ମୋ ପତ୍ନୀଙ୍କୁ ନିଜ ଜାଲରେ ଫସାଇଲା ଇନ୍ସପେକ୍ଟର, ମୋ ଘରେ ମୋ ସାମ୍ନାରେ ରଖିଲା ସମ୍ବନ୍ଧ………

ଜଣେ ଇନ୍ସପେକ୍ଟରର କାର୍ଯ୍ୟକଳାପକୁ ଆଉ ସହ୍ୟନକରିପାରି ଏକ ସ୍ୱାମୀ DGPଙ୍କୁ ଗୁହାରି କରିଛନ୍ତି। ପୀଡିତ ଇଞ୍ଜିନିୟର ଅଭିଯୋଗ କରିଛନ୍ତି ଯେ ଇନ୍ସପେକ୍ଟର ତାଙ୍କ ପତ୍ନୀଙ୍କୁ ଫସାଇ ଘରୁ ବାହାରକୁ ନେଇଯାଇଛନ୍ତି। ଲଖନୋରେ ରହୁଥିବା ଜଣେ ଇଞ୍ଜିନିୟର ଡିଜିପିଙ୍କୁ ଏକ ଚିଠି ଲେଖି ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ଅନୁସନ୍ଧାନର ବାହାନାରେ ବଢ଼ାଇଲେ ଯୋଗାଯୋଗ।

ପ୍ରଥମେ ଅଭିଯୋଗର ଅନୁସନ୍ଧାନର ବାହାନା କରି ଇନ୍ସପେକ୍ଟର ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତାପରେ ତାଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ। ବ୍ୟକ୍ତି ଜଣକ କହିଛନ୍ତି ଯେ ଜାନୁଆରୀ 26 ରେ ଯେତେବେଳେ ଇନ୍ସପେକ୍ଟରଙ୍କୁ ସେ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ଇନ୍ସପେକ୍ଟର ତାଙ୍କୁ ମିଥ୍ୟା ମାମଲାରେ ଫସାଇବେ ଏବଂ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଇନ୍ସପେକ୍ଟର ତାଙ୍କ ଘରେ ଥିବାବେଳେ ବର୍ତ୍ତମାନ ସେହି ଇଞ୍ଜିନିୟର ବ୍ୟକ୍ତି ଜଣକ ହୋଟେଲରେ ରହିଛନ୍ତି।

ଅଭିଯୋଗ କରିବାକୁ ସ୍ୱାମୀ ଓ ସ୍ତ୍ରୀ ଯାଇଥିଲେ ପୋଲିସ ଷ୍ଟେସନ।

ପୀଡିତା ଇଞ୍ଜିନିୟର ଜେବର ବିମାନବନ୍ଦରର ଏକ କଂଷ୍ଟ୍ରକସନ କମ୍ପାନୀରେ କାର୍ଯ୍ୟ କରନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଲଖନୋର ଇନ୍ଦିରାନଗରର ଏକ ଭଡା ଘରେ ରହୁଥିଲେ। 2 ବର୍ଷ ପୂର୍ବେ ସେ ଏକ ପ୍ଲଟ୍ କିଣିବା ପାଇଁ ଏକ ଡିଲରଙ୍କୁ ଟଙ୍କା ଦେଇଥିଲେ। ସେ ପ୍ଲଟ ଦେଇନଥିଲେ ଏବଂ ଟଙ୍କା ମଧ୍ୟ ଫେରାଇନଥିଲେ।

ଯେତେବେଳେ ଇଞ୍ଜିନିୟର ଅଭିଯୋଗ ସହିତ ଚୀନହଟ କୋତୱାଲିରେ ପହଞ୍ଚିଲେ ସେତେବେଳେ ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମନୋଜ କୁମାର ସିଂ ଙ୍କୁ ପାଇଥିଲେ। ଏଠାରୁ ଇନ୍ସପେକ୍ଟର ତାଙ୍କ ପତ୍ନୀଙ୍କ ଉପରେ ନଜର ପକାଇବା ଆରମ୍ଭ କଲେ ଏବଂ ମାମଲା ଏଠାରେ ପହଞ୍ଚିଲା। ଚୀନହଟ ଇନ୍ସପେକ୍ଟର ଘନଶ୍ୟାମ ତିୱାରୀ କହିଛନ୍ତି ଯେ ଉଚ୍ଚ ପଦାଧିକାରୀଙ୍କୁ ଇଞ୍ଜିନିୟର ଏକ ଆବେଦନ କରିଛନ୍ତି। ଏହି ମାମଲା ରୁଜୁ ହୋଇଛି ଏବଂ ଏହାର ଯାଞ୍ଚ କରାଯାଉଛି।

ପ୍ରତିଦିନ ତାଙ୍କ ସ୍ତ୍ରୀକୁ ଥାନାକୁ ଡାକୁଥିଲା ଇନ୍ସପେକ୍ଟର।

ପୀଡିତ ଇଞ୍ଜିନିୟରଙ୍କ ଅନୁଯାୟୀ ତାଙ୍କ ପୋଷ୍ଟିଂ ସହର ବାହାରେ ଥିଲା। ତେଣୁ ତାଙ୍କ ପତ୍ନୀ ଇନ୍ସପେକ୍ଟରଙ୍କ ଡାକରାରେ ଥାନାରେ ଯାଇ ମାମଲା ରୁଜୁ କରିଥିଲେ। ଇନ୍ସପେକ୍ଟର ତାଙ୍କ ଟଙ୍କା ଫେରସ୍ତ ଆଣିବା ପାଇଁ 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୀଡିତ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟରଙ୍କୁ 50 ହଜାର ଟଙ୍କା ଦେଇଥିଲେ। ଏହା ପରେ ଇନ୍ସପେକ୍ଟର ପ୍ରତିଦିନ ତାଙ୍କ ପତ୍ନୀଙ୍କୁ ଆଉଟପୋଷ୍ଟ ଡାକିବା ଆରମ୍ଭ କରିଦେଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା।

ଇନ୍ସପେକ୍ଟର ଟ୍ରାନଫର ପରେ ମଧ୍ୟ ସାକ୍ଷାତ କରିବାକୁ ଆସୁଥିଲେ।

ଇନ୍ସପେକ୍ଟର ମନୋଜ ସିଂଙ୍କୁ ବନାରସକୁ ଟ୍ରାନ୍ସଫର କରାଯାଇଥିଲା। ସେ ଇଞ୍ଜିନିୟରଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ଏକ ସପ୍ତାହ ଛୁଟିରେ ଲଖନୋରେ ଅଛନ୍ତି। ପୀଡିତ ଇଞ୍ଜିନିୟର କହିଛନ୍ତି ଯେ ସେ ଭଡାଘର ମାଳିକାଣିଠାରୁ ଜାଣିବାକୁ ପାଇଥିଲେ ଯେ ଜଣେ ପୋଲିସ କର୍ମଚାରୀ ତାଙ୍କ ଘରକୁ ଯାଆନ୍ତି। ଏହା ଉପରେ 26 ଜାନୁଆରୀରେ ସେ ହଠାତ୍ ଘରେ ପହଁଚିଲେ। ସେହି ସମୟରେ ସେ କବାଟକୁ ଧକା ମାରି ଘରେ ପଶିଲେ ଏବଂ ଇନ୍ସପେକ୍ଟରଙ୍କୁ ତାଙ୍କ ପତ୍ନୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଲେ। ପୀଡିତ କହିଛନ୍ତି ଯେ ଧରାପଡ଼ିବା ପରେ ପୋଲିସ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲା।

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସେ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ କେବଳ ଆବେଦନ ପତ୍ର ଲେଖାଇ ଛାଡ଼ିଦେଇଥିଲେ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହା ପରେ ପୋଲିସ କମିଶନରଙ୍କ ସେ ନିକଟକୁ ଯାଇଥିଲେ। ସେଠାରେ ମଧ୍ୟ କେବଳ ଆଶ୍ୱସନା ମିଳିଥିଲା। ଅନ୍ୟପକ୍ଷରେ ପୀଡିତ କହିଛନ୍ତି ଯେ ଇନ୍ସପେକ୍ଟର ଜଣକ ମୋର ପତ୍ନୀକୁ କହି ମୋର ସମସ୍ତ ଜିନିଷ ବାହାରକୁ ଫିଙ୍ଗି ଦେଇଥିଲେ। ବର୍ତମାନ ପରିସ୍ଥିତି ହେଉଛି ଯେ ଇଞ୍ଜିନିୟର ହୋଟେଲରେ ଏକ ରୁମରେ ରାତି କଟାଉଛନ୍ତି ଏବଂ ଇନ୍ସପେକ୍ଟର ତାଙ୍କ ପତ୍ନୀଙ୍କ ସହ ତାଙ୍କ ଘରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *