ଆଉ ହଇରାଣ ହେବେନି, ଟିକେଟ ନଥିଲେ ଟିଟିଆଇ ବାହାର କରିଦେଉଥିଲେ ହେଲେ ଏବେ ଏହି ନିୟମ ଜାଣି ନିଅନ୍ତୁ।

ଟିକେଟ ନଥିଲେ ଆଉ ଏବେ ହଇରାଣ ହେବେନି, ସୁରୁଖୁରୁରେ ଟ୍ରେନରେ ଯାତ୍ରା କରିପାରିବେ। ଟ୍ରେନରୁ ଟିଟିଇ ବି ବାହାର କରିପାରିବେନି। କେବଳ ଏହି ମାନେ ହିଁ ଲାଭ ଉଠାଇ ପାରିବେ।ଆଜ୍ଞା ହଁ ବନ୍ଧୁଗଣ ଦୂର ବାଟକୁ ଗଲେ ଆମେ ସାଧାରଣତଃ ଟ୍ରେନରେ ଯାଇଥାଉ। ଏହା ସହ ବେଳେ ବେଳେ ଘର ଲୋକ ଏବଂ ସାଙ୍ଗ ସାଥୀଙ୍କ ସହ ବି ଟ୍ରେନରେ ଯାଇଥାଉ। ବର୍ତ୍ତମାନ ସମୟରେ ଟ୍ରେନ ବଡ଼ ମାଧ୍ୟମ ପାଲଟିଛି କାରଣ ଟ୍ରେନ ଦ୍ୱାରା ଆମେ ସୁରୁଖୁରୁରେ ଯାତ୍ରା କରିଥାଉ।

ତା ସହିତ ଆମେ ବାଟରେ ଗଲା ବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ। ଟ୍ରେନ ଯାତ୍ରା ସମସ୍ତଙ୍କର ଭାରି ପ୍ରିୟ। ମୁଖ୍ୟତଃ ଟ୍ରେନ ଟିକେଟ କୋନଫର୍ମ ହେଲା କି ନାହିଁ ଯାତ୍ରା କରିପାରିବେ କି ନାହିଁ ଏଭଳି ଅନେକ ଗୁଡାଏ ପ୍ରସେସ ଟ୍ରେନରେ ରହିଛି। ୱେଟିଙ୍ଗ ଲିଷ୍ଟରେ ଥିବା ଟ୍ରେନ କୋନଫର୍ମ ହେଲା କି ନାହିଁ ଏଭଳି ଅନେକ ବିଷୟରେ ଆମେ ଜାଣୁ।

ହେଲେ ଆପଣ ବେଳେ ବେଳେ ବିନା ଟିକେଟରେ ଟ୍ରେନରେ ପୋଳାଇଯାନ୍ତି ଆଉ ଯାଞ୍ଚ ବେଳେ ଧରା ପଡ଼ନ୍ତି। ମୋଟା ଅଙ୍କର ଟଙ୍କା ବି ଗଣନ୍ତି। ହେଲେ ଏହାରି ଭିତରେ ଯାତ୍ରୀ ମାନଙ୍କ ସମସ୍ତ ପ୍ରକାରର ସୁବିଧା ପାଇଁ ରେଲୱେ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ବିଶେଷ କରି ମହିଳା ଯାତ୍ରୀ ମାନଙ୍କ ପାଇଁ ରେଲୱେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇଛି।

ସେଥି ମଧ୍ୟରୁ ଗୋଟିଏ ହେଉଛି ଯଦି ମହିଳା ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଛନ୍ତି ତଥାପି ଟିଟିଇ ତାଙ୍କୁ ଟ୍ରେନରୁ ବାହାର କରିପାରିବେ ନାହିଁ। ଭାରତୀୟ ରେଳର ଏଭଳି ଏକ ନିୟମ ମଧ୍ୟ ରହିଛି।ଇଣ୍ଡିଆନ ରେଲୱେର ନିୟମ ଅନୁସାରେ କୌଣସି ମହିଳା ଏକା ଯାତ୍ରା କରୁଛନ୍ତି ଆଉ ତାଙ୍କ ପାଖରେ ଟିକେଟ ନାହିଁ ତେବେ ଟିଟିଇ ମହିଳାଙ୍କୁ ଟ୍ରେନରୁ ବାହାର କରିପାରିବେ ନାହିଁ। ତେବେ ମହିଳା ଜଣକ ଚାହିଁଲେ ଜରିମାନା ଦେଇ ଆଗକୁ ଯାତ୍ରା କରିପାରିବେ। ତେବେ ଯଦି ମହିଳାଙ୍କ ପାଖରେ ଟଙ୍କା ନଥାଏ କଣ ହେବ? ଏଭଳି ସ୍ଥିତିରେ ମଧ୍ୟଟ୍ରେନରୁ ମହିଳାଙ୍କୁ ବାହାର କରିବେନି ଟିଟିଇ।

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୯୮୯ ମସିହାରେ ଏହି ନିୟମ ପ୍ରଣୟନ କରିଛି ଭାରତୀୟ ରେଳ ବିଭାଗ। ଏଥିରେ କୁହାଯାଇଛି ଯେ ଏକାକୀ ଜଣେ ମହିଳାଙ୍କୁ ଯେକୌଣସି ଷ୍ଟେସନରେ ଟ୍ରେନରୁ ଓଲ୍ହାଇ ଦେବା ଉଚିତ ନୁହେଁ। ରେଲୱେରେ ଜଣେ ଟିଟିଇ କହିଛନ୍ତି ଯେ ବର୍ତ୍ତମାନ ଆମ ପାଖକୁ ଏଭଳି ମାମଲା ଆସିଲେ ଏ ସମ୍ପର୍କରେ କଣ୍ଟ୍ରୋଲ ରୁମକୁ ଅବଗତ କରାଯାଇଥାଏ। ଏହା ସହିତ ମହିଳା ଜଣକ କିଭଳି ସ୍ଥିତିରେ ଯାତ୍ରା କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ।

ଯଦି ମାମଲାକୁ ନେଇ କୌଣସି ସନ୍ଦେହ ସୃଷ୍ଟି ହୁଏ ତେବେ ଏନେଇ ଜିଆରପିଙ୍କୁ ବି ମଧ୍ୟ ଅବଗତ କରାଯାଇଥାଏ। ଏହା ପରେ ଜିଆରପି ମହିଳା କନେଷ୍ଟବଳ ଏହି ମାମଲା ଉପରେ ନଜର ରଖିଥାନ୍ତି। ତେଣୁ ଯଦି ବିନା ଟିକେଟରେ ମହିଳା ଯାତ୍ରା କରୁଛନ୍ତି ତେବେ ଏହି ନିୟମ ବିଷୟରେ ଜାଣି ରଖିବା ଉଚିତ।

Leave a Reply

Your email address will not be published. Required fields are marked *