ଷ୍ଟଡ଼ି ରୁମରେ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଘନିଷ୍ଠ ହେଲେ ଦଶମ ଶ୍ରେଣୀ ଛାତ୍ର ଜଣକ, ଅଭିଭାବକ ଆଣିଲେ ଅଭି-ଯୋଗ।

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଲେ। ପ୍ରଧାନ ଶିକ୍ଷୟତ୍ରୀ ସବୁ ସୀମା ପାର କଲେ। ଦଶମ ଶ୍ରେଣୀ ଛାତ୍ର ସହିତ ମନଭରି ରମାନ୍ସ କଲେ। ଲେଡି ପ୍ରିନ୍ସପାଲଙ୍କୁ ଛାତ୍ର କୋଳରେ ଉଠାଇଲେ। ଶାଢ଼ୀ କାନି ଭିଡ଼ିଲେ ଚୁମ୍ବନ ଦେଲେ।ଆଜ୍ଞା ହଁ ବନ୍ଧୁଗଣ ଏହି ଫୋଟ ଗୁଡିକୁ ଟିକେ ଭଲ ଭାବରେ ଦେଖନ୍ତୁ। ଏକ କଦଳୀ ବଗିଚା ଭିତରେ ଇଏ କଣ ଚାଲିଛି ସତେ ଯେମିତି କୌଣସି ଚଳଚିତ୍ରର ରୋମାଣ୍ଟିକ ସିନ ସୁଟିଂ ଚାଲିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟର କଥା ହେଉଛି ଫୋଟ ଭିତରେ ଦେଖା ଯାଉଥିବା ମହିଳା ଜଣକ ହେଉଛନ୍ତି ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ। ଆଉ ତାଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଥିବା ଏଇ ପିଲା ଜଣକ ହେଉଛନ୍ତି ତାଙ୍କର ନିଜ ଛାତ୍ର।

ଛାତ୍ର ସହ ପ୍ରଧାନ ଶିକ୍ଷୟିତ୍ରୀ ଏମିତି ରୋମାନ୍ସରେ ମସଗୁଲ ହୋଇଯାଇଛନ୍ତି ଯେ ସ୍ଥାନ ମାନ ପାତ୍ର ବି ତାଙ୍କୁ ଜଣା ପଡୁନାହିଁ। ଛାତ୍ର ଜଣକ ମଧ୍ୟ ନିଜ ଠାରୁ ବୟସରେ ଅନେକ ବଡ଼ ତଥା ନିଜର ଶିକ୍ଷାଦାତ୍ରୀଙ୍କ ସହ ଯାହା କରୁଛନ୍ତି ତାହା ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ କଳଙ୍କିତ କରୁଛି। ପ୍ରଧାନ ଶିକ୍ଷୟିତ୍ରୀ ଶାଢ଼ୀ ପିନ୍ଧିଥିବା ବେଳେ ଛାତ୍ର ଜଣକ ଜିନିସ ଆଉ କୁର୍ତା ପିନ୍ଧିଛି। କେତେବେଳେ ଛାତ୍ର ଜଣକ ନିଜ ଶିକ୍ଷୟିତ୍ରୀଙ୍କ କାନି ଭିଡି ଧରୁଛି ତ ଆଉ କେତେବେଳେ ଚଳଚିତ୍ରର ନାୟକ ନାୟିକା ଭଳି ରୋମାଣ୍ଟିକ ଅନ୍ଦାଜରେ ହାତକୁ ଭିଡି ଧରି ପୋଜ ନେଉଛନ୍ତି। ଖାଲି ସେତିକି ନୁହେଁ ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କୁ ନିଜ କୋଳକୁ ଭିଡି ଆଣି ଗାଲରେ ଚୁମ୍ବନ ମଧ୍ୟ ଦେଉଛି। ବେଳେ ବେଳେ ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କୁ କୋଳରେ ଧରି କାନ୍ଧ ଉପରକୁ ବି ଉଠାଇ ନେଉଛି। ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଏହାକୁ ବେଶ ଉପଭୋଗ କରୁଛନ୍ତି। ଆଉ ନିଜ ଛାତ୍ରଙ୍କୁ ଆଲିଙ୍ଗନ କରି ଚୁମା ବର୍ଷା କରୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏହି ସମୟରେ ହାତରେ ଏକ ଲାଲ ଗୋଲାପ ଫୁଲ ମଧ୍ୟ ଧରିଛନ୍ତି। ଅର୍ଥାତ ସେ ନିଜ ଛାତ୍ର ସହ ପ୍ରେମରେ ମସଗୁଲ ଥିବା ଇସାରା କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କର ଛାତ୍ରଙ୍କର ଫୋଟ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଖବର ନେବାରୁ ଜଣା ପଡ଼ିଛି ଯେ ଏହି ଶିକ୍ଷୟିତ୍ରୀ ଏବଂ ଛାତ୍ର ଜଣକ କର୍ଣ୍ଣାଟକ ଚିକ ବଲ୍ଲଭପୁର ଜିଲ୍ଲା ମୁରୁଗମୁଲା ସ୍ଥିତ ସରକାରୀ ବିଦ୍ୟାଳୟର। ଛାତ୍ର ଜଣକ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ମହିଳା ଜଣକ ହେଉଛନ୍ତି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ।

ଗତ ଡିସେମ୍ବର ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ସ୍କୁଲର ଷ୍ଟାପ ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟଡି ଟୁରରେ ଯାଇଥିଲେ। ଯେଉଁଠି ବୁଲିବା ବେଳେ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ଫୋଟ ସୁଟ କରିଥିଲେ।କଦଳୀ ଓ ଗୁଆ ଗଛ ଭର୍ତି ହୋଇଥିବା ଏକ ବଗିଚା ଭିତରକୁ ନେଇଯାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଆଉ ସେଠାରେ ଏଇ ଦୁଇଜଣ ପ୍ରେମୀଯୁଗଳଙ୍କ ଭଳି ରୋମାଣ୍ଟିକ ଅନ୍ଦାଜରେ ଫୋଟ ସୁଟ କରିଥିଲେ। ସାଙ୍ଗରେ ଡାକି ନେଇଥିବା ଅନ୍ୟ ଜଣ ଛାତ୍ର ଉଭୟଙ୍କର ଫୋଟ ଉଠାଇଥିଲେ। ଖାଲି ସେତିକି ନୁହେଁ ରୋମାଣ୍ଟିକ ଗୀତରେ ନିଜ ଛାତ୍ର ସହ ଭିଡିଓ ରେକଡ଼ିଂ ମଧ୍ୟ କରାଇଥିଲେ ଏହି ପ୍ରଧାନ ଶିକ୍ଷୟିତ୍ରୀ।

ତେବେ ଏହି ଫୋଟ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ବୋବାଲ ହୋଇଛି। ଫୋଟରେ ରୋମାନ୍ସ କରୁଥିବା ଏହି ଛାତ୍ରର ବାପା ମା’ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରି ପ୍ରଧାନଶିକ୍ଷୟିତ୍ରୀ ବିରୋଧରେ ତଦନ୍ତ ଦାବି କରିଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ଏହା ପରେ BO ସ୍କୁଲରେ ପହଞ୍ଚି ତଦନ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଆଉ କିଛି ଫୋଟ ଏବଂ ଭିଡିଓ ଡିଲିଟ କରିଦେଇଥିବା ଜଣା ପଡିଥିଲା।ତେବେ ନିଜ ଛାତ୍ରଙ୍କ ସହ ରୋମାଣ୍ଟିକ ଫୋଟ ସୁଟ କରିଥିବା ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ସସପେଣ୍ଡ କରିଦେଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *