ଜେଲରେ ବସି ବସି କଏଦୀ ଜଣକ ନିଜ ପତ୍ନୀକୁ କଲା ୪ ଥର ଗର୍ଭବତୀ, ପ୍ଲାଷ୍ଟିକରେ ଭର୍ତି କରି ଘରକୁ ପଠାଉଥିଲା ସ୍ପର୍ମ !

ଆଜି ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ସ୍ପର୍ମ (ଶୁକ୍ରାଣୁ) ଶରୀର ବାହାରେ କିଛି ସେକେଣ୍ଡ କିମ୍ବା ମିନିଟ୍ ପର୍ଯ୍ୟନ୍ତ ବଞ୍ଚି ରହେ। କିନ୍ତୁ ବର୍ତ୍ତମାନ ବାହାରକୁ ଆସିଥିବା ଖବର ଜାଣିବା ପରେ ବୋଧହୁଏ ଏହି ତଥ୍ୟ ଉପରେ ପ୍ରଶ୍ନ ଉଠିପାରେ। ପଲିସ୍ତିନର ଜଣେ ଆତଙ୍କବାଦୀ ଲୋକମାନଙ୍କୁ କହିଥିଲେ ଯେ ଜେଲରେ ବସି ବସି କିପରି ନିଜ ପତ୍ନୀଙ୍କୁ ଚାରିଥର ଗର୍ଭବତୀ କରାଯାଇପାରିବ। ଏହି ଦାବି ପରେ ଅନେକ ପ୍ରଶ୍ନ ଉଠିଛି। ଆତଙ୍କବାଦୀ କହିଛନ୍ତି ଯେ ଏକ ପ୍ୟାକେଟରେ ଜେଲରୁ ସ୍ପର୍ମ (ଶୁକ୍ରାଣୁ) ପଠାଇ ସେ ତାଙ୍କ ପତ୍ନୀଙ୍କୁ ଚାରିଥର ଗର୍ଭବତୀ କରିଛନ୍ତି।

ଏକ ସାକ୍ଷାତକାରରେ ପଲିସ୍ତିନର ଆତଙ୍କବାଦୀ ରଫତ ଅଲ-କରୱି ଏହା ଦାବି କରିଛନ୍ତି। ରଫତ ଗତ 15 ବର୍ଷ ଧରି ଜେଲରେ ଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ପତ୍ନୀ ଚାରି ସନ୍ତାନ ଜନ୍ମ ଦେଇଥିଲେ। ଏହି ଗର୍ଭଧାରଣ ବିଷୟରେ ପଲିସ୍ତିନର ଆତଙ୍କବାଦୀ କହିଛନ୍ତି ଯେ ଏହି ଚାରିଜଣ ତାଙ୍କର ନିଜର ସନ୍ତାନ। ଯେତେବେଳେ ତାଙ୍କୁ ପଚରାଗଲା ଯେ ଜେଲରେ ଥିବାବେଳେ ତାଙ୍କ ପତ୍ନୀ କିପରି ଗର୍ଭବତୀ ହୋଇଥିଲେ, ସେତେବେଳେ ସେ ଏହାର ଆଶ୍ଚର୍ଯ୍ୟଜନକ ଉପାୟ ବାଣ୍ଟିଥିଲେ।

ରଫତ କହିଛନ୍ତି ଯେ ଜେଲରୁ ଚିପ୍ସର ଏକ ପ୍ୟାକେଟରେ ସ୍ପର୍ମ(ଶୁକ୍ରାଣୁ) ଭରିବା ପରେ ସେ ତାଙ୍କ ପତ୍ନୀଙ୍କୁ ପଠାଉଥିଲେ। ତାଙ୍କ ପତ୍ନୀ ଏହି ସ୍ପର୍ମ (ଶୁକ୍ରାଣୁ) କୁ ନିଜ ଭିତରେ ପକାଉଥିଲେ ଯେଉଁଥିପାଇଁ ସେ ଚାରିଥର ଗର୍ଭବତୀ ହୋଇଥିଲେ।ସ୍ପର୍ମ (ଶୁକ୍ରାଣୁ) କିଛି ସମୟ ଶରୀର ବାହାରେ ଜୀବନ୍ତ ରହିଥିଲେ ମଧ୍ୟ ଆତଙ୍କବାଦୀ ଏହା ଦାବି କରିଛନ୍ତି ଯେ ଜେଲ ଭିତରୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ସେମାନଙ୍କ ଶୁକ୍ରାଣୁକୁ ବାହାରେ ଚୋରା ଚାଲାଣ କରୁଛନ୍ତି। ବନ୍ଦୀମାନେ କ୍ୟାଣ୍ଟିନରୁ ସେମାନଙ୍କ ପରିବାରକୁ ପାଞ୍ଚଟି ଜିନିଷ ପଠାଇ ପାରିବେ। ଏହି ଜିନିଷଗୁଡ଼ିକରେ କଏଦୀ ଶୁକ୍ରାଣୁ ମଧ୍ୟ ପଠାଏ।

ରଫତ ଆହୁରି ପ୍ରକାଶ କରିଛନ୍ତି ଯେ ସାମଗ୍ରୀ ପଠାଇବାର କିଛି ସେକେଣ୍ଡ ପୂର୍ବରୁ ସେ ଶୁକ୍ରାଣୁ ବାହାର କରି ପ୍ଲାଷ୍ଟିକରେ ଭର୍ତ୍ତି କରନ୍ତି। ଏହା ପରେ ଏହି ପ୍ଲାଷ୍ଟିକ ଉପରେ ମାର୍କ କରାଯାଏ କି କାହାର କେଉଁ ଶୁକ୍ରାଣୁ ଅଟେ। ଜେଲରୁ ଚୋରା ଚାଲାଣରୁ ଏପର୍ଯ୍ୟନ୍ତ 101 ପିଲା ଜନ୍ମ ହୋଇଛନ୍ତି। ତେବେ ଡାକ୍ତରୀ ବିଶେଷଜ୍ଞମାନେ ଏହାକୁ ଅସମ୍ଭବ ବୋଲି କହିଛନ୍ତି। ଏଥି ସହିତ ଜେଲ ମଧ୍ୟ ଏହି ଦାବିକୁ ମିଥ୍ୟା ବୋଲି କହିଛି।

Leave a Reply

Your email address will not be published. Required fields are marked *