ଚାମ୍ପିୟାନ ଅଷ୍ଟ୍ରେଲିଆକୁ ମିଳିଛି ୩୩କୋଟି ଟଙ୍କାର ପୁରସ୍କାର ରାଶି । ତେବେ ଭାରତକୁ ମିଳିଛି କଣ ?

ବନ୍ଧୁଗଣ ଷଷ୍ଠ ଥର ପାଇଁ ବିଶ୍ବ-ବିଜେତା ହୋଇଛି କଙ୍ଗାରୁ ଦଳ । ଭାରତୀୟ ମାନଙ୍କ ଏତେ ଦିନର ଅପେକ୍ଷା ପାଣି ଫୋଟକା ପରି ଫାଟିଗଲା । ଆଜ୍ଞା ହଁ ବନ୍ଧୁଗଣ ସବୁ ସରିଯାଇଛି । ନିଜ ମାଟିରେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଭାରତର ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ଚୁରମାର ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଦେଇଥିବା ୨୪୧ ରନର ଟାର୍ଗେଟ ଆଜି ୧୪୦ କୋଟି ଭାରତୀୟଙ୍କ ମନରେ ଅଶ୍ରୁ ଭରି ଦେଇଛି ।

ବିଶ୍ୱକପ-୨୦୨୩ ଲିଗ ଷ୍ଟେଜର ସର୍ବଶ୍ରେଷ୍ଠ ଦଳ ଫାଇନାଲରେ ଫେଲ ମାରିଛି । ଏହାସହିତ ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ୬ ୱିକେଟରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ୱବିଜେତା ପାଲଟିଛି ୟେଲୋ ଆର୍ମି । ତେବେ ଇତି ମଧ୍ୟରେ ତେବେ ବିଶ୍ୱକପ୍ ବିଜେତାଙ୍କୁ ଟ୍ରଫି ସହ କେତେ ଟଙ୍କା ମିଳିଛି ଏପରିକି ରନର୍ସ ଅପ୍ କୁ କେତେ ଟଙ୍କା ମିଳିଛି ସେ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ରହିଛି ଅନେକ ପ୍ରଶ୍ନ । ଆସନ୍ତୁ ଜାଣିବା ପୁରସ୍କାର ରାଶି ବାବଦକୁ ବିଶ୍ୱକପ୍ ୨୦୨୩ର ବିଜେତା ଅଷ୍ଟ୍ରେଲିଆ ଦଳ ଏବଂ ରନର୍ସ ଅପ୍ ଭାରତ କେତେ ପାଇଛନ୍ତି । ତେବେ ବନ୍ଧୁଗଣ ଓଡିଆଇ ବିଶ୍ୱକପ ଟାଇଟଲ ଜିତିଥିବା ଦଳ ଉପରେ ହୋଇଛି ଟଙ୍କା ବର୍ଷା ।

ବିଶ୍ୱକପ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା । ଯାହା ଅନୁଯାୟୀ ଚଳିତ ବର୍ଷର ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ବଜେଟ୍ ହେଉଛି ୮୩.୨୯ କୋଟି ଯାହା ପ୍ରାୟ ୧୦ ମିଲିୟନ୍ ଆମେରିକୀୟ ଡଲାର୍ । ଏହି ପୁରସ୍କାର ରାଶି ସମସ୍ତ ଦଳ ମଧ୍ୟରେ ବଣ୍ଟନ କରାଯାଇଛି । ଆଉ ଓଡିଆଇ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ ମିଳିଛି ୩୩.୩୧ କୋଟି ଟଙ୍କାର ପୁରସ୍କାର ରାଶି । ଏଥି ସହିତ ଫାଇନାଲରେ ହାରିଥିବା ଦଳ ଅର୍ଥାତ୍ ରନର୍ସ ଅପ୍ ହୋଇଥିବା ଭାରତୀୟ ଦଳକୁ ୧୬.୬୫ କୋଟି ଟଙ୍କା ପୁରସ୍କାର ରାଶି ହିସାବରେ ପ୍ରଦାନ କରାଯାଇଛି ।

ତେବେ କେବଳ ସେତିକି ନୁହେଁ ସର୍ବାଧିକ ରନ୍ ପାଇଁ ବିରାଟ କୋହଲିଙ୍କୁ ସର୍ବାଧିକ ରନ୍ ପାଇଁ ମଧ୍ୟ ପୁରସ୍କୃତ କରାଯାଇଛି । ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ପାଇଁ ମାକ୍ସୱେଲଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ସର୍ବାଧିକ ଶତକ ପାଇଁ ଡିକକ୍, ସର୍ବାଧିକ ଛକା ପାଇଁ ରୋହିତ ଶର୍ମା, ସର୍ବାଧିକ ୱିକେଟ୍ ପାଇଁ ମହମ୍ମଦ ଶାମି, ଶ୍ରେଷ୍ଠ ବୋଲିଂ ପାଇଁ ମଧ୍ଯ ମହମ୍ମଦ ଶାମି, ସର୍ବାଧିକ କ୍ୟାଚ୍ ପାଇଁ ମିଚେଲ ଆଉ ଭଲ ୱିକେଟ୍ କିପିଂ ପାଇଁ ଡିକକ୍ ଙ୍କୁ ପୁରସ୍କୃତ କରାଯାଇଛି ।

Leave a Reply

Your email address will not be published. Required fields are marked *