ଆପଣମାନେ ନିଶ୍ଚିତ ଲେମ୍ବୁର ଉପକାରିତା ବିଷୟରେ ନିଶ୍ଚିତ ଜାଣିଥିବେ। କିନ୍ତୁ ଏହାର ଅପକାରିତା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରତ୍ଯେକ ଜିନିଷର ଉପକାରିତା ସହ ଅପକାରିତା ମଧ୍ୟ ରହିଛି। ଲେମ୍ବୁ ଆମକୁ ଲାଭ ଦେଇଥାଏ ସତ କିନ୍ତୁ ଏମିତି କିଛି ରୋଗ ରହିଛି ଯେଉଁ ସମୟରେ ଲେମ୍ବୁର ସେବନ କରିବା ଆମ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ତେବେ ଏହି ସବୁ ରୋଗ ସମୟରେ ଭୁଲରେ ମଧ୍ୟ ଲେମ୍ବୁକୁ ଖାଇବା ଉଚିତ ନୁହେଁ। ଡାକ୍ତରମାନେ ମଧ୍ୟ ଏହି ରୋଗୀମାନଙ୍କୁ ଲେମ୍ବୁ ଖାଇବା ପାଇଁ ବାରଣ କରିଥାନ୍ତି।
ଯଦିଓ ଲେମ୍ବୁ ଆମର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ କିଛି ଲୋକଙ୍କର ସମସ୍ୟା ଅଛି ଯେଉଁଥିରେ ଲେମ୍ବୁ ପିଇବା ବିଷ ଭଳି ଅଟେ। ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ।
୧। କିଡନୀ ସମସ୍ୟା:-
ଯେଉଁମାନଙ୍କର କିଡନୀ କିମ୍ବା ଯକୃତ ଜନିତ ସମସ୍ୟା ଥାଏ, ସେମାନେ ଲେମ୍ବୁ ପାଣି ପିଇବା ଆଦୌ ଉଚିତ ନୁହେଁ। ଏଥିରେ ଥିବା ଅକ୍ସାଲେଟ ଶରୀରରେ ସ୍ଫଟିକ ଆକାରରେ ଜମା କରାଇଦିଏ, ଯେଉଁ କାରଣରୁ କିଡନୀରେ ପଥର ହେବାର ମଧ୍ୟ ଆଶଙ୍କା ଥାଏ।
୨। ଗଣ୍ଠି ଯନ୍ତ୍ରଣା:-
ଅଧିକ ଲେମ୍ବୁ ଖାଇବା ଦ୍ଵାରା ପରିସ୍ରା ମଧ୍ୟ ଅଧିକ ଆସେ। ଏହା ଶରୀରରୁ କ୍ୟାଲସିୟମକୁ ମୁକ୍ତ କରିଥାଏ ଯାହା ହାଡକୁ ଦୁର୍ବଳ କରିଥାଏ। ଯାହାଫଳରେ ଗଣ୍ଠିରେ ଯନ୍ତ୍ରଣା ସୃଷ୍ଟି କରେ।
୩। ଏସିଡ:-
ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ ଯାହା ଶରୀରରେ ଗ୍ୟାସକୁ ତିଆରି କରିଥାଏ। ପେଟ ଜନିତ ସମସ୍ୟାକୁ ଏହା ଆହୁରି ବଢ଼େଇପାରେ। ଯେଉଁମାନେ ଏସିଡିଟିରେ ପୀଡିତ ଅଛନ୍ତି, ସେମାନେ ଆଦୌ ଲେମ୍ବୁ ଖାଇବା ଉଚିତ ନୁହେଁ।
୪। ଦାନ୍ତ ଯନ୍ତ୍ରଣା:-
ଯେଉଁମାନଙ୍କର ଦାନ୍ତ ଅତ୍ୟନ୍ତ ଦୁର୍ବଳ, ସେମାନଙ୍କ ପାଇଁ ଲେମ୍ବୁ ବହୁତ ବିପଜ୍ଜନକ ଅଟେ। ଏହା ଦାନ୍ତର ଏନାଲକୁ ଦୁର୍ବଳ କରି ବିନ୍ଧା ଦରଜର ସମସ୍ୟାକୁ ସୃଷ୍ଟି କରେ ।
୫। କଫ:-
ଲେମ୍ବୁ ଖାଇବା ଦ୍ୱାରା କଫ ଥଣ୍ଡା ସମସ୍ୟା ସବୁ ବଢିଯାଏ, ଯାହା ଛାତିରେ ଅସୁବିଧା ସୃଷ୍ଟି କରିଥାଏ ଏବଂ ବହୁତ ଅସୁବିଧା ମଧ୍ୟ ହୋଇଥାଏ।