ସମୁଦ୍ର ଗର୍ଭରୁ ମିଳିଲା ଦ୍ଵାରକା ନଗରୀର ଆଶ୍ଚର୍ଯ୍ୟଜନକ ପ୍ରମାଣ,ଦେଖନ୍ତୁ ଭିଡ଼ିଓ

କଣ ଆପଣମାନଙ୍କୁ ଏହା ଜଣା ଅଛି କି, ଭଗବାନ ଶ୍ରୀକୃଷ୍ଣଙ୍କୁ ମଥୁରା ଠାରୁ ବି ଅଧିକ ପସନ୍ଦ କେଉଁ ନଗର ଥିଲା? ଯେଉଁଠାରେ ମଥୁରା ନଗରୀ ନିଜର ପ୍ରାକୃତିକ ସୁନ୍ଦରତା, ଗୋପୀମାନଙ୍କ ଦ୍ୱାରା ଭରିଥିବା ନଗର ଥିଲା, ହେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେହି ନଗରୀକୁ କାହିଁକି ଛାଡିବାକୁ ପଡିଲା। ତେବେ ଏହି ସବୁ ରହସ୍ୟର ସତ କଥାକୁ ଜାଣିବା ପାଇଁ ଚାହୁଁଛନ୍ତି କି, ତେବେ ଆମେ ଆଜି ଆପଣ ମାନଙ୍କୁ ଏପରି କିଛି ଉଦାହରଣ ସମ୍ପର୍କରେ କହିବୁ ଯାହାକୁ ଶୁଣି ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଚିନ୍ତାରେ ପଡିଯିବେ କି ଏହି ଘଟଣା କେବଳ କଳ୍ପନା ମାତ୍ର ଥିଲା, ନା ସତ କଥା।

ସମୁଦ୍ର ମନ୍ଥନ :-

ସବୁଠାରୁ ଆଗ ଜାଣିବା ସମୁଦ୍ର ମନ୍ଥନ ସମ୍ପର୍କରେ, ଯାହାର କଥା ହିନ୍ଦୁ ଧର୍ମରେ ନିଶ୍ଚିତ କରିଯାଏ। ସମୁଦ୍ର ମନ୍ଥନ ସମ୍ପର୍କରେ ଏପରି କୁହାଯାଜ କି, ଦେବତା ଏବଂ ଦାନବ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା, ଆଉ ଏହି ସମୁଦ୍ର ମନ୍ଥନ ସମୟରେ ଅନେକ କିଛି ଜିନିଷ ବାହାରିଥିଲା ଯାହାକି ବହୁତ ମୂଲ୍ୟବାନ ଅଟେ। ଏହି ସମୁଦ୍ରରୁ ବିଷ ମଧ୍ୟ ବାହାରିଥିଲା ଯାହାକୁ ଭଗବାନ ଶିବ ପିଇ ଦେଇଥିଲେ, ଆଉ ଅମୃତ ବି ବାହାରିଥିଲା ଯାହାକୁ ଦାନବ ମାନେ ନେଇ ଯାଇଥିଲେ। କିଛି ବର୍ଷ ପୂର୍ବରୁ ଏହା ଥିବାର କେବଳ ପୌରାଣିକ କ୍ଷେତ୍ରରୁ ବିଶ୍ୱାସ କରା ଯାଉଥିଲା, ହେଲେ ଏହା ଥିବାର ଏବେ ପ୍ରମାଣ ମିଳିଥିଲା। ଏହାପରେ ଏହା ସତ କଥା ବୋଲି ବିଶ୍ଵାସ କରା ଯାଉଛି।

ଦ୍ୱାରକା ନଗରୀ :-

ଏପରି ମାନ୍ୟତା ଅଛି କି ଭଗବାନ ଶ୍ରୀକୃଷ୍ଣ ମଥୁରା ଛାଡିବା ପରେ ଦ୍ୱାରକାରେ ଏକ ନୂଆ ନଗର ବସାଇଥିଲେ। ଏହାର ପ୍ରାଚୀନ ନାମ କୁଶ ସ୍ଥଳୀ ଥିଲା, କିଛି ବର୍ଷ ପୂର୍ବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସୋନାଗ୍ରାଫିକୁ ଦ୍ୱାରକା ନଗରରୀର କିଛି ଅବଶେଷ ପ୍ରାପ୍ତ ହୋଇଥିଲା। ଏହାର ଏକ ଅଂଶ ଏବେବି ସମୁଦ୍ର ଗର୍ଭ ମଧ୍ୟରେ ରହିଛି, ତେବେ ପ୍ରଶ୍ନ ଉଠୁଛି କି ଦ୍ୱାରକା ନଗରୀ ପାଣି ଲୀନ ହୋଇଯିବା କଥା କେବଳ ପୌରାଣିକ ନା ଏଥିରେ କୌଣସି ସତ୍ୟତା ରହିଛି।

ତେବେ କିଛିଦିନ ତଳେ ଏହାକୁ ନେଇ କିଛି ପ୍ରମାଣ ମିଳିଥିଲା ଯେଉଁଥିରୁ ଜଣା ପଡିଥିଲା କି ଏହା ସତ ଅଟେ। ଏବେବି ଦ୍ୱାରକା ନଗରୀ ସମୁଦ୍ର ଗର୍ଭରେ ପୋତି ହୋଇ ରହିଛି, ଯାହାର ଖୋଜ୍ ବୈଜ୍ଞାନିକ ମାନେ କରିଛନ୍ତି। ଆଉ ସେମାନେ କହିଛନ୍ତି ଦ୍ୱାରକା ନଗରୀ ଏପରି ସ୍ଥାନରେ ରହିଥିଲା ଯେଉଁ ସ୍ଥାନରେ ଅଧିକ ହିମପାତ ତରଳିବା କାରଣରୁ ତାହା ପାଣିରେ ତଥା ସମୁଦ୍ର ଗର୍ଭରେ ନଗରୀ ଧିରେ ଧିରେ ପୋତି ହୋଇଗଲା।

Leave a Reply

Your email address will not be published. Required fields are marked *