୧୦ ହଜାର ଦେଇ ବୁକିଙ୍ଗ୍‌ କରନ୍ତୁ ହିରୋର ଏହି ବାଇକ, ଜବରଦସ୍ତ ଫିଚର୍ସ ସହ ରହିଛି ବଢ଼ିଆ ମାଇଲେଜ୍‌,ଜାଣନ୍ତୁ ଏହି ବାଇକ ବିଷୟରେ ସବୁକିଛି

ଏବେର ଦୁନିଆ ବହୁତ ଆଗକୁ ଯିବା ସହିତ ବହୁତ ସ୍ମାର୍ଟ ମଧ୍ୟ ହେଲାଣି। ଆଜିର ଲୋକମାନେ ମଧ୍ୟ ବହୁତ ସ୍ମାର୍ଟ ହେଲେଣି, ଆଜିର ଲୋକମାନେ ଫେସନ୍ ଓ ଟ୍ରେଣ୍ଡ୍ ର ସହ ରହିବାକୁ ବେଶୀ ପସନ୍ଦ କରୁଛନ୍ତି, ଦୁନିଆ ସହ ପାଦ ଦେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏବେର ଲୋକମାନେ ତ ବହୁତ ପଇସା ବାଲା ମଧ୍ୟ ହୋଇଗଲେଣି, ଏବେ ଦେଖିବାକୁ ଗଲେ ବହୁତ ଲୋକ ନିଜ ପାଖରେ ଟଙ୍କା ଥିବା କାରଣରୁ ଟ୍ରେଣ୍ଡିଂ ରେ ଥିବା ଜିନିଷକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ହେଲେ ତାହାର ଦାମ୍ ଯେତେ ହୋଇଥାଉ ସେମାନେ ତାହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।

ଆଉ ପୁଅ ପିଲାମାନଙ୍କର ଭଲ ଭଲ ବାଇକ୍ ପ୍ରତି ଟିକେ ଦୁର୍ବଳତା ରହିଥାଏ, ସବୁ ପୁଅ ପିଲାମାନେ ଚାହାଁନ୍ତି କି ସେମାନଙ୍କ ପାଖରେ ଏକ ଭଲ ବାଇକ୍ ଟିଏ ରହୁ। ସେଥିପାଇଁ ଯେତେବେଳେ କିଛି ନୂଆ ବାଇକ୍ ଟ୍ରେଣ୍ଡ୍ ରେ ଥାଏ ପୁଅ ପିଲାମାନେ ତାକୁ କିଣିବାରେ ଲାଗି ପଡନ୍ତି। ଏବେ ମଧ୍ୟ ସେହିପରି ଏକ ନୂଆ ବାଇକ୍ ବଜାରକୁ ଆସିଛି, ଯାହାକି ଏବେ ଟ୍ରେଣ୍ଡ୍ ରେ ରହିଛି, ଏହା ମଧ୍ୟ ଏବେ ଜୋର୍ ରେ କିଣା ହେବାରେ ଲାଗିଛି, ତେବେ ଆସନ୍ତୁ ଏହି ବାଇକ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିବା।

ହିରୋ ମୋଟରକର୍ପ ନିଜର ଆଡଭେନଚର ବାଇକ ହିରୋ ଏକ୍ସପଲ୍ସ ୨୦୦ ୪ଭି (Hero XPulse 200 4V) ର ବୁକିଙ୍ଗ ଘୋଷଣା କରିଛି। ଏହି ବାଇକ ସେକେଣ୍ଡ ବ୍ୟାଚ୍‌ ଅଟେ। ଯାହାକୁ କମ୍ପାନୀ ଅନଲାଇନ୍‌ ସେଲ୍ସ ପ୍ଲାଟଫର୍ମରେ ବୁକ କରିପାରିବେ। କମ୍ପାନୀ ନିଜର ବୟାନରେ ଜଣାଇଛି ଯେ ବାଇକର ପ୍ରଥମ ବ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ବିକ୍ରି ହୋଇସାରିଛି। ଯାହାପରେ ନୂଆ ବୁକିଙ୍ଗର ଘୋଷଣା କରିଛି କମ୍ପାନୀ। ଗ୍ରାହକ ୧୦ ହଜାର ଟଙ୍କାର ଆଡଭାନ୍ସ ପେମେଣ୍ଟ କରି ବୁକିଙ୍ଗ୍‌ କରିପାରିବେ।

ଜାନୁୟାରୀ ୨୦୨୨ରେ ଏହାର ଦାମ୍‌ ବଢ଼ିବା ପରେ ହିରୋ ର ଦାମ୍‌ ଏବେ ୧,୩୦,୧୫୦ ଟଙ୍କା କରିଦିଆଯାଇଛି।Hero XPulse 200 ଏକ ପପୁଲାର ଏବଂ ଲାଇଟ େଓ୍ଵଟ ଅଫ ରାଇଡିଙ୍ଗ୍‌ ବାଇକ। Hero XPulse 200 4Vରେ ଫ୍ରେସ୍‌ ଅପିଲ ଏବଂ ଅଧିକ ପାଓ୍ଵାରଫୁଲ ଇଞ୍ଜିନ ମିଳିଥାଏ। ଏହା ୮,୫୦୦ ଆରପିଏମରେ 19bhp ଏବଂ ୬,୫୦୦ ଆରପିଏମରେ 17.35Nmର ପିକ ଟର୍କ ଜେନେରେଟ୍‌ କରିଥାଏ।

ଏଥିରେ ଏହା ସାଧାରଣ ମୁକାବିଲାରେ ୬ ପ୍ରତିଶତ ଅଧିକ ପାଓ୍ଵାର ଏବଂ ୫ ପ୍ରତିଶତ ଅଧିକ ଟର୍କ ମିଳିଥାଏ। ଇଞ୍ଜିନରେ ୭ ଫିନ୍‌ ଅଏଲ କୁଲ୍‌ ଦିଆଯାଇଛି। ଯାହା ଉତ୍ତମ ହିଟ୍‌ ମ୍ୟାନେଜମେଣ୍ଟ କରିଥାଏ। ଟ୍ରାନ୍ସମିସନକୁ ମଧ୍ୟ ଅପଡେଟେଡ ଗିୟର ରେସିଓ ସହିତ ଖାସ୍‌ କରାଯାଇଛି।ମୋଟରସାଇକେଲରେ ଲମ୍ବା ଟ୍ରାଭେଲ କରୁଥିବା ସସପେନସନ୍‌, ଆଗ ଅଆଡକୁ 190mm ଏବଂ 170mm ମିଳିଥାଏ। ଏଥିରେ ୨୧ ଇଞ୍ଚର ଫ୍ରଣ୍ଟ ଏବଂ ୧୮ ଇଞ୍ଚର ରିୟର ସ୍ପୋକ ହ୍ଵିଲ୍ସ ଦିଆଯାଇଛି।

ଇଞ୍ଜିନକୁ ଏକ ଆଲୁମିନିୟମ ସ୍କ୍ଵିଡ ପ୍ଲେଟ ଜରିଆରେ ପ୍ରୋଟେକ୍ଟ କରାଯାଇଛି। ସିଙ୍ଗଲ ଚ୍ୟାନେଲ ABS ସହିତ ଫ୍ରଣ୍ଟ ଏବଂ ରିୟର ପେଟାଲ ଡିସ୍କ ବ୍ରେକ ମିଳିଥାଏ। ମୋଟରସାଇକେଲରେ ସେଗମେଣ୍ଟ ଫାଷ୍ଟ-ଫୁଲ ଡିଜିଟାଲ ଏଲସିଡି ଇନଷ୍ଟମେଣ୍ଟ କ୍ଲଷ୍ଟର ସହିତ ସ୍ମାର୍ଟଫୋନ୍‌ କନେକ୍ଟଭିଟୀ, କଲ୍‌ ଆଲର୍ଟ, ଟର୍ଣ୍ଣ-ବାୟ-ଟର୍ଣ୍ଣ ନେଭିଗେସନ, ଗିୟର ଇଣ୍ଡିକେଟର, ଇକୋ ମୋଡ ଏବଂ ଡୁଆଲ ଟ୍ରିପ ମିଟର ଭଳି ଫିଚର୍ସ ଦିଆଯାଇଛି।

Leave a Reply

Your email address will not be published. Required fields are marked *