ଆସିଲେ, ସବୁ ଟଙ୍କା ନେଇ ପଳେଇଲେ,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା ।

ତେବେ ଏକ ଦୋକାନ ରେ ଲୁଟେରା ଆସି ଲୁଟ କରିଛନ୍ତି । ଭଦ୍ର ବେଶ ରେ ଆସି ଏକ ଲକ୍ଷ୍ୟ ଟଙ୍କା ରୁ ବେଶୀ ଟଙ୍କା ଲୁଟ କରି ନେଇ ଚାଲି ଯାଇଛନ୍ତି । ଏହି ଘଟଣା ଟି ଲାଇଭ ରେକର୍ଡ ହୋଇଛି ଦୋକାନ ରେ ଥିବା ସି ସି ଟିଭି ରେ । ତେବେ ପଶ୍ଚିମ ବଙ୍ଗ ରୁ ଆସିଛନ୍ତି ଏହି ଦଳ । ସେଠାରୁ ଆସି ଭୁବନେଶ୍ଵର ରେ ନାମୀ ଦାମୀ ବ୍ୟବସାୟୀ ଙ୍କ ଦୋକାନ ରୁ ଲୁଟ କରୁଛନ୍ତି ।

ତେବେ ଭୁବନେଶ୍ଵର ରେ ଗୋଟେ ଦୋକାନ ରେ ଆସିଛନ୍ତି ଜଣେ । ପୁଣି ସେ ପିନ୍ଧିଛନ୍ତି ଶୁଟ୍ ବୁଟ୍ । ଜଣେ ଅଫିସର ବେଶ ରେ ଆସି ବସିଛନ୍ତି ଦୋକାନ ରେ । ଜିନିଷ ଦେଖିବା ବାହାନା ରେ ବସିଛନ୍ତି ଦୋକାନ ରେ । କହିଛନ୍ତି ଯେ ତାଙ୍କ ଲୋକ ଆସି ପରେ ଜିନିଷ କିଣିବେ ବୋଲି । ତେବେ କେସ କାଉଣ୍ଟର ପାଖରେ ବସି ରହି ଅପେକ୍ଷା କରିଥିଲେ ଏକ ସୁଯୋଗ କୁ । ତେବେ ସୁଯୋଗ ଦେଖି ଦୋକାନୀ ଯାଇଥିଲେ ବାହାରକୁ । ହଠାତ୍ କିସ୍ କାଉଣ୍ଟର ରୁ ଏକ ଲକ୍ଷ୍ୟ ଟଙ୍କା ଧରି ଚଂପଟ ମାରିଲେ ସେହି ଭଦ୍ର ମୁଖା ଧରିଥିବା ବ୍ୟକ୍ତି ଜଣକ ।

ତେବେ ଦୋକାନୀ ଫେରି ଆସି ଦେଖିବା ବେଳକୁ କେସ କାଉଣ୍ଟର ଫାଙ୍କା । ତେବେ ଏ ନେଇ ସେ ସ୍ଥାନୀୟ ଥାନା ରେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ର କହିବା କଥା ଯେ ପୋଲିସ ଏସବୁ ପ୍ରତି ଗୁରୁତ୍ବ ଦେଇନାହାନ୍ତି । କାରଣ , ଏହି ପରି କେବଳ ଗୋଟିଏ ସ୍ଥାନ ରେ ନୁହେଁ , ଅନେକ ସ୍ଥାନ ରେ ଚୋରି ହେଲାଣି । ସି ସି ଟିଭି ଭିଡିଓ ମଧ୍ୟ ରହୁଚି । କିନ୍ତୁ ପୋଲିସ ସେମାନଙ୍କୁ ଧରି ପାରୁ ନାହିଁ । ତେବେ ପୋଲିସ ତତ୍ପର ହେବା ନିହାତି ଦରକାର । ନହେଲେ ଏହିପରି ଭାବେ ଅନେକ ସ୍ଥାନ ରେ ଚୋରି ହୋଇ ଚାଲିଥିବ । ତେବେ ବର୍ତମାନ ଏହି ପରି ନ୍ୟୁ ଜ୍ ଅନେକ ଦେଖିବାକୁ ବା ଶୁଣିବାକୁ ମିଳୁଛି । ତେଣୁ ସତର୍କତା ର ସହିତ ରହିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *