ଆଜିଥିଲା ଶେଷଦିନ… ଶେଷଯାତ୍ରା କହି ମନଦୁଃଖ କଲେ ମନ୍ମଥ ରାଉତରାୟ…।

ମନ୍ମଥ ରାଉତରାୟଙ୍କ ଆଖି ଆଜି ଲୁହରେ ଛଳ ଛଳ ହୋଇଯାଇଛି । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ଯିଏକି ଶେଷଥର ପାଇଁ ଆଜି ଉଡ଼ାଜାହାଜ ଚଳାଇଲେ । ନୂଆ ବର୍ଷରେ ନେଇଛନ୍ତି ଏଭଳି ନୂଆ ନିଷ୍ପତି । ସବୁଦିନ ପାଇଁ ଚାକିରି ଛାଡ଼ି ଦେଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ । ହଁ ଆଜ୍ଞା ଛାଡ଼ିଦେଲେ ପାଇଲଟ୍ ଚାକିରି । ନୂଆ ବର୍ଷରୁ ନିଜକୁ ଲୋକମାନଙ୍କ ପାଇଁ ସମ୍ପୂର୍ଣ ଲଗାଇ ଦେବେ ।

ନିଜ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରିବା ପାଇଁ ଦେଖିଥିବା ସେଇ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ବିଧିବଦ୍ଧ ଭାବରେ କମାଣ୍ଡେଣ୍ଟ ପାଇଲଟ୍ ଚାକିରି ଛାଡ଼ି ଦେଇଛନ୍ତି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ମନ୍ମଥ ରାଉତରାୟ ବହୁତ୍ ବର୍ଷ ଧରି କମାଣ୍ଡେଣ୍ଟ ପାଇଲଟ୍ ଭାବେ ଉଡ଼ାଜାହାଜ ଚଳାଇ ଆସୁଥିଲେ । ଆଉ ବିଧିବଦ୍ଧ ଭାବରେ ଚାକିରି ଆଜି ଛାଡ଼ି ସେ ଓଡ଼ିଶା ଏବଂ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କିଛି କହିବାକୁ ଯାଉଛନ୍ତି ।

ସେ ଏଭଳି କିଛି କହିବା ସହିତ ପାଇଲଟ୍ ଭାବେ ତାଙ୍କର ଏହା ଥିଲା ଶେଷ ଯାତ୍ରା ବୋଲି ସେ ଏକ ଭିଡ଼ିଓ ମାଧ୍ଯମରେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଏତେ ଦିନ ଧରି ଚାକିରି କଲା ପରେ ଏବେ ସେ ଉକ୍ତ ଚାକିରି ଛାଡ଼ିବାକୁ ଯାଉଛନ୍ତି ଯାହା ତାଙ୍କ ମନକୁ ବିଚଳିତ କରିଦେଉଛି । ହେଲେ ଏପଟେ ଲୋକମାନଙ୍କ ସେବା କରିବା ପାଇଁ ସେ ଚାକିରି ଛାଡୁଥିବା କଥା କହିଛନ୍ତି । ଉଲ୍ଲେଖଯୋଗ୍ୟ ଆସନ୍ତା ନିର୍ବାଚନରେ ସେ ନିଜ ନିର୍ବାଚନ ମଣ୍ଡଳୀରୁ ରାଜନୀତିକୁ ଓଲ୍ହାଇବାକୁ ଯାଉଛନ୍ତି ।

ଆଜ୍ଞା ହଁ ବନ୍ଧୁଗଣ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗକୁ ଇଲେକ୍ସନ ରେ ଷ୍ଟାଣ୍ଡ କରୁଥିବା ଖବର ତ ସଭିଙ୍କୁ ଜଣା । କିନ୍ତୁ ସେ କେଉଁ ପାର୍ଟିରୁ ଛିଡା ହେବେ ବା କେଉଁ ପାର୍ଟି ପାଇଁ ଲଢିବେ ତାହା ବର୍ତ୍ତମାନ ଅସ୍ପଷ୍ଟ । ତେବେ ନିକଟରେ ମନ୍ମଥଙ୍କୁ ବିଜେପି ପଟରୁ ଡକରା ଆସିଥିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ବାପା କଂଗ୍ରେସର ବିଧାୟକ ହୋଇଥିବା ବେଳେ ମନ୍ମଥ କିପରି ବିଜେପିରୁ ଛିଡା ହେବେ ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *