ଖୁସି ଖବର : ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ବଡ ଘୋଷଣା,ପୁଣି ମିଳିବ ଏତେ ଟଙ୍କା,ଜାଣନ୍ତୁ ସମ୍ପୂର୍ଣ ସୂଚନା

ରାଜ୍ୟ ସରକାର ଆମର ରାଜ୍ୟ ପାଇଁ ଏବଂ ଲୋକମାନଙ୍କର ଉପକାର ଓ ସେବା ପାଇଁ ଅନେକ ପ୍ରକାର ଯୋଜନା ସବୁ ପ୍ରସ୍ତୁତି କରିଥାନ୍ତି। କୁନି କୁନି ଛୁଆ ମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସେବା ଓ ସାହାଯ୍ୟ ସରକାର କରିଥାନ୍ତି, ଯାହା ଆମ ଦେଶର ଭବିଷ୍ୟତ ପାଇଁ ଆଗକୁ ବଢ଼ିପାରେ। ପାଠ ପଢାରେ ପିଲାମାନଙ୍କୁ ଅନେକ ପ୍ରକାର ସୁବିଧା, ଡାକ୍ତରଖାନାରେ ମାଗଣା ସେବା ଓ ମାଗଣା ଔଷଧ ପାଇବା, ବୃଦ୍ଧ ବ୍ୟକ୍ତିମାନଙ୍କୁ କିପରି ତାଙ୍କର ପେନସନ ଦେବା। ଏଭଳି ଅନେକ କାର୍ଯ୍ୟ ଉପରେ ସରକାର ଅନେକ କାମ କରିଥାନ୍ତି।

ଆପଣ ତ ଜାଣିଛନ୍ତି ଗାଁ ଗହଳିରେ ଥିବା ମହିଳା ଅର୍ଥାତ ଗୃହିଣୀମାନଙ୍କ ପାଇଁ ଏକ ଯୋଜନା କରିଛନ୍ତି ସରକାର, ଯାହାର ନାମ ହେଉଛି ସ୍ବୟଂ ସହାୟକ ଗୋଷ୍ଠୀ। ପ୍ରତ୍ୟେକ ମହିଳା ନିଜର ରୋଜଗାର ଅର୍ଥାତ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରଙ୍କର ଏହି ଏହି ଯୋଜନାରେ ଜଡ଼ିତ ହୋଇଛନ୍ତି।

ସମଗ୍ର ରାଜ୍ୟ କଥା କୁହାଗଲେ ଏହି ଯୋଜନାରେ ପ୍ରାୟ ୭୦ ଲକ୍ଷ ମହିଳା ରାଜ୍ୟର ଏହି ଗୋଷ୍ଠୀରେ ସାମିଲ ରହିଛନ୍ତି। ତେବେ ଏହି ଗୋଷ୍ଠୀକୁ ନେଇ ରାଜ୍ୟ ସରକାର ନବୀନ ପଟ୍ଟନାୟକ ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛନ୍ତି। ସରକାରଙ୍କ ଅନୁସାରେ ଏହି ମିଶନ ଶକ୍ତି ପ୍ରତେକ ଜିଲ୍ଲାରେ ବର୍ତ୍ତମାନ ଆରମ୍ଭ ହେବ ଏବଂ ଯାହା ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଲେଖାଏଁ ମଞ୍ଜୁରୀ ଦେଇ ସାରିଛନ୍ତି। ମହିଳାମାନଙ୍କର ଏହି ମିଟିଙ୍ଗରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଅଛି ତାହା ଦିଆଯିବ ବୋଲି ସରକାର ଏହି ଯୋଜନାରେ ଘୋଷଣା କରିଛନ୍ତି।

ଏହି ମିଶନ ଶକ୍ତିର ମହିଳାମାନେ ଯେଉଁ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ସରକାର ସାହାଯ୍ୟ ଯୋଗାଇ ଦେବେ। ଓ ସେହି ଦ୍ରବ୍ୟକୁ ଦେଶ ବିଦେଶରେ ମଧ୍ୟ ବିକ୍ରି କରିପାରିବେ। ଆଉ ଏଥିପାଇଁ ସେମାନଙ୍କୁ ୧ କୋଟି ୩୮ ଲକ୍ଷ ଟଙ୍କାର ସୁଧ ରିହାତି ଟଙ୍କାର ଟ୍ରାନ୍ସଫର କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଆକଳନ କହିଛନ୍ତି ।

ଏହି ମିଶନ ଶକ୍ତିରେ ଥିବା ମହିଳା, ଯେଉଁମାନେ ବିଜୁ ଘରର ପକ୍କା ଘର ପାଇଛନ୍ତି ସେମାନଙ୍କୁ ଘରର ମରାମତି କରିବା ପାଇଁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଏବଂ ଯେଉଁମାନେ ଏହି ବିଜୁ ପକ୍କା ଘରରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ୫୦୦୦ ଟଙ୍କା ଦିଆଯିବ। ଏହା ସହ ପ୍ରତ୍ୟେକ ଜିଲ୍ଲାରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସରକାର ଘୋଷଣା କରିଛନ୍ତି।

ତେବେ ଏହାକୁ ନେଇ ମିଶନ ଶକ୍ତିରେ ଥିବା ମହିଳାମାନେ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ସରକାରଙ୍କ କହିବା ଅନୁସାରେ ମହିଳା ସଶକ୍ତିକରଣରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅର୍ଥର ଆବଶ୍ୟକତା ଅଛି। ତେଣୁ ଏହି ସାହାଯ୍ୟକୁ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *