ଡାକ୍ତର ସୁମିତ ଆଉ ବାପା ପ୍ରମୋଦ ସାହୁଙ୍କୁ ଶକ୍ତ ଝଟକା,ତପସ୍ଵିନୀଙ୍କ ସପକ୍ଷରେ ହାଇକୋର୍ଟର ରାୟ

ତପସ୍ଵିନୀ ଓ ତାଙ୍କର ପତିଙ୍କ ମଧ୍ୟରେ ଚାଲିଥିବା ମନ ମାଳିନ୍ୟ ବା କଳହ ସମ୍ପର୍କରେ ସମସ୍ତଙ୍କୁ ଭଲ ଭାବରେ ଜଣା । ତେବେ ସେମାନେ କୋର୍ଟରେ ବିବାହ କରିବାର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ଏହାପରେ ସେମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ସହିତ ଏହାପରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା ।

ଏହା ସହିତ ସେମାନଙ୍କର କଳହ ଏତେ ଅଧିକ ବଢ଼ି ଯାଇଥିଲା କି ସେମାନଙ୍କର ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ଏହାପରେ କୋର୍ଟ ମଧ୍ୟ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । ପୁଣି ସୁମିତ ଫେରାର ହୋଇ ଯାଇଥିଲେ । ତପସ୍ଵିନୀ ଓ ସୁମିତ୍ ଆସ୍କା ଚିନି ଶିଳ୍ପ ଅତିଥି ଭବନରେ ରହୁଥିଲେ ସାତ ଦିନ ପାଇଁ ଆଉ ସାତ ଦିନ ପରେ ଯେତେବେଳେ ସୁମିତ ତପସ୍ଵିନୀ ଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ତପସ୍ଵିନୀ ସମ୍ପୂର୍ଣ ରୂପେ ଏକାକୀ ହୋଇ ଯାଇଥିଲେ ।

ତାଙ୍କୁ ମଧ୍ୟ ତା ପରେ ପରେ ସେହି ଅତିଥି ଭବନ ରୁ ବାହାର କରି ଦିଆ ଯାଉଥିଲା । ହେଲେ ପରେ ତପସ୍ଵିନୀ ନିଜ ଖର୍ଚ୍ଚ ନିଜେ ବହନ କରି ରହୁଥିଲେ । ତାଙ୍କ ପାଇଁ ତାଙ୍କ ସ୍ଵାମୀ ମଧ୍ୟ କିଛି ଖର୍ଚ୍ଚ ଉଠାଇ ନଥିଲେ । ହେଲେ ବାସ୍ତବ ରେ ଝିଅ ଟିଏ କେତେ କଷ୍ଟ ପାଇ ପରେ ତାହା ଆପଣ ମାନେ ତପସ୍ଵିନୀ ଙ୍କ ଠାରୁ ହିଁ ଜାଣି ପାରିବେ ।

ଏବେ ଭି ତପସ୍ଵିନୀ ଙ୍କ ମୁହଁ ରୁ ଗୋଟିଏ କଥା ସମସ୍ତେ ଶୁଣିବା ପାଇଁ ପାଇବେ କି ସେ କେବେ ଭି ଏଥି ପାଇଁ ଆହ୍ଲାଇବେନି । ସେ ନିଜ ଜିଦ୍ ରେ ଅଟଳ ହୋଇ ରହିଛନ୍ତି । ସେ ନିଜ ସ୍ବାମୀ ଙ୍କୁ ହିଁ ପାଇ ରହିବେ ବୋଲି କହିଛନ୍ତି । ହେଲେ ତପସ୍ଵିନୀ ତା ପରେ ପରେ ଆସି ନିଜ ଶ୍ଵଶୁର ଘର ସାମ୍ନା ରେ ବସିଥିଲେ ନ୍ୟାୟ ଭିକ୍ଷା ପାଇଁ । କି ତାଙ୍କ ଶ୍ବଶୁର ଘର ଲୋକ ଓ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଖୁସି ଖୁସି ରେ ଆପଣାଇ ନିଅନ୍ତୁ ।

ତେବେ ସବୁ କିଛି ଘଟଣା ପରେ ମଧ୍ୟ ତପସ୍ଵିନୀ ଆସି ପୁଣି ଥରେ ବସିଥିଲେ ସୁମିତ ଙ୍କ ଘର ସାମ୍ନା ରେ । ପୁଣି ଚାଲିଥିଲା ସେହି ଅନଶନ । ଶେଷରେ ଆଜି ପୁଣି ଆସିଚି ହାଇ କୋର୍ଟ ର ରାୟ । ତପସ୍ଵିନୀ ରହିବେ ସୁମିତ ଙ୍କ ଘରେ , ସୁମିତ ପାଖରେ । ତେବେ ସୁମିତ, ତପସ୍ଵିନୀ ଙ୍କୁ ମାସକୁ ୧୭୦୦୦ ଟଙ୍କା ଦେବାକୁ ପଡିବ । ତପସ୍ଵିନୀ ଙ୍କୁ ଖର୍ଚ୍ଚ ଆଦି ବାବଦ କୁ । ଏହି ରାୟ ଦେଇଛନ୍ତି ହାଇ କୋର୍ଟ ଓ ସୁପ୍ରିମ କୋର୍ଟ ଉଭୟ । ତେବେ ଏହି ରାୟ ରହିଛି ନିଶ୍ଚୟ ତପସ୍ଵିନୀ ଙ୍କ ସହିତ । ସୁମିତ ଓ ତାଙ୍କ ବାପା ଙ୍କ ଇଚ୍ଛା ପୂରଣ ହେଲାନାହିଁ । ତେବେ ବର୍ତମାନ ରାୟ ଏହିପରି ରହିଛି ବୋଲି ଗଣମାଧ୍ୟମ ରୁ ଜଣା ପଡ଼ୁଚି ।

Leave a Reply

Your email address will not be published. Required fields are marked *