ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖିଥିଲି ବାରମ୍ବାର ରଖିବି।

ପୁଣି ଅପମାନ ଦେଲେ ମିଚେଲ ମାର୍ସ….କହିଲେ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖିଥିଲି ବାରମ୍ବାର ରଖିବି।ପୁଣି ନିଆଁ ଲଗାଇଲେ ମିଚେଲ ମାର୍ସ, ବିଶ୍ୱକପ ଟ୍ରଫିକୁ ନେଇ କହିଲେ ସାଂଘାତିକ କଥା। ଟ୍ରଫି ଉପରେ ଗୋଡ଼ ରଖି କିଛି ଭୁଲ କରିନି। ବିଶ୍ୱକପ ଉପରେ ପାଦ ରଖିଛି ପୁଣି ରଖିବି।

ହଁ ଆଜ୍ଞା ଚୋରି ତ ଚୋରି ପୁଣି ଉପରେ ସିନା ଚୋରି। ଅପମାନ ପରେ ଆହୁରି ଅପମାନ। ଗର୍ବ ଏବଂ ଅଧୌତ୍ୟ ସୀମା ଟପିଗଲା। ଆପଣଙ୍କର ମନେଥିବ ଗତ ନଭେମ୍ବର ୧୯ ତାରିଖରେ ଆଇ ସି ସି ଦିନିକିଆ ପୁରୁଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତକୁ ହରାଇ ଚାମ୍ପିୟାନ ହୋଇଥିଲା ଅଷ୍ଟ୍ରେଲିଆ। ଆଉ ଏ କଥାବି ମନେ ଥିବ ଏହା ପରେ ଏକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଯେଉଁଥିରେ ଅଷ୍ଟ୍ରେଲିଆ ଦଳର ଅଲରାଉଣ୍ଡର ମିଚେଲ ମାର୍ସ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖି ବିୟର ପିଉଥିଲେ। ଯାହାକୁ ଦେଖି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ମନକୁ ଆଘାତ ଦେଇଥିଲା।

ଏହି ବଡ଼ ଟୋର୍ଣ୍ଣାମେଣ୍ଟ ଜିତିବା ପରେ ଡ୍ରେସିଂ ରୁମରେ ମିଚେଲ ମାର୍ସ ଏକ ସଫା ଉପରେ ବସି ଚଟାଣରେ ବିଶ୍ୱକପ ଟ୍ରଫିକୁ ରଖି ତା ଉପରେ ଗୋଡ଼ ଥୋଇଥିଲେ। ଏହା ସହିତ ସେ ହାତରେ ଗୋଟେ ବିୟର ଗ୍ଲାସ ମଧ୍ୟ ଧରିଥିଲେ। ଯାହାର ଫୋଟକୁ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଦେଇଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ବ୍ୟାଡ କମିନ୍ସ। ଏହି ଫୋଟ ଭାଇରାଲ ହେବା ପରେ ଲୋକେ ବହୁତ ନିନ୍ଦା କରିଥିଲେ। ତେବେ ଏଥିରେ ସବୁଠାରୁ ବଡ଼ ଅପମାନିତ କରିଥିଲେ ଭାରତୀୟମାନେ। କାରଣ ଏହି ବିଶ୍ୱକପର ଆୟୋଜକ ଦେଶ ଥିଲା ଭାରତ। ଆଉ ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନକୁ କ୍ଷତି ପହଂଚାଇଥିଲେ କଙ୍ଗାରୁ ଦଳର ଖେଳାଳି।

ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟାନ ହେବା ପରେ କଙ୍ଗାରୁ ଟିମର ଅହଙ୍କାର ବଢି ଯାଇଛି ଯେଉଁଥିପାଇଁ ମିଚେଲ ମାର୍ସ ଅଧୌତ୍ୟ ଦେଖାଇଛନ୍ତି ବୋଲି ଲୋକେ କହୁଛନ୍ତି। ଏପରିକି ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ଏତେସବୁ ପରେ ଅନୁମାନ କରାଯାଉଥିଲା ଯେ ମିଚେଲ ମାର୍ସ ହୁଏତ ନିଜ କୃତକର୍ମକୁ ନେଇ ଅନୁତାପ କରିବେ ଏବଂ କ୍ଷମା ମାଗିବେ ହେଲେ ତାହା ତ ହେଲା ନାହିଁ ବରଂ ଫଳ ପୁରା ଓଲଟା ହେଲା।

ଏହି ଫୋଟକୁ ନେଇ ଅନେକ ଚର୍ଚା ହେବା ପରେ ଏହା ଉପରେ ମୁହଁ ଖୋଲିଛନ୍ତି ମିଚେଲ ମାର୍ସ। ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ମାର୍ସ କହିଛନ୍ତି କି ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ମୁଁ କାହାକୁ ଅପମାନ କରିନାହିଁ। ମୁଁ ସୋସିଆଲ ମିଡିଆରେ ଅଧିକ ଦେଖିନି କିନ୍ତୁ ମୋତେ ସମସ୍ତେ କହିଛନ୍ତି କି ଏହି ମାମଲା ଅଧିକ ବିଗିଡି ଯାଇଛି କିନ୍ତୁ ମୋ ହିସାବରେ ସେହି ଫୋଟରେ ସେମିତି କିଛି ନାହିଁ। ସେତେବେଳେ ମୁଁ ଟିକେ ବିୟର ପିଉଥିଲି ଆଉ ହାଲୁକା ହେଉଥିଲି। ମୋର ଇଚ୍ଛା ହେଲା ଆଉ ମୁଁ ଟ୍ରଫି ଉପରେ ଗୋଡ଼ ରଖିଦେଲି ଏଥିରେ ମୁଁ କିଛି ଭୁଲ କରିନି।

ତେବେ ମାର୍ସଙ୍କୁ ଯେତେବେଳେ ପଚରା ଯାଇଥିଲା କି ଏଭଳି ହରକତ ସେ ପୁଣିଥରେ କରିବେକି ଏହାର ଉତ୍ତରରେ ସେ କହିଥିଲେ କି ସତ କହିବାକୁ ଗଲେ ମୁଁ ପୁଣି ଏମିତି କରିବି ଥରେ ନୁହେଁ ବାରମ୍ବାର କରିବି। ମୋର ଯେତେବେଳେ ଇଚ୍ଛା ହେବ ମୁଁ ଟ୍ରଫି ଉପରେ ଗୋଡ଼ ରଖିବି।

ଏଠାରେ ଆମେ ଜଣେଇଦେବାକୁ ଚାହିଁବୁ କି ତାଙ୍କ ଦଳ ଟ୍ରଫି ଜିତିବା ପରେ ମିଚେଲ ମାର୍ସଙ୍କ ଅହଂକାର ପୂର୍ଣ୍ଣ ଆଚରଣ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟର ସମ୍ମାନରେ ଆଞ୍ଚ ଆଣିଛି। ବିଶ୍ୱର ଅନେକ ଦଳ ଏହି ଟ୍ରଫିକୁ ପାଇବା ପାଇଁ ମଇଦାନରେ ଲଢେଇ କରୁଥିବା ବେଳେ କଙ୍ଗାରୁ ଦଳର ଖେଳାଳି ଏହାକୁ ପାଦ ତଳେ ରଖି ଅସମ୍ମାନ କରିଛନ୍ତି।ଏବେ ପୁଣି ଥରେ ଏମିତି ବେପରୁଆ ବୟାନ ଦେଇ ପୁରା କ୍ରିକେଟ ଜଗତକୁ ଅପମାନିତ କରିଛନ୍ତି।

Leave a Reply

Your email address will not be published. Required fields are marked *