୧୫ କୋଟି ଟଙ୍କା ସହ ମିଳିଲା କ୍ୟାପଟେନ ପଦ, ୫ ଥର ଚାମ୍ପିୟାନ କରାଇଥିବା ଅଧିନାୟକଙ୍କୁ ପଦରୁ ହଟାଇଲା MI।

ପ୍ରଥମେ ମୋଟା ଅଙ୍କର ଟଙ୍କା ନେଇଥିଲେ। ଏବେ ରୋହିତଙ୍କୁ ପଛରେ ପକାଇଲେ। ଭିତରେ ହୋଇଥିବା ଡିଲ ସାମ୍ନାକୁ ଆସିଲା।କିଛିଦିନ ତଳେ ୧୫ କୋଟି ଟଙ୍କା ନେଇଥିଲେ ଆଉ କରିଥିଲେ ଦଳ ପରିବର୍ତ୍ତନ। ସମସ୍ତେ କହିଲେ ଟଙ୍କା ସହ ତାଙ୍କୁ ମିଳିପାରେ ଦଳର ଭାର। ହେଲେ କିଏ ଜାଣିଥିଲା ତାହା ସତରେ ଘଟିବ ବୋଲି। ୫ ଥର ଚମ୍ପିୟାନ କରାଇଥିବା ଅଧିନାୟକଙ୍କୁ ଆଜି ତଡି ଦେଇଛି ଦଳ। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଗାଦି ଚ୍ୟୁତ କରିଛି ଦଳ। ଆଉ ନୂଆ ଅଧିନାୟକଙ୍କୁ ମିଳିଛି ନିଯୁକ୍ତି।

ଆକଳନ କରାଯାଉଥିଲା ଯେ ଗୁଜୁରାଟ ଟାଇଟନ୍ସର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆଙ୍କୁ MI ଦଳରେ କ୍ୟାପଟେନ କରାଯିବ। ଆଉ ଏବେ ଏବେ ଖବର ଆସିଛି ଯେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡିଆ। କୌଣସି ସୂତ୍ର ଅନୁସାରେ ଖବର ମିଳିଥିଲା ରିଟେନ ଓ ରିଲିଜ ପ୍ଲେୟାର ସମୟରେ ପାଣ୍ଡିଆଙ୍କୁ ନିଜ ଦଳରେ ସାମିଲ କରିବ MI। ଖାଲି ସାମିଲ କରିବ ତାହା ନୁହେଁ ତାଙ୍କୁ ୧୫ କୋଟି ଟଙ୍କା ସହ ଅଧିନାୟକ ପଦ ମଧ୍ୟ ମିଳିବ। ଆଉ ତାହା ହିଁ ଆଜି ଘଟିଛି।

୨୦୨୪ ଆପିଏଲରେ ସେ MIର ଅଧିନାୟକ ହେବେ। ତେବେ ୨୦୧୩ ରୁ ୨୦୨୩ ପର୍ଯ୍ୟନ୍ତ ରୋହିତ ୫ ଥର ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟାନ କରାଇଥିଲେ। ଏହା ସହିତ ଚାମ୍ପିୟାନ ଟ୍ରଫିରେ ମଧ୍ୟ ପ୍ରଥମ ଥର MIକୁ ବିଜେତା କରାଇଥିଲେ। ହେଲେ ଏବେ ପାଣ୍ଡିଆ ଦଳର ଅଧିନାୟକ ହେବା ପରେ ଲୋକମାନେ ଆଲୋଚନା କରୁଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ କୁଆଡେ ରୋହିତ ଶର୍ମାଙ୍କୁ ଧୋକା ଦେଇଛି। ପାଣ୍ଡିଆଙ୍କ ପାଇଁ ରୋହିତଙ୍କୁ ଭୁଲିଯାଇଛି MI।

ତେବେ ଏଇ କିଛି ଦିନ ହେବ ବିଶ୍ୱକପ ଫାଇନାଲରେ ହାରିବା ପରେ ଭାଙ୍ଗି ଯାଇଥିଲେ ରୋହିତ ଶର୍ମା। ସେ ପଡିଆ ମଝିରେ କାନ୍ଦି ପକାଇ ଥିଲେ। ଆଉ ଏବେର ଏ ଖବର ହୁଏତ ତାଙ୍କୁ ଅଧିକ ମର୍ମାହତ କରିପାରେ। ଏବେ ଲୋକମାନେ ଚର୍ଚ୍ଚା କରୁଛନ୍ତି ପାଣ୍ଡିଆ କ୍ୟାପଟେନ ହେବା ପରେ କୁଆଡେ ଯଶପ୍ରୀତ ବୁମ୍ରା ଇଣ୍ଡିଆନ୍ସ ଦଳ ଛାଡିବେ। ଏକ ଟିଭି ସୋରେ ଥରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ କହିଥିଲେ MI ହେଉଛି ଏମିତି ଏକ ଇମ୍ପସିଟି ଯେଉଁଠି ଗ୍ରାଜୁଏସନ କଲେଜ ସୁପରଷ୍ଟାର ବନିଯିବ।

ସେ ଆହୁରି ମଧ୍ୟ କହିଥିଲେ ମୁଁ ରୋହିତ ଶର୍ମାଙ୍କ ଅଣ୍ଡରରେ କାଶ ଖେଳି ପାରିଥାନ୍ତି। ତେବେ ରୋହିତ ଏ ୧୦ ବର୍ଷର ଅଧିନାୟକରେ ଅନେକ ଖେଳାଳିଙ୍କୁ ସୁପରଷ୍ଟାର କରାଇଛନ୍ତି। ସେମାନଙ୍କ ମଧ୍ୟରୁ ହାର୍ଦ୍ଦିକ ପାଣ୍ଡିଆ ଯଶପ୍ରୀତ ବୁମ୍ରା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ରହିଛନ୍ତି।ତେବେ ଦେଖିବାକୁ ବାକି ରହିଲା ରୋହିତ ଶର୍ମା ଆଗାମୀ ବର୍ଷ ଆପିଏଲରେ ହାର୍ଦିକଙ୍କ ଅଧିନାୟକତତ୍ୱରେ କେମିତି ଖେଳୁଛନ୍ତି।

Leave a Reply

Your email address will not be published. Required fields are marked *