ଗ୍ରାହକଙ୍କ ପାଇଁ ପୋଷ୍ଟ ଅଫିସ ଆଣିଲା ଖୁସି ଖବର। ମାତ୍ର ୨ ବର୍ଷରେ ୨ ଲକ୍ଷ ୩୨ ହଜାର ଟଙ୍କା ଦେଉଛି ଏହି ସ୍କିମ।

ପୋଷ୍ଟ ଅଫିସ ଆଣିଲା ଜବରଦସ୍ତ ସ୍କିମ। ମାତ୍ର ୨ ବର୍ଷରେ ମିଳିବ ୨ ଲକ୍ଷ ୩୨ ହଜାର ଟଙ୍କା। ଏହି ସ୍କିମରେ ସାମିଲ ହୋଇ ଘରକୁ ନିଅନ୍ତୁ ପୁଳା ପୁଳା ଟଙ୍କା। ଦେଶର ସମସ୍ତ ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି କରିଛନ୍ତି କେନ୍ଦ୍ରସରକାର। ମହିଳା ଏବଂ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି।

ତେବେ ସରକାରଙ୍କ ଅଧିକାଂଶ ଯୋଜନା ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ହୋଇଥାଏ। ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ଏହି ଏକ ଯୋଜନା ହେଉଛି ମୋଲ ଶେଭିଂ ସ୍କିମ। ଏହି ଯୋଜନାରେ ଜଣେ ଗ୍ରାହକ ମାତ୍ର ୨ ବର୍ଷରେ ମୋଟ ୨ ଲକ୍ଷ ୩୨ ହଜାର ଟଙ୍କା ପାଇପାରିବେ। ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଥାଏ। ଏହା ସହିତ ଟ୍ୟାକ୍ସ ବ୍ୟାନିଫିଟ ବାର୍ଷିକ ଇନକମ ଏବଂ ଗ୍ୟାରେଣ୍ଟି ଇତ୍ୟାଦି ମିଳିଥାଏ। ସେହିଭଳି କିଛି ଯୋଜନା ଅବସର ପାଇଁ ମଧ୍ୟ ରହିଛି। ଏହା ଗ୍ରାହକ ମାନଙ୍କୁ ଅବସର ପରେ ଆର୍ଥିକ ସହାୟତା ଗ୍ୟାରେଣ୍ଟି ଦେଇଥାଏ। ସେହିପରି ଏକ ଯୋଜନା ହେଉଛି ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ।

ତେବେ ମହିଳା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ ସ୍କିମ ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ୧ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡ଼ିପଜିଟ କରିପାରିବେ। ଜମା ହୋଇଥିବା ଆମାଉଣ୍ଟ ମାତ୍ର ୧୦୦ ଗୁଣେକର ହେବା ଆବଶ୍ୟକ। ଏହି ଯୋଜନା ଅଧୀନରେ ଅନେକ ଖାତା ଖୋଲା ଯାଇପାରିବ। କିନ୍ତୁ ଡ଼ିପଜିଟ ଆମାଉଣ୍ଟ ସର୍ବାଧିକ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଗୋଟିଏ ଯୋଜନା ଅଧୀନରେ ଦ୍ୱିତୀୟ ଆକାଉଣ୍ଟ ଖୋଲିବା ପାଇଁ ୩ ମାସର ବ୍ୟବଧାନ ରହିବା ଉଚିତ। ଏହି ଯୋଜନାରେ ବାର୍ଷିକ ୭.୫୦ ପ୍ରତିଶତ ଶୁଦ୍ଧ ହାରରେ ପ୍ରଦାନ କରାଯାଏ। ତେବେ ୩ ମାସ ଆଧାରରେ ଏହି ଶୁଦ୍ଧ ଜମା କରାଯାଇଥାଏ।

ଏହି ଯୋଜନାର ମାଚୁରୀଟି ଅବଧି ମାତ୍ର ୨ ବର୍ଷ ରହିଛି। ତେବେ ଜମା ହୋଇଥିବା ତାରିଖର ୧ ବର୍ଷ ପରେ ରାଶି ସର୍ବାଧିକ ୪୦ ପ୍ରତିଶତ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ ଗ୍ରାହକ। ଯଦି ଆପଣ ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରିଥାନ୍ତି ତେବେ ୭.୫୦ ପ୍ରତିଶତ ଶୁଦ୍ଧ ହିସାବରେ ୩୨ ହଜାର ଟଙ୍କାର ଶୁଦ୍ଧ ମିଳିପାରିବ। ଅର୍ଥାତ ୨ ବର୍ଷରେ ମୋଟ ୨ ଲକ୍ଷ ୩୨ ହଜାର ଟଙ୍କା ମାଚୁରିଟି ଭାବରେ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *