‘ଇଏ କେବଳ ପବ୍ଲିସିଟି…ଶହ ଶହ କୋକୋ ଅଛନ୍ତି, ସମସ୍ତଙ୍କୁ ନେଇ’ ….କଂଗ୍ରେସର ବିଧାୟକ ସୁର ରାଉତରାୟ କୋକୋକୁ ନେଇ କହିଲେ ଏମିତି କଥା ! ଦେଖନ୍ତୁ ଭିଡ଼ିଓ

ଗତ କିଛିଦିନ ତଳେ କଟକର ମଧୁସୂଦନ ନଗର ସ୍ଥିତ ସୁସ୍ମିତା ବେହେରା ନିଜ ଘରେ ଏକ କୋକୋ ନାମକ କଥା କୁହା ଶୁଆ ରଖିଥିଲେ। ଗତ କିଛିଦିନ ତଳେ ଏହି ଶୁଆଟି ନିଖୋଜ ହୋଇଯାଇଥିଲା। ୧୨ ଦିନ ପରେ ଗତ କାଲି କୋକୋ ନିଜର ଘରକୁ ଫେରିଥିଲା। ହେଲେ ଗତକାଲି ଜଣା ପଡିଥିଲାକି କଟକ ମଧୁସୂଦନ ନଗର ସ୍ଥିତ ସୁସ୍ମିତାଙ୍କ ଘର ବଦଳରେ ବର୍ତ୍ତମାନ କୋକୋ ନନ୍ଦନକାନନରେ ରହିବ।

ଗତକାଲି ଆଇନର କଥା କହି ବନ ବିଭାଗ ଶୁଆକୁ ନେଇଯାଇଛି। କୋକୋ ଯିବା ପରେ ସୁସ୍ମିତା ଓ ତାଙ୍କର ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ତେବେ ବନ ବିଭାଗ ଶୁଆକୁ ନେଇଯିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି। ଆଇନ ଆଗରେ ହାର ମାନି ସୁସ୍ମିତା ଅନିଛା ସତ୍ବେ ସେ ବନ ବିଭାଗକୁ ନିଜର ଶୁଆକୁ ହସ୍ତାନ୍ତର କରି ଦେଇଛନ୍ତି।

୧୨ ଦିନ ପରେ କୋକୋ ପରିବାର ପାଖକୁ ଫେରିଥିଲା ହେଲେ ବନ୍ୟାପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଶୁଆକୁ ଘରେ ରଖିବା ବେଆଇନ ଦର୍ଶାଇ ବନ ବିଭାଗ କୋକୋକୁ ନେଇଯାଇଛି। ଏହି ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସୁର ରାଉତରାୟ ନିଜର ମୁହଁ ଖୋଲିଛନ୍ତି। ସୁର ଭାଇଙ୍କ କଥା ଶୁଣିଲେ ଆପଣମାନଙ୍କ ମୁହଁରୁ ନିଶ୍ଚିତ ହସ ବାହାରିଯିବ।

ସୁର ଭାଇଙ୍କ ମତରେ-‘ ଏ ଗୋଟେ ଜାଣିଶୁଣି ପବ୍ଲିସିଟି କରୁଛନ୍ତି ତାକୁ ନନ୍ଦନକାନନରେ ରଖିବାକୁ ଗୋଟେ ହାଉୱା ଏ ଗୋଟେ ଶୁଆଟି। ଏ କୋକୋ ଏମିତି କାହାର କଣ ସେ କରି ପକେଇବ, କାହାର କଣ ବୁହାଇ ନେଇଗଲା, କାହାର କଣ ବୋହିକି ରଖିବ ପୁରେଇକି ରଖିବ। ଗୋଟେ ବେକାରଟାରେ ଗୋଟେ ପବ୍ଲିସିଟି। ତାକୁ ନେଇ ତମେ ରଖୁଛ ଏ ଭଳିଆ ଯୁଆଡେ ଦେଖିବ କୋଟି କୋଟି ଅଛନ୍ତି।’ ଆଗକୁ ସୁର ଭାଇ ଆହୁରି ମଧ୍ୟ କହିଲେକି-‘ଶହ ଶହ ଅଛନ୍ତି ହଜାର ହଜାର କୋକୋ ଅଛନ୍ତି। ଏଇଟା ଗୋଟେ ଡ୍ରାମା ଔ ମିଛରେ ପ୍ରହସନ।’

Leave a Reply

Your email address will not be published. Required fields are marked *