କାମ,ତେବେ ହୋଇଯାଆନ୍ତୁ ସାବଧାନ, ମାର୍କ ଜୁକରବର୍ଗ ନିଜେ ଦେଲେ ବଡ ଚେତାବନୀ,ପଢନ୍ତୁ ପୁରା ଖବର

ଫେସବୁକ୍ ଆଜି ଦୁନିଆ ସ୍ତରରେ ବ୍ୟବହୃତ ସବୁଠାରୁ ବଡ ସୋସିଆଲ୍ ନେଟୱାର୍କିଂ ସାଇଟ। ଏହାକୁ ନେଇ ପ୍ରତ୍ୟକ ସମୟରେ କିଛି ନା କିଛି ଅପଡେଟ ଆସିଥାଏ। ବର୍ତମାନ ଅପଡେଟ ରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇଛନ୍ତି। ଆସନ୍ତୁ ଏହି ଫିଚର୍ସ ବିଷୟରେ ଜଣାଇବା, ଯାହା ବିଷୟରେ ଫେସବୁକର ପ୍ରତିଷ୍ଠାତା ନିଜେ ସୂଚନା ଦେଇଛନ୍ତି।

ଚାଟ୍ ର ସ୍କ୍ରିନସଟ୍ ନେବା ପ୍ରମାଣିତ କରାଇପାରେ ଆପଣଙ୍କ ଭୁଲ।

ପ୍ରାୟତଃ ଏହା ଲୋକମାନଙ୍କର ଅଭ୍ୟାସ ଯେ ଯଦି ଫେସବୁକ୍ ମେସେଞ୍ଜର କିମ୍ବା ହ୍ଵାଟ୍ସ ଆପରେ ଆପଣ ଚାଟ୍ କରନ୍ତି ତେବେ କିଛି ଚାଟ୍ ବ୍ୟବହାରକାରୀ ଏହାର ସ୍କ୍ରିନସଟ୍ ନିଅନ୍ତି କିମ୍ବା ବେଳେବେଳେ ଲୋକମାନେ ଚାଟ୍ ର ସ୍କ୍ରିନସଟ୍ ନେଇ ଏହାକୁ ଭାଇରାଲ୍ କରନ୍ତି।

ମାର୍କ ଜୁକରବର୍ଗ ଦେଇଛନ୍ତି ଚେତାବନୀ।

ଏହି ଧାରାକୁ ରୋକିବା ପାଇଁ ଫେସବୁକ୍ ଏକ ନୂତନ ଫିଚର୍ସ ଆଣିଛି। ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିଜେ ଚାଟ ସ୍କ୍ରିନସଟ ନେଉଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି।

ବ୍ୟବହାରକାରୀମାନଙ୍କ ପାଖକୁ ଯିବ ନୋଟିଫିକେସନ।

ବର୍ତ୍ତମାନ ଫେସବୁକର ଏହି ଫିଚର୍ସ ରେ ଚାଟ୍ ର ସ୍କ୍ରିନସଟ୍ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ଉପଭୋକ୍ତାଙ୍କୁ ଏକ ନୋଟିଫିକେସନ ଯିବ। ବର୍ତ୍ତମାନ ହ୍ଵାଟ୍ସ ଆପ୍ ପରି ଫେସବୁକରେ ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ର ସୁବିଧା ଉପଲବ୍ଧ ହେବ।

କଣ ଅଟେ ଫେସବୁକର ଏହି ନୂଆ ଫିଚର୍ସ।

ଫେସବୁକର ଏହି ଫିଚର୍ସ ବିଷୟରେ ମାର୍କ ଜୁକରବର୍ଗ ବିସ୍ତୃତ ଭାବରେ ବତାଇଛନ୍ତି। ସେ କହିଛନ୍ତି ଯେ ଚାଟ୍ ର ସ୍କ୍ରିନସଟ୍ ନେବା ସାଧାରଣ କଥା କିନ୍ତୁ ଆପଣ ଜାଣି ନଥିବେ ଯେ କିଏ ଆପଣଙ୍କ ଚାଟ୍ ର ସ୍କ୍ରିନସଟ୍ ନେଉଛି। ବର୍ତ୍ତମାନ ଯଦି କେହି ଚାଟ୍ ର ସ୍କ୍ରିନସଟ୍ ନିଅନ୍ତି ତେବେ ଯେଉଁ ବ୍ୟକ୍ତିର ଚାଟର ସ୍କ୍ରିନସଟ ନିଆଯାଇଥିବ ଫେସବୁକ୍ ଦ୍ୱାରା ସେହି ବ୍ୟକ୍ତିକୁ ନୋଟିଫିକେସନ ଆସିବ।

Leave a Reply

Your email address will not be published. Required fields are marked *