କାର୍ଡ ବଣ୍ଟନ ସରିଯାଇଥିଲା, ବିବାହ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଯାଇଥିଲା କିନ୍ତୁ ଠିକ ସମୟରେ ପୁଅଘର ଲୋକ ଯୌତୁକରେ ମାଗିଲେ କ୍ରେଟା କାର ଓ ବୁଲେଟ, ଆଉ ତାପରେ…..ଜାଣନ୍ତୁ ପୁରା ଘଟଣା

ଯୌତୁକର ଲୋଭ ଦ୍ୱାରା ଭାରତୀୟ ସମାଜ ବର୍ତ୍ତମାନ ଅସୁବିଧାରେ ପଡିଛି। ଏହିପରି ଖବର ପ୍ରତିଦିନ ଆସେ ଲୋକମାନେ ମଧ୍ୟ ପଢ଼ନ୍ତି। ଏପରିକି ଥରେ ଭାବନ୍ତି ଯେ କଣ ପାଇଁ ଯୌତୁକର ଏହି ବେଆଇନ କାମ ବନ୍ଦ ହେଉନାହିଁ କିନ୍ତୁ ତଥାପି କଣ କରାଯିବ ସମାଜରେ ଲୋଭୀ ଲୋକଙ୍କର ସଂଖ୍ୟା କମ ନୁହେଁ।

ହରିୟାଣାର କରନାଲରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେ ଯେଉଁଠାରେ ବିବାହ କାର୍ଡ ବଣ୍ଟନ କରାଯାଇଥିଲା ସେଠାରେ ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ ତାପରେ ବର ଏବଂ ତାଙ୍କ ପରିବାର ସଦସ୍ୟ କ୍ରେଟା କାର ଏବଂ ବୁଲେଟ୍ ମାଗିଥିଲେ ଏବଂ ଏହା ପୂରଣ ନହେଲେ ବିବାହ ହେବ ନାହିଁ ବୋଲି କହିଥିଲେ।

ହରିୟାଣାର କରନାଲରେ କୁଞ୍ଜପୁରା ଥାନା 7 ଜଣଙ୍କ ବିରୋଧରେ ଯୌତୁଜ ଦାବିରେ ଏକ ମାମଲା ରୁଜୁ କରିଛି। ଫେବୃଆରୀ 11 ରେ ସୋନିପତ ର ମହଲାନା ଗାଁରୁ କରନାଲର କଲୱାହେଡି ଗ୍ରାମକୁ ଏକ ବରଯାତ୍ରୀ ଆସିବାକୁ ଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା। ସାମଗ୍ରୀ ପହଞ୍ଚିଯାଇଥିଲା ଏବଂ କାର୍ଡ ବଣ୍ଟନ ମଧ୍ୟ ସାରିଯାଇଥିଲା।

ତାପରେ ବରର ପାର୍ଶ୍ୱର ଲୋକ କ୍ରେଟା କାର ଏବଂ ବୁଲେଟର ଚାହିଦା ପୂରଣ ହୋଇ ନ ଥିବାରୁ ବରଯାତ୍ରୀ ଆଣିବାକୁ ମନା କରିଦେଇଥିଲେ। ଏହାପରେ ଝିଅର ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ବର ସମେତ 7 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଗାଁ କାଲୱାହେଡି ନିବାସୀ ୱରିୟାମ୍ ସିଂ କହିଛନ୍ତି ଯେ ତାଙ୍କ ଝିଅ ମଞ୍ଜୁଙ୍କ ବିବାହ ବିଦ୍ୟୁତ୍ ବିଭାଗର କ୍ଲର୍କ ସୋନିପତର ବାସିନ୍ଦା ଶୈଳେନ୍ଦ୍ରଙ୍କ ସହ ସ୍ଥିର ହୋଇଛି। ଝିଅ ଘରଲୋକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ବିବାହ ସ୍ଥିର ହୋଇଥିଲା। ବର୍ତ୍ତମାନ କ୍ରେଟା କାରକୁ ଯୌତୁକରେ ପୁଅ ଘରଲୋକ ମାଗିଛନ୍ତି। ଡିସେମ୍ବରରେ ଏହି ବିବାହ ସ୍ଥିର କରାଯାଇଥିଲା ଏବଂ 3 ଫେବୃଆରୀ ରେ ଏନଗେଜମେଣ୍ଟ ଏବଂ 11 ଫେବୃଆରୀରେ ବିବାହ ବନ୍ଧନ ତାରିଖ ନିଶ୍ଚିତ କରାଯାଇଥିଲା।

କିନ୍ତୁ ଜାନୁୟାରୀ 24 ରେ ପୁଅର ପରିବାର ସଦସ୍ୟ ଆସି କହିଥିଲେ ଯେ ଝିଅ ପଟୁ ଦିଆଯାଉଥିବା ସାମଗ୍ରୀ ଯଥେଷ୍ଟ ନୁହେଁ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ ଦାବି କରାଯାଇଛି। ଏହା ସହିତ କ୍ରେଟା କାର୍ ଏବଂ ବୁଲେଟ୍ ଗାଡି ପାଇଁ ଚାହିଦା ଥିଲା। ଏହା ପରେ ଜାନୁଆରୀ 25 ରେ ପୁଅର ପଟୁ ଏକ କଲ ଆସିଲା ଯେ ବିବାହ କରାଯିବ ନାହିଁ।

ଏହା ପରେ କଲୱେହଡି ଗାଁରେ ସମସ୍ତ ଗାଁର ବଡ ବଡ ଲୋକ ଝିଅଘର ସପକ୍ଷରେ ଏକାଠି ହୋଇଥିଲେ, ଯେଉଁଥିରେ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ସେହି ଯୌତୁକ ଲୋଭୀ ଘରେ ଝିଅର ବିବାହ କରାଇବେ ନାହିଁ। ଝିଅର ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *