ମହିଳା ଜଣକ ସିଂହ ଆଗରେ ନାଚୁଥିଲେ,ଆଉ ତାପରେ ଯାହା ହେଲା…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଆପଣ ଜାଣିଲେ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆ ୟୁଜର୍ସ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି। ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଅଛି।

ତେବେ ଏହି ଭିଡିଓଟି ବର୍ତ୍ତମାନ ସମୟରେ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି। ଓ ଆଜି ଆମେ ଆପଣମାନଙ୍କୁ ଏହି ଭାଇରାଲ ହେଉଥିବା ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ। ଆପଣମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ।

ଭାଇରାଲ ହେଉଥିବା ଭିଡିଓରେ ସିଂହ ଖୁଆଡରେ ଜଣେ ମହିଳା ପଶି ଯାଇଥିବାର ନଜର ଆସୁଛନ୍ତି। ସିଂହ ଖୁଆଡ ଚାରି ପାଖରେ ଥିବା ସୁରକ୍ଷା ପ୍ରାଚେରିକୁ ଡେଇଁ ମହିଳା ଜଣକ ଭିତରକୁ ପଶି ଯାଇଥିଲେ। ମହିଳା ଜଣକ ସିଂହ ଖୁଆଡରେ ପଶିବା ମାତ୍ରେ ତାଙ୍କର ସାମ୍ନା ଏକ ସିଂହ ସହ ହୋଇଥିଲା।

ଉଭୟ ମୁହାଁ ମୁହିଁ ହେବା ପରେ ପରସ୍ପରକୁ କିଛି ସମୟ ପାଇଁ ଚାହିଁ ରହିଥିଲେ। ସିଂହକୁ ଜଙ୍ଗଲର ରାଜା କୁହାଯାଏ। ସିଂହ ଏକ ହିଂସ୍ର ଜନ୍ତୁ ଅଟେ ଯଦି କେହି ପ୍ରାଣୀ ସିଂହ ସାମ୍ନାକୁ ଯାଏ ତେବେ ସେ ନିଜ ପ୍ରାଣ ହରାଇଥାଏ। ଅନେକ ଲୋକ ସିଂହକୁ ଦେଖିବା ମାତ୍ରେ ଭୟ କରନ୍ତି ହେଲେ ଏହି ମହିଳାଜଣକ ସିଂହର ସାମ୍ନାକୁ ଯାଇ ଡ୍ୟାନ୍ସ କରିଥିଲେ। ମହିଳା ସିଂହ ସାମ୍ନାରେ ଡ୍ୟାନ୍ସ କରୁଥିବା ସମୟରେ ସିଂହଟି ଶାନ୍ତ ମୁଦ୍ରାରେ ଚାହିଁ ରହୁଥିବାର ନଜର ଆସୁଛି।

ସେହି ସମୟରେ ସିଂହଟି ମହିଳାଙ୍କ ଉପରୁ କୌଣସି ପ୍ରକାର ଆକ୍ରମଣ କରିବା ପାଇଁ ଉଦ୍ୟମ ମଧ୍ୟ କରିନଥିଲା। ସେହି ସମୟରେ ମହିଳାଜଣକ ସିଂହକୁ ଉସୁକାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏହି ଘଟଣାଟି ଗତ ଶନିବାର ଦିନର। ରିପୋର୍ଟ ଅନୁସାରେ ସିଂହଟି ଆଫ୍ରିକୀୟ ପ୍ରଜାତିର ଅଟେ। ଏହି ଘଟଣାଟି ନ୍ୟୁୱାର୍କର ବ୍ରୋଙ୍କସ ଚିଡିଆଖାନାରେ ଘଟିଛି।

Leave a Reply

Your email address will not be published. Required fields are marked *