‘ଏଲି ତୁମେ ମତେ ଭୁଲ ବୁଝିବ ନାହିଁ’ମୋତେ ଏତେ ବଡ ରୋଗ ହୋଇଛି ବୋଲି ଭାବିଥିଲେ ମୁଁ ବାହା ହୋଇ ନଥାନ୍ତି । ମୋତେ କ୍ଷମା କରିଦେବ….ଦେଖନ୍ତୁ ଭିଡ଼ିଓ

ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । ତେବେ ଗୋଟେ ନାରୀ ଜୀବନ ରେ ପୂର୍ଣ୍ଣତା ଆସିଥାଏ ସେ ଯେତେବେଳେ ମାଆ ହୋଇଥାଏ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ପିଲା ମଧ୍ୟ ସୁସ୍ଥ ଭାବେ ଜନ୍ମ ହୋଇଥାଏ ।

ତେବେ ଅନେକ କଷ୍ଟ ସହି ଜଣେ ନାରୀ ଦଶ ମାସ ଦଶ ଦିନ ଗର୍ଭ ଧରି ଗୋଟିଏ ଜୀବନକୁ ବାହାର କୁ ଆଣିଥାଏ । ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ପାଇଁ ଏହା ଅନେକ ଖୁସି ର କାରଣ ହୋଇଥାଏ ଯେତେ ବେଳେ ସେମାନେ ମା ଓ ବାପା ହେବାକୁ ଯାଆନ୍ତି । ତେବେ ଅର୍ଥ ହେଉଛି ସବୁ କିଛି ମୂଳରେ । ବର୍ତମାନ ଏପରି ଅନେକ ରୋଗ ଦେଖା ଦେଲାଣି ଯେ ଅର୍ଥ ନଥିଲେ , ରୋଗୀକୁ ବଞ୍ଚାଇବା କଷ୍ଟକର ।

ତେବେ ବିବାହ ପରେ ଏକ ଝିଅ ଟି ଏ ମଧ୍ୟ ରହିଛି । କିନ୍ତୁ ଏକ ଅଜଣା ରୋଗ ଆସି ଖୁସି ର ସଂସାର ଭାଙ୍ଗି ଦେଇଚି । ଅଲଗା କରି ଦେଇଚି ଝିଅ ଠାରୁ ବାପାକୁ , ସ୍ତ୍ରୀ ଠାରୁ ସ୍ବାମୀକୁ । ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲାର ସରିଆ ଗାଆଁର ଉତ୍ତମ ପଣ୍ଡା । ସେ ଏକ ଔଷଧ ଦୋକାନରେ ଉଚ୍ଚ ଦରମାରେ କାମ କରନ୍ତି ।

ବିବାହ ପରେ ତାଙ୍କର ଏକ ଝିଅ ଟିଏ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ କୌଣସି ଏକ ଭୟାନକ ରୋଗ ଉତ୍ତମଙ୍କ ଜୀବନକୁ ଛାର ଖାର କରିଦେଇଛି । ଘର ଛାଡ଼ି ପଳାଇଛନ୍ତି ଉତ୍ତମ । ଲେଖିଯାଇଛନ୍ତି ଏକ ଚିଠି । ଚିଠି ରେ ଲେଖିଛନ୍ତି ଯେ ତାଙ୍କୁ ଏକ ଅଜଣା ଭୟାନକ ରୋଗ ହୋଇଛି । ତାହା ପୁଣି ଚତୁର୍ଥ ଷ୍ଟେଜରେ । ତାଙ୍କୁ ଭଲ କରିବା ସହଜ ନୁହେଁ । ତେଣୁ ତାଙ୍କ ପଛରେ ଅଯଥା ପଇସା ଖର୍ଚ୍ଚ ନକରି ସେହି ପଇସା କୁ ନିଜ ଝିଅର ପାଠ ପଢା ରେ ଖର୍ଚ୍ଚ କରିବା ପାଇଁ ।

ଯଦି ସେ ଏହି ରୋଗ ବିଷୟରେ ଜାଣିଥାନ୍ତେ , ତାହେଲେ ସେ ବିବାହ କରିନଥାନ୍ତେ । ତେଣୁ ସେ ଘର ଛାଡ଼ି ପଳାଇଛନ୍ତି । ତାଙ୍କୁ ନ ଖୋଜିବା ପାଇଁ ମଧ୍ୟ ସେ ସେଥିରେ ଲେଖିଛନ୍ତି । ତେବେ ଏଟିଏମ୍ ରୁ ପଇସା କାଢିବା ପାଇଁ କହିବାକୁ ଯାଇ ସେ ଆଉ ଫେରିନଥିଲେ । ଘର ଲୋକ ଫୋନ୍ କରିବାରୁ ରିଙ୍ଗ ହେଲା । କିନ୍ତୁ କେହି ଉଥାଇନଥିଲେ ।

ତାପରେ ତାଙ୍କ ଘର ଖୋଲି ଦେଖିବା ବେଳେକୁ ତାଙ୍କ ହାତ ଲେଖା ଚିଠିଟି ଅଛି ଓ ତାଙ୍କ ମୋବାଇଲ ଫୋନଟି ମଧ୍ୟ ସେହିଠାରେ ରହିଛି । ତେବେ ଏସବୁକୁ ନେଇଆସି ଘର ଲୋକ ଆସି ଥାନା ରେ ହାଜିର୍ ହୋଇ ଲିଖିତ ଅନୁରୋଧ କରିଛନ୍ତି ତାଙ୍କ ଘରର ପିଲା ଖୋଜି ଆଣିବା ପାଇଁ

Leave a Reply

Your email address will not be published. Required fields are marked *