ଶ୍ୱଶୁର ଘରକୁ ଯିବାପାଇଁ ଝିଅକୁ ମନା କରିଦେଲା ମାଆ, ଆଉ ସେଥିପାଇଁ ଜ୍ୱାଇଁ ନେଇଗଲା ମାଆର ଜୀବନ ! ଜାଣନ୍ତୁ ପୁରା ମାମଲା

ଘର, ପରିବାର ଏବଂ ସମ୍ପର୍କୀୟଙ୍କ ସହ ଯଦି ବିବାଦ ଜଡିତ ଥାଏ ଏବଂ ବିବାଦର ସମାଧାନ ପରିବର୍ତ୍ତେ ଦିନକୁ ଦିନ ଯଦି ତାହା ବଢିଚାଲେ ତେବେ ସମ୍ପର୍କ ଶେଷ ହେବାରେ ବିଳମ୍ବ ହୁଏ ନାହିଁ। ମହାରାଷ୍ଟ୍ରର ଅମରାବତୀରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଜ୍ବାଇଁ ଶାଶୁଙ୍କୁ ହତ୍ୟା କରିଥିଲା। ସମଗ୍ର ବିଷୟଟି ଆସନ୍ତୁ ଜାଣିବା।

ଶଶୁର ଘର ଆସିଥିଲା ଜ୍ବାଇଁ।

ମହାରାଷ୍ଟ୍ରର ଅମରାବତୀରୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜ୍ବାଇଁ କୁରାଢୀରେ ଶାଶୁଙ୍କୁ ଆକ୍ରମଣ କରି ଅତି ନିର୍ମମ ଭାବରେ ହତ୍ୟା କରିଥିଲା। କୁହାଯାଉଛି ଯେ ଅଭିଯୁକ୍ତ ଜଣକ ତାଙ୍କ ଶାଶୁଘରକୁ ତାଙ୍କ ପତ୍ନୀଙ୍କୁ ନେବାକୁ ଆସିଥିଲେ। କିନ୍ତୁ ଶାଶୁ ତାଙ୍କ ଝିଅକୁ ପଠାଇବାକୁ ମନା କରିଦେଇଥିଲେ। ଏହି ପ୍ରସଙ୍ଗରେ ବିବାଦ ଏତେ ବଢିଯାଇଥିଲା ଯେ ମାମଲା ହତ୍ୟା ଯାଏଁ ପହଞ୍ଚିଥିଲା।

ପତ୍ନୀଙ୍କୁ ସାଙ୍ଗରେ ନେଇଯିବା କଥା ର ବିବାଦ ଏତେ ବଢିଗଲା ଯେ ଜ୍ବାଇଁ ଶାଶୁଙ୍କୁ କୁରାଢ଼ୀରେ ମୁଣ୍ଡକୁ ପ୍ରହାର କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ମହିଳାଙ୍କ ମୃତ୍ୟୁ ହୋଇସାରିଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜ୍ବାଇଁ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

ଏହି ଘଟଣା ଅମରାବତୀର ଆସେଗାଓଁ ପୂର୍ଣା ପୋଲିସ ଷ୍ଟେସନର ଟାକରଖେଡା ଗାଁର ଅଟେ। ଏହି ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମୃତ ମହିଳାଙ୍କ ପରିବାର ସଦସ୍ୟ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ହତ୍ୟାକାରୀ ଜ୍ବାଇଁକୁ ଯଥାଶୀଘ୍ର ଧରିବା ପାଇଁ ପରିବାର ଲୋକେ ପୋଲିସକୁ ଦାବି କରୁଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ତାଙ୍କୁ ଶୀଘ୍ର ଗିରଫ କରାଯିବ।

Leave a Reply

Your email address will not be published. Required fields are marked *