ଏହି ଟ୍ୟାକ୍ସି ବାଲା ନିଜର ସବୁକିଛି ବିକ୍ରି ଦେଇ ବଞ୍ଚାଇ ଥିଲା ଏହି ଝିଅଟିର ଜୀବନ,ଆଉ ୩ ବର୍ଷ ପରେ ଝିଅଟି ଏମିତି ସୁଝିଲା ସବୁ ଋଣ !

ରାଜବୀର ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ଦିଲ୍ଲୀରେ ନିଜର ଟ୍ୟାକ୍ସି ନେଇ ଯାଉଥିବା ସମୟରେ ରାସ୍ତା ରେ ସେ ଦେଖିଲା କି ରାସ୍ତାରେ ଅନେକ ଭିଡ ହେଇଛି ଏହା ପରେ ରାଜବୀର ସେହି ଭିଡ ପାଖକୁ ଯାଇ ଦେଖିଲା ଆଉ ଦେଖିବା ପରେ ତାର ହୋସ ଉଡି ଗଲା । ଜଣେ ସୁନ୍ଦର ଯୁବତୀ ରକ୍ତରେ ଜୁଡୁବୁଡୁ ହୋଇ ରାସ୍ତାରେ ପଡିଥିଲା ।

ପରେ ଜଣା ପଡିଲା କି ଗୋଟିଏ କାର ବାଲା ଏହି ଯୁବତୀକୁ ଧକା ମାରି ଚାଲି ଯାଇଛି । ରାଜବୀର କିଛି ଚିନ୍ତା ନକରି ସଙ୍ଗେ ସଙ୍ଗେ ସେହି ଯୁବତୀକୁ ହସ୍ପିଟାଲ ନେଇଯିବାକୁ ଚିନ୍ତା କଲେ ଓ ନେଇଗଲେ । ରାଜବୀର ସେହି ଯୁବତୀକୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ଭର୍ତି କଲେ ହସ୍ପିଟାଲରେ ସେହି ଯୁବତୀର ଚିକିତ୍ସା ଚାଲିଲା ।

ହସ୍ପିଟାଲ ଭର୍ତ୍ତି କରିବାର ୩ ଘଣ୍ଟା ପରେ ଡାକ୍ତର କହିଲେ କି ଯୁବତୀର ଅବସ୍ଥା ବହୁତ ଖରାପ ଅଛି । ଦୁର୍ଘଟଣା ହୋଇଥିବାରୁ ଯୁବତୀର ଦେହ ବହୁତ ରକ୍ତ ବାହାରି ଯାଇଛିଥିଲା । ଆଉ ଏହା ମଧ୍ୟ କରିଥିଲେ କି ଯୁବତୀର ମୁଣ୍ଡର ଅପରେସନ କରିବାକୁ ପଡିବ ଓ ଯାହା ପାଇଁ ୨ ଲକ୍ଷ ଟଙ୍କା ଦରକାର ଓ ୩ ବୋତଲ ରକ୍ତ ଖର୍ଚ୍ଚ ହେବ ।

ରାଜବୀର କୌଣସି ଉପାୟ ନ ପାଇ ନିଜର ଟ୍ୟାକ୍ସିକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରି ୨ ଲକ୍ଷ ଟଙ୍କା ଡାକ୍ତରକୁ ଦେଇଥିଲେ ଓ ୩ ମାସ ପରେ ଯୁବତୀ ଜଣକ ସମ୍ପୂର୍ଣ ରୂପରେ ଠିକ ହୋଇଯାଇଥିଲେ । ଯୁବତୀ କୁ ଯେତେବେଳେ ରାଜବୀରର ସାହାଯ୍ୟ ବିଷୟରେ ଜାଣିଲେ ତେବେ ସେ ରାଜବୀର କୁ ଆଲିଙ୍ଗନ କରି ବହୁତ କାନ୍ଦିଲେଥିଲା । ସେହି ଯୁବତୀ ର ନାଁ ଆସିମା ଭାନୁ ଥିଲା ଓ ସେ ରାଜସ୍ଥାନ ଜିଲ୍ଲାର ବାସିନ୍ଦା ଥିଲେ ।

ଏହି ଘଟଣାର ପ୍ରାୟ ୩ ବର୍ଷ ପରେ ଦିନେ ଅସିମା ରାଜବୀର ଘରକୁ ଆସିଥିଲା । ରାଜବୀର ଓ ତାର ମା ଅସିମାକୁ ଦେଖି ଚିହ୍ନି ପାରିଲେ ନାହିଁ । ସେହି ସମୟରେ ରାଜବୀର ଛୋଟ ଏକ ଚାଳଘରେ ରହୁଥିଲେ । ଅସିମା କହିଲେ ରାଜବିର ଗତକାଲି ମୋତେ ଡିଗ୍ରୀ ମିଳିବ,ଆଉ ସେଠାକୁ ଦୁଇ ଜଣକୁ ନିମନ୍ତ୍ରଣ କଲେ ।

ଅନେକ ଅନୁରୋଧ ପରେ ରାଜବୀର ଓ ତାର ମା ସେହି ହଲକୁ ଗଲେ ଓ ହଲରେ ସବୁଠୁ ପଛରେ ବସିରହିଲେ ।ରାଷ୍ଟ୍ରପତି ଯେତେବେଳେ ଆସିମାକୁ ଗୋଲ୍ଡ ମେଡାଲ ପିନ୍ଧାଇବା ଗଲେ ତେବେ ସେତେବେଳେ ଅସୀମା ଗୋଲ୍ଡ ମେଡାଲର ଅସଲ ହକଦାର ତାଙ୍କ ଭାଇ ଅଟନ୍ତି ବୋଲି କହିଲେ । ଆଉ ଗୋଲ୍ଡ ମେଡାଲ ରାଜବିରକୁ ପିନ୍ଧାଇ ଦେଲେ।

Leave a Reply

Your email address will not be published. Required fields are marked *