ଚୀନ ୱୁହାନର ବୈଜ୍ଞାନିକମାନେ ବର୍ତ୍ତମାନ ନୂଆ କରୋନା ଭାଇରସ୍ ‘ନିୟୋ କୋଭ’ ‘NeoCoV’ କୁ ନେଇକରି ଆଶ୍ଚର୍ଯ୍ୟଜନିତ ଖବର ଦେଇଛନ୍ତି | ୨୦୧୯ ରେ, କରୋନା ଭାଇରସ୍ ୱୁହାନ୍ ଠାରୁ ହିଁ ସମଗ୍ର ବିଶ୍ୱରେ ବ୍ୟାପିଥିଲା | ବର୍ତ୍ତମାନ ସେଠାରେ ଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ନୂଆ ପ୍ରକାରର କରୋନା ଭାଇରସ ‘ନିୟୋ କୋଭ’ ମିଳିଛି | ଏହାର ସଂକ୍ରମଣ ଆଉ ମୃତ୍ୟୁ ହାର ଉଭୟ ହିଁ ବହୁତ ଅଧିକ ଅଟେ | ସେଇଥିରେ ସଂକ୍ରମିତ ହୋଇଥିବା ପ୍ରତ୍ୟେକ ତିନି ଜଣଙ୍କ ଜୀବନ ଯାଇପାରେ |
ୱୁହାନର ବୈଜ୍ଞାନିକମାନଙ୍କର ଏହି ଦାବିକୁ ରୁଷ ସମାଚାର ଏଜେନ୍ସି ସ୍ପୁଟିନିକ ପ୍ରକାଶ କରିଛି | ପୁରା ଦୁନିଆ ପୂର୍ବରୁ ହିଁ କରୋନା ଭୟରେ ଭୟଭୀତ ହୋଇ ଅଛନ୍ତି । ଏହାର ଓମିକ୍ରନ୍ ଆଉ ଡେ଼ଲ୍ଟା ଭାରିଆଣ୍ଟ ବହୁତ ହଇରାଣ କରୁଛି । ଏଭଳି ପରିସ୍ଥିତିରେ `ନିଓକୋଭ’ ଆହୁରି ଚିନ୍ତା ବଢ଼ାଇ ପାରେ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ନିଓକୋଭ ଭାଇରସ ନୂଆ ନୁହେଁ । ଇଏ ମର୍ସ କୋଭ ଭାଇରସ MERS-CoV ଜୀବାଣୁ ସହିତ ଜଡିତ । ୨୦୧୨ ରେ ଏହା ମଧ୍ୟ ପୂର୍ବ ଦେଶମାନଙ୍କରେ ଦେଖିବାକୁ ମିଳି ସାରିଛି । ଏହା SARS Cove 2 ସହିତ ସମାନ,ଯେଉଁଥିରୁ କରୋନା ଭାଇରସ ମଣିଷମାନଙ୍କ ମଧ୍ୟରେ ବିସ୍ତାର ହୋଇଥିଲା ।
ଦକ୍ଷିଣ ଆଫ୍ରିକାର ବାଦୁଡିମାନଙ୍କ ଠାରେ ମିଳିଲା
ନିଓକୋଭ୍ ଭାଇରସ ଦକ୍ଷିଣ ଆଫ୍ରିକାର ବାଦୁଡ଼ିମାନଙ୍କ ଠାରେ ଦେଖିବାକୁ ମିଳିଛି,ଏହା ବର୍ତ୍ତମାନ କେବଳ ଏହି ପକ୍ଷୀମାନଙ୍କଠାରେ ହିଁ ବ୍ୟାପିଛି, କିନ୍ତୁ ‘ବାୟୋରେକ୍ସିଭ୍’ ୱେବସାଇଟରେ ପ୍ରିଣ୍ଟ୍ରିଣ୍ଟ ଭାବରେ ପ୍ରକାଶିତ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଏହା ଏବଂ ଏହାର ନିକଟତମ ରୂପ ପିଡିଏଫ -୨୧୮୦-କୋଭ (PDF- 2180- CoV) ମଣିଷକୁ ମଧ୍ୟ ସଂକ୍ରମିତ କରିପାରେ । ୱୁହାନ୍ ୟୁନିଭରସିଟି ଏବଂ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ, ବାୟୋଫିଜିକ୍ ଇନଷ୍ଟିଚ୍ୟୁଟ ର ବୈଜ୍ଞାନିକମାନେ କହିଛନ୍ତି ଯେ ନିଓକୋଭ ର କେବଳ ଗୋଟିଏ ପରିବର୍ତ୍ତନ ଦ୍ୱାରା ଏହା ମାନବ କୋଷଗୁଡିକରେ ବିସ୍ତାର ହେବା ଆରମ୍ଭ କରିବ । ଚାଇନାର ଅନୁସନ୍ଧାନକାରୀଙ୍କ ଅନୁଯାୟୀ,ନିଓକୋଭର ଉଚ୍ଚ ସଂକ୍ରମଣର ହାର ହାସଲ କରିବାର ସାମର୍ଥ୍ୟ ଅଛି ଏବଂ ଏହାର ପ୍ରତି ତିନୋଟି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୁତ୍ୟୁ ହୋଇପାରେ ।
ରୁଷର ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ବିଭାଗ ନିଓକୋଭର ସମ୍ପର୍କରେ ଗୁରୁବାର ରେ ଏକ ବୟାନ ଜାରି କରିଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ନିଓକୋଭ ମଣିଷ ମାନଙ୍କ ମଧ୍ୟରେ ସକ୍ରିୟ ଭାବରେ ବିସ୍ତାର କରିବାରେ ସକ୍ଷମ ନୁହଁନ୍ତି । ବର୍ତ୍ତମାନ ପ୍ରଶ୍ନ ଏହା ନୁହେଁ କି ଏହି ନୂତନ କରୋନାଭାଇରସ୍ ମଣିଷଙ୍କ ମଧ୍ୟରେ ବିସ୍ତାର କରିବ କି ନାହିଁ, ବରଂ ଏହାର ବିପଦ ଏବଂ ସାମର୍ଥ୍ୟ ବିଷୟରେ ଅଧିକ ଅଧ୍ୟୟନ ଏବଂ ଅନୁସନ୍ଧାନ କରିବା ଦରକାର ।