ସୌମ୍ୟଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ସୋନାଲିଙ୍କ ଏକ୍ସ ବୟଫ୍ରେଣ୍ଡ ଅଜୟ…

ମୃତ୍ୟୁ ପୂର୍ବରୁ ଶେଷ ଚିଠି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ । ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରିଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ । ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ।

ନାମ ହେଉଛି ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମ୍‌ରେ । ସେହି ପରିଚୟରୁ ନିବିଡ଼ତା ଆସେ ଉଭୟଙ୍କ ସମ୍ପର୍କରେ । ଏକଥା ସୌମ୍ୟଙ୍କ ପରିବାର ଲୋକେ ବି ଜାଣିଥିଲେ । ସେଥିପାଇଁ ବିବାହ ଯାଏଁ କଥା ବି ଯାଇଥିଲା । କିନ୍ତୁ ଗତ ୨୯ ଦିନ ଭିତରେ ବିଗିଡ଼ିଗଲା ସମ୍ପର୍କ ।

ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟ ଜାଣିବା ପରେ ଶେଷରେ ଆତ୍ମହତ୍ୟା କରିିଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ବାପା କିନ୍ତୁ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି ।

https://youtu.be/jxd3HLgkB-k

ସୂଚନା ଅନୁଯାୟୀ ଉକ୍ତ ଯୁବତୀ ସୋନାଲି କିଛିଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବା କଥା ଜାଣିବାରୁ ସେ ଭାଙ୍ଗି ପଡ଼ିଥିଲେ । ରବିବାର ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ । ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ । ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଚିଠିରେ ପ୍ରତାରଣାର କାହାଣୀ ।

ସୌମ୍ୟଙ୍କ ରୁମ୍‌ରୁ ମିଳିଥିବା ସେହି ସୁଇସାଇଡାଲ ନୋଟ୍‌ରେ ସେ ନିଜ ବାପା ମାଙ୍କୁ ସରି ମାଗିବା ସହିତ ଆଉ ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ସରି ମାଗିଥିଲେ । ଯିଏକି ହେଉଛନ୍ତି ସୋନାଲିଙ୍କ ପୂର୍ବତନ ପ୍ରେମିକ ଅଜୟ ପାଢ଼ୀ । ତେବେ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି ଅଜୟ ପାଢ଼ୀ । ସେ କହିଛନ୍ତି କି ସୌମ୍ୟ ସୁସାଇଡ୍ କରିବା ପୂର୍ବଦିନ ରାତିରେ ୨ ଟା ରେ ତାଙ୍କୁ କଲ୍ କରିଥିଲା । କିନ୍ତୁ ଥକି ଯାଇଥିବା କାରଣରୁ ଏବଂ ଫୋନ୍ ସାଇଲେନ୍ଟ ଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ । ତାପରେ ସୌମ୍ୟ ଅଜୟଙ୍କୁ ସରି କହି ମଧ୍ୟ ମେସେଜ କରିଥିଲେ ।

ତେବେ ଅଜୟ ପାଢ଼ୀ କଲ୍ ନ ଉଠାଇ ପାରିଥିବା କାରଣରୁ ତାଙ୍କୁ ଜୀବନ ସାରା ରିଗ୍ରେଟ୍ ରହିବ ବୋଲି ସେ ଦୁଃଖ ମନରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ସେ ସେଦିନ ସୌମ୍ୟର କଲ୍ ଉଠାଇ ପାରିଥିଲେ ହୁଏତ ସେ ଆଜି ବଞ୍ଚିଥାନ୍ତେ । ତେବେ ଶେଷରେ ପୋଲିସକୁ ଅନୁରୋଧ କରିଥିଲେ କି ସୋନାଲିର ଠିକ୍‌ ତଦନ୍ତ ହେଉ । ତେବେ ତାହା ଆଗକୁ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *